ନାବାଳିକା ଝିଅମାନଙ୍କ ରୁମ ଟାଙ୍କୁରି ଦେଲା ଭଳି ଖୁଲାସା- ଦିନ ମଜୁରି ଦେବା ବଦଳରେ ପ୍ରତିଦିନ କରୁଛନ୍ତି ରେପ

ପ୍ରଥମ ଶରୀର ଦିଅ ତାହା ପରେ କାମ ଦିଆଯିବ, ଏହି ବାକ୍ୟ ଟି ବହୁତ ଅଶ୍ଳୀଳ ଓ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ଦୁଇ ବେଳାର ଖାଦ୍ୟ ପାଇଁ ଚିତ୍ରକୁଟ ଖଣିରେ କାମ କରୁଥିବା ଦିନ ମଜୁରିଆ ନାବାଳିକା ଝିଅମାନଙ୍କୁ ଏହା ସବୁଦିନ ଶୁଣିବାକୁ ପଡିଥାଏ । ଏହି ଅସହାୟ ଝିଅମାନେ ଯଦି ଶରୀରକୁ ନିଲାମ କରିବା ପାଇଁ ମନା କରି ଦିଅନ୍ତି ତେବେ ତାଙ୍କୁ କାମ ବି ମିଳେ ନାହିଁ । ନିଜର ପରିବାର ଓ ନିଜର ପେଟ ପୋଷିବା ପାଇଁ ଏହି ଅଭାଗୀ ଝିଅମାନଙ୍କୁ ସବୁଦିନ ନିଜର ଶରୀରକୁ ବିକ୍ରି କରିବାକୁ ପଡିଥାଏ ।

ତାହା ବି ପୁଣି ୨୦୦ – ୩୦୦ ଟଙ୍କା ଦିନ ମଜୁରି ପାଇଁ । ନାବାଳିକା ଝିଅମାନଙ୍କ ଏହି ନର୍କ ଲୋକ ଉତ୍ତରପ୍ରଦେଶର ଚିତ୍ରକୁଟରେ ଅଛି । ଯେଉଁଠି ଖଣିରେ କାମ କରିବା ପରିବର୍ତ୍ତେ କମ ବର୍ଷର ଝିଅମାନଙ୍କ ସହିତ ସବୁଦିନ ଶୋଷଣ ହୋଇଥାଏ । ଏକ ପ୍ରାଇଭେଟ ଚ୍ୟାନେଲ ସହ କଥାବାର୍ତ୍ତାରେ ଚିତ୍ରକୁଟର ଡଫଈ ଗ୍ରାମରେ ରହୁଥିବା ଏକ ଝିଅ କହିଲା କି ଖଣିକୁ ଯାଇ କାମ ମାଗିଥାଉ । ତେବେ ସେଠିକାର ଲୋକମାନେ କୁହନ୍ତି କି ଶରୀର ଦେଲେ କାମ ମିଳିବ ।

ବାଧ୍ୟରେ ତାଙ୍କର ତାଙ୍କର କଥା ମାନି କାମରେ ଲାଗିଯାଉ । ସେ କହିଲା ଠିକାଦାର ସେମାନଙ୍କୁ ପାରିଶ୍ରାମିକ ଦିଏ ନାହିଁ । ପାରିଶ୍ରାମିକ ପାଇଁ ଏହି ଝିଅମାନଙ୍କୁ ଶରୀର ଦେବାକୁ ପଡିଥାଏ ଓ ତାହା ବି ପୁଣି ମାତ୍ର ୨୦୦ – ୩୦୦ ଟଙ୍କା ପାଇଁ । ଠିକାଦାରମାନେ କୁହନ୍ତି କି ଶରୀର ଦବ ତ କାମ ମିଳିବ । ଅନ୍ୟ ପଟେ ମାତା ପିତାମାନେ ବି ଝିଅମାନଙ୍କ ଏହିଭଳି କଷ୍ଟକୁ ସହି ଯାଆନ୍ତି । କାରଣ ପେଟର ନିଆଁ ଆଗରେ ସେମାନେ କିଛି ବି କରି ପାରନ୍ତି ନାହିଁ ।

ଏହା ପରେ ଝିଅର ମା କହିଲା କି ପାରିଶ୍ରାମିକ ୩୦୦ ରୁ ୪୦୦ ଟଙ୍କାରୁ ବେଳେ ବେଳେ ୨୦୦ରୁ ୧୫୦ ଟଙ୍କା ବି ହୋଇଯାଏ । ଝିଅମାନେ କାମ ସାରି ଘରକୁ ଆସିବା ପରେ କୁହନ୍ତି କି ଆମ ସହିତ ଖରାପ ବ୍ୟବହାର ହୋଇଛି । କିନ୍ତୁ ଆମେ କିଛି ବି କରି ପାରିବୁ ନାହିଁ । କାହିଁକି ନା ପରିବାର କୁ ଚଳେଇବାକୁ ପଡିବ । ବାପାଙ୍କର ଔଷଧ ପାଇଁ ବି ଟଙ୍କା ଦରକାର । ଏମିତି ଭୟଙ୍କର କାହାଣୀ ଚିତ୍ରକୁଟର କର୍ବୀରେ ରହୁଥିବା ଏକ ଝିଅର କାହାଣୀ ଅଟେ ।

କେତେକ ନାବାଳିକା ଝିଅମାନଙ୍କ ପିତା ନାହାନ୍ତି । ସ୍କୁଲ ଯିବା ବୟସରେ ପାହାଡର ଖଣିରେ ପଥର ଭାଙ୍ଗନ୍ତି । ଝିଅମାନେ କୁହନ୍ତି କି ପାହାଡ ପଛରେ ବିଛଣା ଅଛି । ଯେଉଁଠି ଆମକୁ ନେଇ ଯାଆନ୍ତି । ଜଣ ଜଣ କରି ସମସ୍ତଙ୍କ ବାରି ଆସିଥାଏ । ଯଦି କେହି ମନା କରନ୍ତି ତେବେ ବହୁତ ମାରନ୍ତି ଓ ଗାଳି ବି ଦିଅନ୍ତି । ଆମେ ପାଟି କରୁ ଓ କାନ୍ଦୁ କିନ୍ତୁ ସବୁ ସହିବାକୁ ପଡିଥାଏ । ବିନା ଖାଦ୍ୟରେ କେମିତି ବଞ୍ଚିବୁ । ବେଳେ ବେଳେ ମରିଯିବାକୁ ଇଚ୍ଛା ହୁଏ ।

ଏତିକି ନୁହେଁ, ଠିକାଦାରମାନେ କୁହନ୍ତି ଯେଉଁ ଟଙ୍କା ତୁମକୁ ଦିଆ ଯାଉଛି, ସେଥିରେ ମେକଅପ କରି ଆସିବ, ୧୦୦ ଟଙ୍କାରେ କଣ ହୋଇଥାଏ । ଲକଡାଉନରେ ପରିସ୍ଥିତି ଆହୁରି ଖରାପ ହୋଇଯାଇଛି । ସବୁଦିନ ଶାରୀରିକ ଯନ୍ତ୍ରଣା ସହିବାକୁ ପଡେ । ପରିବାର ପାଳିବା ପାଇଁ ୨୦୦ ରୁ ୩୦୦ ଟଙ୍କା ରୋଜଗାର କରିବାକୁ ପଡେ । ଏଥିପାଇଁ ଦଲାଲ ମାନଙ୍କର ଅତ୍ୟାଚାର ସହିବାକୁ ପଡେ । ତିନିମାସ କାମ ବନ୍ଦ ଥିଲା । ତିନିମାସ ହଇରାଣ ହୋଇଛୁ ।

କହିଦେଉଛୁ କି ଚିତ୍ରକୁଟ ପାହାଡ ଗୁଡିକରେ ୫୦ରୁ ଅଧିକ କ୍ରଶର ଚାଲୁ ଅଛି । ଭୋକ ଓ ବେରୋଜଗାର କାରଣରୁ ଏହା ସମାଜ ପାଇଁ ଏହା ରୋଜି ରୋଟିର ସାହାରା ଅଟେ । ଏମାନଙ୍କର ଦରିଦ୍ରତାର ଲାଭ ଉଠାଇ ଦଲାଲମାନେ ଖଣିରେ କାମ କରୁଥିବା ଝିଅମାନଙ୍କ ଶୋଷଣ କରିଥାନ୍ତି । ଖଣିରେ କାମ କରୁଥିବା ଝିଅମାନଙ୍କ ବୟସ ୧୦ ରୁ ୧୮ ବର୍ଷ ଭିତରେ ହୋଇଥାଏ । ଝିଅମାନଙ୍କର ପରିଶ୍ରମ କରିବା ସତ୍ଵେ ସେତେବେଳ ପର୍ଯ୍ୟନ୍ତ ତାଙ୍କୁ ନିଜର ପାରିଶ୍ରାମିକ ମିଳି ନ ଥାଏ, ଯେତେବେଳ ପର୍ଯ୍ୟନ୍ତ ସେ ଠିକାଦାରମନଙ୍କ କଥା ନ ମାନିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।