ଆଜିର ରାଶିଫଳ, 12 ଜୁଲାଇ 2020, ରବିବାର, ସୂର୍ଯ୍ୟଦେବଙ୍କ କୃପାରୁ ଚମକିବ ଏହି ୭ଟି ରାଶିର ଭାଗ୍ୟ, ମିଳିବ ଅପାର ଧନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କୁ ଆପଣଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ପଡିବ । ବିଦେଶରେ ରହୁଥିବା ଲୋକମାନଙ୍କ ଠାରୁ ଆପଣଙ୍କୁ କିଛି ଶୁଭ ଖବର ମିଳିପାରେ । ଆଜି ଆପଣଙ୍କ ଭାଗ୍ୟର ସାଥ ମିଳିବ । କାମ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । କୌଣସି କାମ ପାଇଁ ଆପଣଙ୍କୁ ନୂଆ ଆଇଡିଆ ମିଳିବ । ଆଜିର ଦିନ ରେ ଆପଣଙ୍କ ବ୍ୟବସାୟୀ ପ୍ରଗତି ପାଇଁ ବି ସମୟ ଅନୁକୂଳ ଅଟେ । ଅନାବଶ୍ୟକ ଖର୍ଚ ଠାରୁ ବଞ୍ଚିବା ପାଇଁ ଆପଣଙ୍କୁ ସତର୍କ ରହିବାକୁ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଯଦି ଆପଣ ସହଜରେ ଓ ଜଲ୍ଦି ଟଙ୍କା ଆୟ କରିବା ପାଇଁ ଏହି ସମୟରେ ଶେୟାର ମାର୍କେଟ କିମ୍ବା ଜୁଆ ଖେଳିବେ ତେବେ ଆପଣଙ୍କୁ ଭାରି କ୍ଷତି ହୋଇପାରେ ।

ବୃଷ

ଆଜି ଆପଣଙ୍କ ବ୍ୟବହାର ଦ୍ଵାରା ଲୋକମାନେ ବହୁତ ପ୍ରଭାବିତ ହୋଇ ପାରନ୍ତି । କୌଣସି ଶୁଭ କାମ ପାଇଁ ଲୋକମାନଙ୍କ ସାହାର୍ଯ୍ୟ ମିଳିବାର ସମ୍ଭାବନା ଅଛି । ଦାମ୍ପତ୍ୟ ଜୀବନରେ ବିଶ୍ଵାସ ରହିବା ବହୁତ ଜରୁରୀ ଅଟେ । ଏହା ଦ୍ଵାରା ଆପଣଙ୍କ ସମ୍ପର୍କ ଆହୁରି ଅଧିକ ମଜବୁତ ହୋଇଥାଏ । ଏହି ସମୟରେ ଆପଣ କାର୍ଯ୍ୟରେ ଉତ୍ସାହ ଓ ଊର୍ଜାର ସହିତ ଆଗକୁ ବଢିବେ । ଆପଣଙ୍କୁ ନିଜର ପ୍ରତିଭା ଦେଖାଇବାକୁ ଚାନ୍ସ ମିଳିବ । ସହଯୋଗୀମାନଙ୍କ ସହ ବାଦ ବିବାଦ ହୋଇପାରେ । ଆପଣ ନିଜର ବିଜେସନରେ କିଛି ନୂତନ ଉପାୟ ଅବଲମ୍ବନ କରିବେ । ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢିପାରେ ।

ମିଥୁନ

ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । ଆପଣ କୌଣସି କାମ ପାଇଁ ନୂତନ ଯୋଜନା ଉପରେ ବି ବିଚାର କରିବେ । ଆୟର ନୂତନ ସ୍ରୋତରେ ବି ବୁଦ୍ଧି ଆସିପାରେ । ଆପଣଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ବିଦେଶ ଯାତ୍ରା କରି ପାରିବେ ନାହିଁ । ଦୂରରେ ରହୁଥିବା ସମ୍ପର୍କୀୟମାନଙ୍କ ସହ ଭଲ ସମ୍ବନ୍ଧ ରହିବ । ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ଯାହା ସହିତ କଥାବାର୍ତ୍ତା କରୁଛନ୍ତି ତାଙ୍କ ବିଷୟରେ ସବୁ କିଛି ଜାଣି ନିଅନ୍ତୁ । ପାରିବାରିକ ଜିନିଷ ଉପରେ ଟଙ୍କା ଖର୍ଚ ହୋଇପାରେ । କୌଣସି ବି ଦୂର ସ୍ଥାନକୁ ଯାଅନ୍ତୁ ନାହିଁ । କାରଣ ଏହି ସମୟରେ କିଛି ବାଧା ଆସିପାରେ । ଆପଣ ଧାର୍ମିକ ଗତିବଧି ଓ ସାମାଜିକ କାର୍ଯ୍ୟରେ ଖର୍ଚ କରି ପାରଣତି ।

କର୍କଟ

ଆଜି ଆପଣ ନିଜର କାର୍ଯ୍ୟ ବହୁତ ବ୍ୟସ୍ତ ରହିବେ ଓ ସଫଳ ବି ହେବେ । ଏହି ରାଶିର ମହିଳାମାନଙ୍କୁ ଆଜି କୌଣସି ଖୁସି ଖବର ମିଳିପାରେ । ଆପଣଙ୍କୁ ମାତା ପିତାଙ୍କ ସହଯୋଗ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣ ନିଜର ଜୀବନରେ ଆଗକୁ ବଢିବାରେ ସକ୍ଷମ ହେବେ । କାମର ବୋଝକୁ ଆପଣ ଆଜି ଅନୁଭବ କରିବେ । କିଛି କ୍ଷେତ୍ରରେ ଆପଣ ଉନ୍ନତି କରିବେ । ପିତାଙ୍କ ପ୍ରତି ଆପଣଙ୍କ ସମ୍ପର୍କ ଭଲ ହେବ । ମାତାଙ୍କ ପ୍ରତି ଆପଣଙ୍କ ଚିନ୍ତା ବଢିପାରେ । କୌଣସି ଅଜଣା ବ୍ୟକ୍ତିଙ୍କ ସହ ଆପଣଙ୍କ ସାକ୍ଷାତ ହୋଇପାରେ । ସୁରକ୍ଷିତ ରହି ଅନ୍ଲାଇନ ସମ୍ପର୍କ କରନ୍ତୁ । ଆପଣଙ୍କୁ ଏକ ଖାସ ଚାନ୍ସ ମିଳିପାରେ ।

ସିଂହ

ପାର୍ଟନର ସହିତ ଆପଣଙ୍କ ସମ୍ପର୍କ ଆହୁରି ବି ଅଧିକ ମଜବୁତ ହେବ । କୌଣସି କାମ ପାଇଁ ଆପଣଙ୍କୁ ଗଭୀର ପରିଶ୍ରମ କରିବାକୁ ପଡିପାରେ । କ୍ୟାରିୟର ପାଇଁ ଆଜିର ଦିନ ଭଲ ଅଟେ । ସବୁଦିନର ଜୀବନରେ କିଛି ପରିବର୍ତ୍ତନ ଆସିପାରେ । ଯାହାକୁ ଆପଣ ପସନ୍ଦ କରୁଛନ୍ତି ତାଙ୍କୁ ଆଜି ନିଜର ମନ କଥା କହି ଦିଅନ୍ତୁ । ଆପଣ ମନୋରଞ୍ଜନର ବିଭିନ୍ନ ଜିନିଷ ଗୁଡିକ ସହିତ ଜିନର ଆନନ୍ଦ ନେବେ । ଆପଣଙ୍କୁ ନିଜର ବନ୍ଧୁମାନଙ୍କ ଠାରୁ ଓ ପ୍ରିୟଜନଙ୍କ ଠାରୁ ଉପହାର ମିଳିବ । ସାବଧାନ ରୁହନ୍ତୁ । ଆପଣ କାହାର ଆକର୍ଷଣର କେନ୍ଦ୍ର ହୋଇ ପାରନ୍ତି । ଆପଣଙ୍କ ଧ୍ୟାନ କାହା ଉପରେ ରହିପାରେ ।

କନ୍ୟା

ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗିବ । ଲୋକମାନଙ୍କ ମଧ୍ୟରେ ଆପଣଙ୍କ କାମର ପ୍ରଶଂସା ବି ହେବ । ଆର୍ଥିକ ଲାଭ ପାଇଁ ଆପଣଙ୍କୁ ଅଳ୍ପ ପରିଶ୍ରମ ବି କରିବାକୁ ପଡିବ । ମାତା ପିତା ନିଜର ପିଲାମାନଙ୍କ ଖୁସି ପ୍ରତି ସଜାଗ ରହିବେ । ପିଲାମାନଙ୍କ ଖୁସି ପାଇଁ ଆପଣଙ୍କୁ ନି ଖୁସିର ବଳିଦାନ ଦେବାକୁ ପଡିପାରେ । ଏହି ସମୟରେ ଆପଣଙ୍କୁ ଅଧିକ ସଚେତନ ହୋଇ ରହିବାକୁ ପଡିବ । ବରିଷ୍ଠ ଅଧିକାରୀଙ୍କ କିମ୍ବା ପରିବାରର ବୟସ୍କ ଲୋକମାନଙ୍କ ସହିତ ଆପଣଙ୍କ ମତଭେଦ ବଢିପାରେ । ଏହି ସମୟରେ ଆପଣ ଅତ୍ୟଧିକ ଆୟ କରିବେ । ସକରାତ୍ମକ ରୂପରେ କାର୍ଯ୍ୟ ଆରମ୍ଭ କରିବେ । କିନ୍ତୁ କଠିନ ପରିଶ୍ରମ କରିବାକୁ ପଡିପାରେ ।

ତୁଳା

ଆଜି ଆପଣ ଯେଉଁ କାମକୁ ପୁରା କରିବାକୁ ଚାହିଁବେ, ତାହା ନିଶ୍ଚିତ ରୂପରେ ପୁରା ହୋଇଯିବ । କୌଣସି ବନ୍ଧୁ ଆଜି ଆପଣଙ୍କ ଘରେ ଆସି ପାରନ୍ତି । ଅଧିକାରୀ ବର୍ଗ ଆପଣଙ୍କ କାମରେ ପ୍ରସନ୍ନ ହେବେ । ଯଦି କୌଣସି କାରଣରୁ ଆପଣ ଏହି ସମୟରେ କାମ ଆରମ୍ଭ କରି ପାରୁ ନାହାନ୍ତି କିମ୍ବା ଆରମ୍ଭ କରାଯାଇଥିବା କାର୍ଯ୍ୟରେ ଆପଣଙ୍କୁ କୌଣସି ବାଧାର ସାମ୍ନା କରିବାକୁ ପଡୁଛି ତେବେ ଏହି ସମୟରେ ଆପଣଙ୍କ ସମସ୍ତ ବାଧା ଦୂର ହେବ । କୌଣସି ନୂଆ ଯୋଜନାରେ ଟଙ୍କା ନିବେଶ କରିବା ଠାରୁ ବଞ୍ଚନ୍ତୁ । ହାନି ହୋଇପାରେ । ପ୍ରତିଦ୍ଵନ୍ଦୀ ବି ଏହି ସମୟରେ ଆପଣଙ୍କ ଉପରେ ହାବି ହୋଇପାରନ୍ତି ।

ବିଚ୍ଛା

ଆଜି ପରିବାର ସମସ୍ତ କାମ ପୁରା ହୋଇଯିବ । ଆପଣଙ୍କୁ ଘରର ସଦସ୍ୟଙ୍କ ସହଯୋଗ ବି ମିଳିବ । କୌଣସି ସହପାଠୀ ନିଜର କିଛି ପର୍ସନାଳ କଥାକୁ ଆପଣନାକ ସହ ଶେୟାର କରିବେ । ସ୍ମାର୍ଟ ଓ ବୁଦ୍ଧିମାନ ହୁଅନ୍ତୁ । ଆଜି ସମସ୍ତ ଚେଷ୍ଟା ସଫଳ ରହିବ । ନିଜର ପାର୍ଟନର କିମ୍ବା ବନ୍ଧୁଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ପରିଣାମ ଅନୁକୂଳ ହେବ । ଯଦି ଆପଣ ଏକୁଟିଆ ଅଛନ୍ତି ତେବେ ଆପଣଙ୍କୁ ଭୟ ଲାଗିପାରେ । ନି ମାତା ପିତାଙ୍କ ଧ୍ୟାନ ରଖନ୍ତୁ । ଆଜି ଆପଣଙ୍କୁ ଆପଣଙ୍କ ପାର୍ଟନର ମିଳିବାର ସମ୍ଭାବନା ଅଛି । ଆଜି ଆପଣଙ୍କ ଜୀବନରେ କୌଣସି ନୂଆ ବ୍ୟକ୍ତି ଆସି ପାରନ୍ତି । ଆପଣ ପୂର୍ଣ ବିଶ୍ଵାସ ସହିତ ନିଜର ନିଷ୍ପତି ନେବାରେ ସକ୍ଷମ ହେବେ ।

ଧନୁ

ଆଜି ଆପଣଙ୍କ ସମସ୍ତ ଜରୁରୀ କାର୍ଯ୍ୟ ସହଜରେ ହୋଇଯିବ । କୌଣସି କାରଣରେ ଅଟକିଥିବା ଟଙ୍କା ଆଜି ଆପଣଙ୍କୁ ମିଳିଯିବ । ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜିର ଦିନ ଭଲ ରହିବ । ଏହି ସମୟରେ ଆପଣଙ୍କ ଲୋକପ୍ରିୟତା ବଢି ପାରେ । କେତେକ ଅର୍ଥରେ ଆପଣ ଲୋକମାନଙ୍କ ପାଇଁ ପାଥ ପଦର୍ଶକ ହେବେ । ଅକସ୍ମାତ ଧନ ଅର୍ଜିତ କରିବେ । ଆପଣନାକ ସାଥି ଆଜି ଆପଣଙ୍କ କ୍ରୋଧକୁ ଦୂର କରିବାରେ ସାହାର୍ଯ୍ୟ କରିବେ । ରୋମାନ୍ସର ଦୁନିଆରେ ଆଜି ଆପଣଙ୍କୁ କିଛି ସମ୍ପର୍କୀୟଙ୍କ ସାହାର୍ଯ୍ୟ ମିଳିପାରେ । ନିଜ କାର୍ଯ୍ୟ କାରଣରୁ ଆପଣଙ୍କୁ ଯାତ୍ରା କରିବାକୁ ପଡିପାରେ ।

ମକର

କଳା କ୍ଷେତ୍ର ସହ ଯୋଡି ହେବା ପାଇଁ ଅବସର ମିଳିପାରେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ବି ଚିନ୍ତା ରହିପାରେ । ନିଜର ବନ୍ଧୁକୁ ପ୍ରେମରେ ସାହାର୍ଯ୍ୟ କରନ୍ତୁ । ଏହି ସମୟରେ ଆପଣଙ୍କୁ ନିଜର ଖର୍ଚ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ନିଜର ବଜେଟ ନିୟନ୍ତ୍ରଣରେ ରଖନ୍ତୁ । ଆପଣ ଜୀବନରେ ବହୁତ ଆଗକୁ ବଢିବେ । ଆପଣଙ୍କୁ ନିଜର ଧାର୍ମିକ ଗତିବିଧି ଓ ସାମାଜିକ କାର୍ଯ୍ୟରେ ଖର୍ଚ କରିବାକୁ ପଡିପାରେ । ଆପଣ ନିଜର ରାଗକୁ ନିୟତରଣ ରଖନ୍ତୁ। କାହା ସହ ବି ବିବାଦ କରନ୍ତୁ ନାହିଁ । ଏହି ସମୟରେ ରଚନାତ୍ମକ କ୍ଷେତ୍ରରେ ରୁଚି ବଢିବ । ନୂଆ ନିବେଶ ଓ ନୂଆ କାମ ଆରମ୍ଭ କରିବା ସମୟରେ ଅଳ୍ପ ସାବଧାନ ରୁହନ୍ତୁ ।

କୁମ୍ଭ

କଳା କ୍ଷେତ୍ର ସହ ଜଡିତ ଲୋକମାନଙ୍କ ପାଇଁ ଆଜିର ଦିନ ଭଲ ରହିବ । ଆଜି ଆପଣଙ୍କ ପ୍ରଶଂସା ହେବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହୋଇଯିବ । ପରିବାରରେ ଆପଣଙ୍କ ସମ୍ପର୍କ ଭଲ ରହିବ । ଘରେଲୁ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ । ରୋଜଗାରର ନୂତନ ଅବସର ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ରରେ ସମୟ ପ୍ରଗତିଶୀଳ ହେବ । ଆପଣଙ୍କୁ ପେଟ କିମ୍ବା ଆଣ୍ଠୁ ସମ୍ବନ୍ଧିତ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ଛାତ୍ରମାନେ ବନ୍ଧୁମାନଙ୍କ ସହ ପଢାକୁ ନେଇ ଚର୍ଚା କରିବେ । ନିଜର ବୈବାହିକ ଜୀବନକୁ ଭଲ କରିବା ପାଇଁ ଆପଣଙ୍କୁ ନିଜର ଭୁଲକୁ ସ୍ଵୀକାର କରିବାକୁ ହେବ ।

ମୀନ

ଆପଣ ବାହାରକୁ ବୁଲିବାକୁ ଯାଆନ୍ତୁ ନାହିଁ । ନୂତନ ବ୍ୟକ୍ତିଙ୍କ ସହ ସାକ୍ଷାତ କରନ୍ତୁ ଓ ଆନନ୍ଦ ନିଅନ୍ତୁ । ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କ ଚିନ୍ତା କମ ହେବ ଓ ତାଙ୍କର ସ୍ୱାସ୍ଥ୍ୟ ବି ଭଲ ରହିବ । ଆପଣ ନିଜର ବ୍ୟାପାରରେ ସଫଳତା ପାଇବେ । ଆପଣଙ୍କୁ ଆଖି କିମ୍ବା ପିଠି ସମ୍ବନ୍ଧିତ କିଛି ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । କିନ୍ତୁ ଜଲ୍ଦି ହିଁ ଏଥିରେ ସୁଧାର ଆସିବ । ଆପଣଙ୍କ ନିଜର କର୍ମ କ୍ଷେତ୍ରରେ ପରିବର୍ତ୍ତନ କରିବେ । ଆଜିକାଲି ଆପଣ ବହୁତ ରୋମାଣ୍ଟିକ ହେବ । ବିଦେଶ ଯାତ୍ରା ପାଇଁ ଇଚ୍ଛା ଥିବା ଲୋକମାନଙ୍କୁ ଏହି ସମୟରେ ଭଲ ଚାନ୍ସ ମିଳିବ । ଆପଣଙ୍କୁ ତ୍ଵଚା ସମ୍ବନ୍ଧିତ ସମସ୍ୟା ହୋଇପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।