୧୧ଟି ଆପକୁ ତୁରନ୍ତ ନିଜର ଫୋନରୁ ଡିଲୀଟ କରି ଦିଅନ୍ତୁ, ଜାଣନ୍ତୁ କାହିଁକି ଗୁଗଲ କଲା ଏହି ଆପ ଗୁଡିକୁ ବ୍ୟାନ

ଗୁଗଲ ନିଜର ପ୍ଲେ ସ୍ଟୋରରୁ ୧୧ ଟି ମୋବାଇଲ ଏପକୁ ବ୍ୟାନ କରି ଦେଇଛି । ଯାହା ମୈଲୱେୟର ଜରିଆରେ ୟୁଜରମାନଙ୍କୁ ଠକିବାର କାମ କରୁଥିଲା । ବ୍ୟାନ ହୋଇଥିବା ସବୁ ଏପ ଜୋକର ମୈଲୱେୟର ସହ ଇନଫେକ୍ଟେଡ ଥିଲା । ଯାହାକୁ ଗୁଗଲ ବର୍ଷ ୨୦୧୭ରୁ ଟ୍ରାକ କରୁଥିଲା । କହିବାକୁ ଗଲେ ଏହି ମୈଲୱେୟର ଜରିଆରେ ସାଇବର ଆକ୍ରମଣକାରୀ ୟୁଜରମାନଙ୍କ ପାଖକୁ ଏହିଭଳି ଆକର୍ଷଣୀୟ ଯୋଜନା ବାଲା ଲିଙ୍କ ଛାଡିଥାନ୍ତି କି ଯାହାକୁ ଖୋଲିବା ମାତ୍ରେ ହିଁ ସେମାନେ ୟୁଜରମାନଙ୍କ ପର୍ସନାଲ ଓ ପ୍ରୋଫେଶନାଲ ଡାଟା ଚୋରୀ କରି ନିଅନ୍ତି ।

ଆପଣଙ୍କୁ କହିଦେଉଛୁ ଏକ ରିସର୍ଚ ଅନୁସାରେ ଜଣା ପଡିଛି କି ବ୍ୟାନ ଏପ ଗୁଡିକ ମଧ୍ୟରେ ଜୋକର ମୈଲୱେୟର ଏକ ନୂଆ ରୂପରେ ଲୁଚି ରହି ଥିଲା । ହ୍ୟାକରମାନେ ଏହି ଏପ ଜରିଆରେ ୟୁଜରମାନଙ୍କ ବିନା ଅନୁମତିରେ ହିଁ ତାଙ୍କର ପ୍ରୀମିୟମ ସର୍ବିସେଜ ପାଇଁ ସବ୍ସକ୍ରାଇବ କରି ଦେଉ ଥିଲେ । ବ୍ୟାନ ହୋଇଥିବା ସମସ୍ତ ୧୧ ଟି ଏପକୁ ବହୁ ବର୍ଷ ହେବ ଗୁଗଲର ପ୍ଲେ ପ୍ରୋଟେକ୍ଶନର ନଜରରୁ ବଞ୍ଚି ଆସୁ ଥିଲା, ଯାହାକୁ ବର୍ତ୍ତମାନ ଗୁଗଲ ନିଜର ପ୍ଲେ ସ୍ଟୋରରୁ ହଟାଇ ଦେଇଛି ।

ମୈଲୱେୟର ଇନଫେକ୍ଟେଡ ସମସ୍ତ ୧୧ଟି ଏପକୁ ଗୁଗଲ ପ୍ଲେ ସ୍ଟୋରରୁ ହଟାଇବା ପରେ ଗୁଗଲ ଏମିତିରେ ୟୁଜରଙ୍କୁ ବି ସେହି ଏପକୁ ତାଙ୍କର ମୋବାଇଲ ଫୋନରେ ତୁରନ୍ତ ଡିଲୀଟ କରି ଦେବା ପାଇଁ ଉପଦେଶ ଦେଇଛନ୍ତି । ଯେଉଁମାନେ ତାହାର ଭୟଙ୍କର ରୂପ ବିଷୟରେ ଅଜଣା ଥିଲେ । ଏହା ପୂର୍ବରୁ ଗୁଗଲ ମୋଟ ୧୭୦୦ ଏପର ଏକ ଲିସ୍ଟ ଜାରି କରିଥିଲା, ଯାହା ମୈଲୱେୟର ଦ୍ଵାରା ଇନଫେକ୍ଟେଡ ଥିଲା ଓ ତାଙ୍କୁ ପଳେ ସ୍ଟୋରରୁ ହଟାଇ ଦିଆ ଯାଇ ଥିଲା ।

ସେହି ଏପ ଗୁଡିକ ମଧ୍ୟରେ ଜୋକର ମୈଲୱେୟର ମିଳିଥିଲା । ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଫୋନରେ ଇନଫେକ୍ଟେଡ ଏପ ଅଛି ତେବେ ସେହି ଏପକୁ ନିଜର ସ୍ମାର୍ଟଫୋନରୁ ତୁରନ୍ତ ଡିଲୀଟ କରି ଦିଅନ୍ତୁ ଓ ଏହା ସହିତ ନିଜର ଡେବିଟ ଓ ମୋବାଇଲ ବିଲକୁ ବି ଚେକ କରି ନିଅନ୍ତୁ । କାରଣ ହୋଇପାରେ କି ବିନା ଅନୁମତିରେ ଆପଣଙ୍କ ଠାରୁ କୌଣସି ସବ୍ସକ୍ରିପ୍ଶନର ଟଙ୍କା ନିଆ ଯାଉ ନାହିଁ । ଏହା ସହିତ ନିଜ ଫୋନରେ ବିଶ୍ଵସନୀୟ ସିକ୍ୟୋରିଟୀ ଏପ ବି ରଖନ୍ତୁ ।

ଗୁଗଲ ପଳେ ସ୍ଟୋର ଉପରେ ବ୍ୟାନ ହୋଇଥିବା ମୋଟ ୧୧ଟି ଏପ ମଧ୍ୟରେ ଯଦି କୌଣସି ଏପ ଆପଣଙ୍କ ମୋବାଇଲ ଫୋନରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଅଛି, ତେବେ ତାକୁ ଜଲ୍ଦି ଡିଲୀଟ କରି ଦିଅନ୍ତୁ । ନଚେତ ମୈଲୱେୟର ଇନଫେକ୍ଟେଡ ଆପଣନ୍କାଉ ବଡ ସମସ୍ୟାରେ ପକାଇ ପାରେ ।

ଜାଣନ୍ତୁ ଗୁଗଲ ଦ୍ଵାରା ବ୍ୟାନ କରାଯାଇଥିବା ୧୧ଟି ଏପର ପୁରା ଲିସ୍ଟ

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।