Mitu Mithun ଙ୍କ ସିରିୟସ ଅଭିନୟ ଦେଖି ଛାନିଆ ହେଇଗଲେ Allu Arjun, ଦେଖନ୍ତୁ video

ଓଡିଶାର ମାଲକାନଗିରିରେ ଚାଲିଛି ପୁଷ୍ପା-2 ଶୁଟିଙ୍ଗ । ଆଉ ସେଠାରେ ପୋଲିସ ହୋଇ ପହଞ୍ଚି ଯାଇଛନ୍ତି ଓଡିଆ ଅଭିନେତା ମିଟୁ ମିଥୁନ । ଶୁଟିଙ୍ଗ ସେଟରେ ସେ ଜବରଦସ୍ତ ଠାଣିରେ ଡାଇଲଗ କହୁଛନ୍ତି । ପୁଷ୍ପା-2 ରେ ଅଭିନୟ ପାଇଁ ସୁଯୋଗ ପାଇଥିବାରୁ ମିଟୁ ମିଥୁନ ଟିକେ ଅଧିକ ଟଙ୍କା ଖର୍ଚ୍ଚ କରି ଟିକେ ଭଲ ସେଲୁନରେ ଯାଇ ଚୁଟି କାଟିଥିବା ମଧ୍ୟ କହିଛନ୍ତି । ନାଚୁରାଲ ରୋଲ କରି ନିଜ ପ୍ରତିଭା ସହ ଲୁକ୍ ବି ଦେଖାଇଆବା ପାଇଁ ଚୁଟି କାଟି ପକାଇଥିଲେ ମିଟୁ ମିଥୁନ ।

ଚର୍ଚ୍ଚା ହେଉଛି କି, ପୁଷ୍ପା-2 ରେ ଯେତିକି ଓଡିଆ ଦର୍ଶକ ଅଲୁ ଅର୍ଜୁନଙ୍କୁ ଦେଖିବାକୁ ତା’ ଠାରୁ ବେଶୀ ମିଟୁ ମିଥୁନଙ୍କ ଅଭିନୟ ଓ ଡାଇଲଗ ଡେଲିଭେରି ଦେଖିବାକୁ ଯିବେ । ଆମ ରାଜ୍ୟରେ ଶୁଟିଙ୍ଗ ଚାଲିଛି ଆଉ ମିଟୁ ମିଥୁନ ଆମ ମାଟିରେ କଳାକାର । ସେଥିପାଇଁ ଓଡିଶା ହଲରେ ବହୁ ସଂଖ୍ଯାରେ ଭିଡ ଜମିପାରେ ବୋଲି କୁହାଯାଉଛି । 25 ବର୍ଷର ଅଭିଜ୍ଞତା ସହ ମିଟୁ ମିଥୁନଙ୍କ ନାଚୁରାଲ ଆକଟିଂକୁ ସମସ୍ତେ କୁଆଡେ ପ୍ରଶଂସା କରୁଛନ୍ତି ।

ଅଲୁ ଅର୍ଜୁନ ଯେତେବେଳେ ଜଙ୍ଗଲରୁ ଚନ୍ଦନ କାଠ ଚୋରି କରି ଚାଲାଣ କରୁଥିବେ ଆଗରେ କୁଆଡେ ତାଙ୍କୁ ଅଟକାଇବାକୁ ଠିଆ ହୋଇ ପଡୁଥିବେ ମିଟୁ ମିଥୁନ । ଏଭଳି ପୋଲିସ ଅଫିସରଙ୍କୁ ଦେଖି ଅଲୁ ଅର୍ଜନୁ ନିଶ୍ଚୟ ଡରିଯିବେ । କୌଣସି ପରିସ୍ଥିତିରେ ଓଡିଶାରୁ ଚନ୍ଦନ କାଠ ଚୋରି ହେବାକୁ କେବେବି ଦେବେନି ମିଟୁ ମିଥୁନ । ତେବେ ଅଭିନୟ କଥା ଅଲଗା ଯାହା ହେଲେ ବି ଓଡିଶାରେ ଶୁଟିଙ୍ଗ ଚାଲିଛି ।

ମିଟୁ ମିଥୁନଙ୍କ ସହ ଦେଖା ହୋଇ ଅନେକ ଓଡିଶା ଦର୍ଶକ ସେଲଫି ମଧ୍ୟ ନେଉଛନ୍ତି । କାଠ ବୁହା କାମ ଶେଷ ହେବା ପରେ ମିଟୁ ମିଥୁନଙ୍କ ଶୁଟିଙ୍ଗ ଆରମ୍ଭ ହୋଇଯାଇଛି । ପୁରା ସତସତିକା ଅଭିନୟ ଦରକାର ସେଥିପାଇଁ ତ ଶୁଟିଙ୍ଗକୁ ନେଇ ବେଶ ସିରିୟସ ଅଛନ୍ତି ମିଟୁ ମିଥୁନ । ଶୁଟିଙ୍ଗ ସେଟରେ ମିଟୁ ମିଥୁନଙ୍କ କ୍ରେଜ ଖୁବ ଅଧିକ ରହିଛି । ଅନେକ କଳାକାର ମଧ୍ୟ ତାଙ୍କ ସହ ସେଲଫି ନେଉଥିବାର ଦେଖିବାକୁ ମିଳୁଛି ।

ମିଟୁ ମିଥୁନ ଯେମିତି କହିଥିଲେ ପୁଷ୍ପା ଫିଲ୍ମରେ ସେମିତି ଅଭିନୟ କରିବାକୁ ସୁଯୋଗ ପାଇଛନ୍ତି । ହେଲେ ମିଟୁ ମିଥୁନଙ୍କ କଥାକୁ ଅନେକ ଲୋକ ବିଶ୍ବାସ କରୁ ନଥିଲେ । ତେଣୁ ସେମାନଙ୍କ ମୁହଁ ବନ୍ଦ କରିବା ପାଇଁ ଫିଲ୍ମ ରିଲିଜ ହେବା ଯାଏଁ ଅପେକ୍ଷା କରିବାକୁ ପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।