ଏହି ମନ୍ଦିରରେ ଦେବୀମା’ଙ୍କର ହୋଇଥାଏ ଋତୁସ୍ରାବ, ଧଳା କପଡା ହୋଇଯାଏ ଲାଲ, ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ଭାରତରେ ଏଭଳି ଏକ ରହସ୍ୟମୟ ମନ୍ଦିର ରହିଛି ଯେଉଁଠି ଦେବୀ ମା’ଙ୍କର ହୁଏ ଋତୁସ୍ରାବ । ମା’ଙ୍କ ଋତୁସ୍ରାବରେ ଧଳା କପଡା ଲାଲ ହୋଇଯାଏ । ସେଥିପାଇଁ ତିନିଦିନ ଯାଏଁ ମନ୍ଦିର ବନ୍ଦ ରୁହେ । ଆଉ ମା’ଙ୍କ ଋତୁସ୍ରାବ କପଡାକୁ ପ୍ରସାଦ ଭାବେ ବଣ୍ଟାଯାଏ । ଏହି ମନ୍ଦିରର ରହସ୍ୟ ବୈଜ୍ଞାନିକମାନେ ଆଜି ଯାଏଁ ଖୋଜି ପାଇନାହାନ୍ତି । ଆମେ କହୁଛୁ କାମାକ୍ଷା ମନ୍ଦିର କଥା । ଆସାମର ରାଜଧାନୀ ଦିସପୁର ଠାରୁ ପ୍ରାୟ 10 କିମି ଦୂରରେ ରହିଛି ନୀଳାଚଳ ପର୍ବତ ।

ଆଉ ଏହାରି ଉପରେ ଅବସ୍ଥିତ କାମାକ୍ଷା ଦେବୀଙ୍କ ମନ୍ଦିର । କାମାକ୍ଷା ମନ୍ଦିର ହେଉଛି ସମସ୍ତ ଶକ୍ତିପୀଠ ମଧ୍ୟରେ ମହାଶକ୍ତିପୀଠ । ଏଠାରେ ଆପଣ କୌଣସି ମାତୃଶକ୍ତିଙ୍କ ମୂର୍ତ୍ତି ଦେଖିବାକୁ ପାଇବେନି । ଏଠାରେ କେବଳ ମହିଳା ଯୋନି ଆକୃତିର ଏକ କୁଣ୍ଡ କରାଯାଇଛି ଯାହାକୁ ଫୁଲରେ ଆବୃତ୍ତ କରାଯାଇଥାଏ । ଏଥିରୁ ପାଣି ନିଗିଡୁ ଥିବାର ଦେଖିବାକୁ ମିଳିଥାଏ । ସାରା ଭାରତରେ ମାସିକଧର୍ମକୁ ଅଶୁଦ୍ଧ ମାନା ଯାଉଥିବା ବେଳେ ମାତା କାମାକ୍ଷାଙ୍କ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଭିନ୍ନ ।

ଏଠାରେ ଥିବା ବ୍ରହ୍ମପୁତ୍ର ନଦୀର ରଙ୍ଗ ତିନିଦିନ ପାଇଁ ଲାଲ ରଙ୍ଗ ହୋଇଯାଏ । ଏହା କାମାକ୍ଷା ଦେବୀଙ୍କ ମାସିକ ଧର୍ମ କାରଣରୁ ହୋଇଥାଏ ବୋଲି ବିଶ୍ବାସ କରାଯାଏ । ତିନିଦିନ ପରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳେ । ଏହି ମନ୍ଦିରରେ ଦିଆ ଯାଉଥିବା ପ୍ରସାଦ ମଧ୍ୟ ଅନ୍ୟ ମନ୍ଦିର ତୁଳନାରେ ସଂପୂର୍ଣ୍ଣ ଭିନ୍ନ ଅଟେ । ମନ୍ଦିରରେ ପ୍ରସାଦ ଭାବେ ଲାଲ ରଙ୍ଗର ଏକ ଓଦା କପଡା ଦିଆ ଯାଇଥାଏ ।

କୁହାଯାଏ ମାଆଙ୍କର ତିନିଦିନ ଋତୁସ୍ରାବ ହେଲେ ମନ୍ଦିର ଭିତରେ ଏକ ଧଳା କପଡା ବିଛାଇ ଦିଆଯାଏ । ଯାହା ମା’ଙ୍କର ଋତୁସ୍ରାବରେ ଭିଜି ଲାଲ ରଙ୍ଗର ହୋଇଯାଏ । ଏହି ବସ୍ତ୍ରକୁ ଆମ୍ବୁବାଚୀ ବସ୍ତ୍ର ବୋଲି କୁହାଯାଏ । ଏହାକୁ ଭକ୍ତଙ୍କ ମଧ୍ୟରେ ପ୍ରସାଦ ଭାବେ ବଣ୍ଟାଯାଏ । ଏଠାରେ କୌଣସି ମୂର୍ତ୍ତି ସ୍ଥାପିତ କରା ଯାଇନାହିଁ । ଏଠାରେ ଥିବା ଚଟାଣରେ କେବଳ ଦେବୀଙ୍କ ଯୋନି ଦେଖିବାକୁ ମିଳେ । ଏହି ସ୍ଥାନ ସବୁବେଳେ ସନ୍ତସନ୍ତିଆ ରହିଥାଏ ।

ଏଥିରୁ ନିର୍ଗତ ଜଳକୁ ଖୁବ ଶକ୍ତିଶାଳୀ ମାନାଯାଏ । ଏହି ଜଳକୁ ନିୟମିତ ସେବନ କରିବା ଦ୍ଵାରା ବହୁ ରୋଗବ୍ୟାଧିରୁ ମୁକ୍ତି ମିଳୁଥିବା ମାନ୍ୟତା ରହିଛି । କୁହାଯାଏ କି, ମା’ଙ୍କୁ ପ୍ରସନ୍ନ କରିବା ଲାଗି ଏଠାରେ କନ୍ୟାପୂଜନ କରାଯାଏ । ଏଭଳି କରିବା ଦ୍ଵାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।