ଶାଢୀ ପିନ୍ଧି ଜବରଦସ୍ତ ଷ୍ଟଣ୍ଟ ମାରିଲେ ମହିଳା, ଦେଖିଲେ ଉଡିଯିବ ହୋସ୍, ଶାଢୀରେ ଏମିତି ଷ୍ଟଣ୍ଟ କେବେ ଦେଖି ନଥିବେ, ଦେଖନ୍ତୁ video

ଜଣେ ମହିଳା ଶାଢୀ ପିନ୍ଧି ଚମତ୍କାର ଷ୍ଟଣ୍ଟ ଦେଖାଇଛନ୍ତି । ତାଙ୍କ ଷ୍ଟଣ୍ଟ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି । ଯାହାର ଭିଡିଓ ଏବେ ଖୁବ ଜୋରରେ ଭାଇରାଲ ହେଉଛି । ମରାଠୀ ଷ୍ଟାଇଲରେ ଶାଢୀ ପିନ୍ଧିଥିବା ଏହି ମହିଳାଙ୍କ ଚମତ୍କାର ଷ୍ଟଣ୍ଟ ଦେଖିବାକୁ ମିଳିଛି । ଲୋକଙ୍କର ଧାରଣା ଥାଏ କି, ଶାଢୀ ପିନ୍ଧି କୌଣସି କାମ ଆରାମରେ କରି ହୁଏନି । ଶାଢୀ ପିନ୍ଧି କାମ କରିବାକୁ ବି ଆଜିକାଲିର ମହିଳା ମାନେ ବିଲକୁଲ ପସନ୍ଦ କରନ୍ତି ନାହିଁ ।

କିନ୍ତୁ ଇଣ୍ଟରନେଟରେ ସମୟ ସମୟରେ ଏଭଳି କିଛି ଭିଡିଓ ସାମ୍ନାକୁ ଆସିଛି ଯାହା ଏ କଥାକୁ ସଂପୂର୍ଣ୍ଣ ଭୁଲ ପ୍ରମାଣିତ କରିଛି । କେତେବେଳେ ଶାଢୀ ପିନ୍ଧି ବୁଲେଟ ଚଳେଇବା ଭଳି ଭିଡିଓ ଦେଖିବାକୁ ମିଳିଛି ତ ଆଉ କେତେବେଳେ ଶାଢୀ ପିନ୍ଧି ଚମତ୍କାର ଡ୍ୟାନ୍ସ କରୁଥିବାର ଭିଡିଓ ମଧ୍ୟ ଦେଖାଯାଇଛି । ସେହିପରି ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ମହିଳାଜଣକ ଶାଢୀ ପିନ୍ଧି ଷ୍ଟଣ୍ଟ ମାରୁଥିବାର ଦେଖିବାକୁ ମିଳିଛି ।

ଆମ ଦେଶର ପ୍ରତିଭାର କୌଣସି ଅଭାବ ନାହିଁ । ଇଣ୍ଟରନେଟରେ ପ୍ରତିଦିନ ଏମିତି କିଛି ଭିଡିଓ ଦେଖିବାକୁ ମିଳେ ଯାହା ଲୋକଙ୍କ ମଧ୍ୟରେ ଥିବା ପ୍ରତିଭାର ପରିଚୟ ଦେଇଥାଏ । ନିଜର ଶୈଳୀ ଓ ଅନ୍ଦାଜରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ସେମାନଙ୍କ ପ୍ରତିଭା । ଯାହା ଲୋକଙ୍କ ଇନ୍ଦ୍ରିୟକୁ ବେଶ ପ୍ରଭାବିତ କରିଥାଏ । ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ।

ଏହି ଭିଡିଓ ଦେଖିଲେ ଆପଣ ମଧ୍ୟ ଉକ୍ତ ମହିଳାଙ୍କୁ ପ୍ରଶଂସା ନକରି ରହି ପାରିବେନି । ଏହି ଭିଡିଓରେ ମହିଳା ଜଣକ ବାଇଗଣି ଓ କମଳା ରଙ୍ଗର ଶାଢୀ ମରାଠୀ ଷ୍ଟାଇଲରେ ପିନ୍ଧିଛନ୍ତି । ଏହାସହ ପାଦରେ ଜୋତା ମଧ୍ୟ ପିନ୍ଧିଛନ୍ତି । ମହିଳାଜନକ ଶାଢୀ ପିନ୍ଧି ଚମତ୍କାର ଷ୍ଟଣ୍ଟ ପ୍ରଦର୍ଶନ କରୁଛନ୍ତି । ତାଙ୍କ ଷ୍ଟଣ୍ଟ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ବେଶ ଉତ୍ସାହିତ ହୋଇ ଯାଉଛନ୍ତି । ପାରମ୍ପରିକ ପୋଷାକରେ ମଧ୍ୟ ସିଦ୍ଧତାର ସହ ଷ୍ଟଣ୍ଟ ପ୍ରଦର୍ଶନ କରିବା ସତରେ ଏକ ଉଚ୍ଚକୋଟିର ପ୍ରତିଭା ।

ସେଠାରେ ଉପସ୍ଥିତ ଲୋକ କରତାଳି ଦେଇ ତାଙ୍କୁ ଉତ୍ସାହିତ କରୁଥିବାର ମଧ୍ୟ ଭିଡିଓରେ ଆପଣ ଦେଖିପାରିବେ । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାସହ ଲୋକମାନେ ବହୁଳ ମାତ୍ରାରେ ଏହାକୁ ଶେୟାର ମଧ୍ୟ କରୁଥିବାର ଦେଖାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।