କେଉଁ ରଙ୍ଗ ପସନ୍ଦ କରୁଥିବା ଲୋକଙ୍କ ପାଖରେ ଅସାଧାରଣ ଶକ୍ତି ରହିଥାଏ, ଆପଣ କେଉଁ ରଙ୍ଗ ପସନ୍ଦ କରନ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ଆମେ ଅନେକ ପ୍ରକାର ରଙ୍ଗ ଦେଖିବାକୁ ପାଇଥାଉ । ବିଭିନ୍ନ ଲୋକଙ୍କୁ ନିଜ ପସନ୍ଦ ମୁତାବକ ଭିନ୍ନ ଭିନ୍ନ ରଙ୍ଗ ମଧ୍ୟ ପସନ୍ଦ ହୋଇଥାଏ । ତେବେ ମଣିଷ ପସନ୍ଦ କରୁଥିବା ରଙ୍ଗ ଦ୍ଵାରା ତା’ ର ଚରିତ୍ର ଏବଂ ଆଚାର ବ୍ୟବହାର ବିଷୟରେ ସୂଚନା ମିଳିଥାଏ । ଆକାଶିଆ ରଙ୍ଗ ପସନ୍ଦ କରୁଥିବା ଲୋକମାନେ ଦେଶ ବିଦେଶବୁଲିବାକୁ ସୁଯୋଗ ପାଇଥାନ୍ତି । ଏହି ରଙ୍ଗ ପସନ୍ଦ କରୁଥିବା ଲୋକ କିନ୍ତୁ ବହୁତ କମ୍ ଇଶ୍ଵରବିଶ୍ଵାସୀ ହୋଇଥାନ୍ତି ।

ଗୋଲାପୀ ରଙ୍ଗକୁ ପସନ୍ଦ କରୁଥିବା ଲୋକଙ୍କ ମୁହଁରେ ସଦା ସର୍ବଦା ହସ ଏବଂ ଆଖିରେ ଚୁମ୍ବକୀୟ ଆକର୍ଷଣୀୟ ଶକ୍ତି ରହିଥାଏ । ଏହି ରଙ୍ଗ ପସନ୍ଦ କରୁଥିବା ଲୋକ ମାନଙ୍କ ଆୟ ବହୁତ କମ୍ ହୋଇଥାଏ । ଏହା ସହିତ ଏମାନେ ସୁଖ ଓ ଦୁଃଖକୁ ଅନ୍ୟ ମାନଙ୍କ ସହିତ ବାଣ୍ଟିବାକୁ ମଧ୍ୟ ପସନ୍ଦ କରିଥାନ୍ତି । କମଳା ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତିବିଶେଷ ମାନେ ରାଷ୍ଟ୍ରହିତ, ପରିବାରହିତ, ସମାଜର ହିତ ପାଇଁ କାର୍ଯ୍ୟ କରିବାକୁ ଅଧିକ ପସନ୍ଦ କରିଥାନ୍ତି । ଏହା ସହିତ ଏହି ଲୋକମାନେ ବହୁତ ଆଶାବାଦୀ ମଧ୍ୟ ହୋଇଥାନ୍ତି ।

ବାଇଗଣୀ ରଙ୍ଗକୁ ପସନ୍ଦ କରୁଥିବା ଲୋକମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏହା ସହିତ କୌଣସି କାର୍ଯ୍ୟ ପାଇଁ ଦିନରାତି ଏକ କରି ଦେଇଥାନ୍ତି । ଏହି ଲୋକମାନେ ବିଳାସବସନରେ ଚଳିବାକୁ ଅଧି ଭଲ ପାଇଥାନ୍ତି । ହଳଦିଆ ରଙ୍ଗ ପସନ୍ଦ କରୁଥିବା ଲୋକମାନେ ନିଜ ପ୍ରଶଂଷା ଶୁଣିବାକୁ ଭଲ ପାଇଥାନ୍ତି । ଏହା ସହିତ ଅନ୍ୟ ମାନଙ୍କୁ ସହାୟତା କରିବାକୁ ମଧ୍ୟ ଭଲ ପାଇଥାନ୍ତି ।

ହଳଦିଆ ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତିମାନେ ସାହିତିକ ହୋଇଥାନ୍ତି । ଏହା ସହିତ କୌଣସି ଘଟଣାକୁ ବିଶେଷ ଭାବେ ଆଲୋଚନା କରି ଅନ୍ୟ ଯ ମାନଙ୍କର ନଜରକୁ ଆସିଥାନ୍ତି । ସବୁଜ ରଙ୍ଗକୁ ପସନ୍ଦ କରୁଥିବା ଲୋକମାନେ ହାସ୍ୟ ପରିହାସ୍ୟ କରିବା ପାଇଁ ଭଲ ପାଇଥାନ୍ତି। ଏହା ସହିତ ସେମାନେ ପ୍ରକୃତି ପ୍ରେମୀ ମଧ୍ୟ ହୋଇଥାନ୍ତି । ଏହି ଲୋକମାନେ କାର୍ଯ୍ୟରେ ଚତୁର ହୋଇଥାନ୍ତି । ଯେକୌଣସି କାର୍ଯ୍ୟକୁ ଅତି ଶୀଘ୍ର ସାରିବାକୁ ଚେଷ୍ଟା ମଧ୍ୟ କରିଥାନ୍ତି ।

ନୀଳ ରଙ୍ଗ ପସନ୍ଦ କରୁଥିବା ଲୋକମାନେ ଜୀବନ ରହସ୍ୟମୟୀ ହୋଇଥାଏ । ସେମାନଙ୍କୁ ସାଧାରଣତଃ କେହି ଅତି ସହଜରେ ବୁଝି ପାରିନଥାନ୍ତି । ଏହି ଲୋକମାନେ ଅନ୍ୟ ମାନଙ୍କ ପ୍ରତି ସହାନୁଭୁତି ରଖିଥାନ୍ତି । ଯେଉଁ ମାନଙ୍କୁ ଲାଲ ରଙ୍ଗ ପସନ୍ଦ ହୋଇଥାଏ । ସେମାନେ ସାଧାରଣତଃ ଯଶସ୍ଵୀ ହୋଇଥାନ୍ତି । ଲାଲରଙ୍ଗ ପସନ୍ଦ କରୁଥିବା ଲୋକମାନେ ସାଧାରଣତଃ ଭାଗ୍ୟ ଉପରେ ବିଶ୍ବାସ ନକରି କର୍ମ ଉପରେ ଭରଷା ରଖିଥାନ୍ତି ।

କଳା ରଙ୍ଗ ପସନ୍ଦ ଲୋକ ମାନେ ଉପରୁ ଟାଣ ସ୍ଵଭାବ ଓ ଭିତରୁ କୋମଳ ସ୍ଵଭାବର ହୋଇଥାନ୍ତି । ଧଳା ରଙ୍ଗ ପସନ୍ଦ କରୁଥିବା ଲୋକମାନେ ନିସ୍ଵାର୍ଥପର ଭାବରେ ଅନ୍ୟ ମାନଙ୍କୁ ଭଲ ପାଇଥାନ୍ତି । ଏହି ଲୋକ ମାନଙ୍କ ଠାରେ ବୁଝିବା ଓ ବୁଝେଇବା ଶକ୍ତି ବହୁତ ଅଧିକ ଓ ଅସାଧାରଣ ଶକ୍ତି ମଧ୍ୟ ଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରିବା ସହ ଆପଣଙ୍କୁ କେଉଁ ରଙ୍ଗ ପସନ୍ଦ ତାହା ଆମକୁ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ