ଦେଖନ୍ତୁ ଭିଡିଓ – ମିଥ୍ୟା ବୟାନ ଦେଇ ରାହୁଲ ଗାନ୍ଧୀ କରିଲେ ଗୁଜବ ଉଠାଇବା ପାଇଁ ଚେଷ୍ଟା, କାଶ୍ମୀର IG କହିଲେ – ‘ବିଶ୍ଵାସ କରନ୍ତୁ ନାହିଁ, ସବୁ ମିଛ’ ଆଉ ତା ପରେ…

କେନ୍ଦ୍ର ସରକାରଙ୍କ ଦ୍ଵାରା ଜାମ୍ମୁ – କାଶ୍ମୀରରୁ ଧାରା ୩୭୦ ହଟିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବଡ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧୀ ଜାମ୍ମୁ – କାଶ୍ମୀରର ଲୋକମାନଙ୍କ ପାଇଁ ଚିନ୍ତା କରି ଅଶାନ୍ତି ସୃଷ୍ଟି ହେବା ଭଳି କଥା କହିଛନ୍ତି । ଏତିକି ନୁହେଁ ରାହୁଲ ଗାନ୍ଧୀଙ୍କର ଏହି ବୟାନକୁ ୨୪ ଘଣ୍ଟା ହୋଇ ନାହିଁ କି ନାହିଁ କାଶ୍ମୀର ରେଞ୍ଜର ଆଇଜି ଏସପୀ ପାନୀ ପୁରା ମାମଲାର ସତ୍ୟତାକୁ ସମସ୍ତଙ୍କ ସାମ୍ନାରେ ନେଇ ଆସିଲେ । ଅର୍ଥାତ ପୁଣି ଥରେ ରାହୁଲ ଗାନ୍ଧୀଙ୍କର କଥା ମିଥ୍ୟା ହୋଇ ଯାଇଛି ।

ରାହୁଲ ଗାନ୍ଧୀଙ୍କର ବୟାନକୁ କରାଯାଇଛି ଖାରିଜ

କାଶ୍ମୀର ରେଞ୍ଜର ଆଇଜି ଏସପୀ ପାନୀ ଏକ ପ୍ରେସ ରିଲିଜ ଜାରି କରି କହିଛନ୍ତି କି କାଶ୍ମୀରକୁ ନେଇ ମନଗଢା ଖବର ଉପରେ ଆପଣମାନେ ବିଶ୍ଵାସ କରନ୍ତୁ ନାହିଁ, କାରଣ ଏଥିରେ ବିଲକୁଲ ସତ୍ୟତା ନାହିଁ । ଏହା ଛଡା ସେ ଏକ ଭିଡିଓ ବି ଶେୟାର କରିଥିଲେ, ଯେଉଁଥିରେ କୁହାଯାଇଛି କି ଗତ ୬ ଦିନ ହେବ କାଶ୍ମୀରରେ କୌଣସି ବି ଫାୟରିଙ୍ଗ ହୋଇ ନାହିଁ । ଏମିତିରେ ଏହି ସମସ୍ତ ଖବର ମିଥ୍ୟା ଅଟେ । ଅର୍ଥାତ ରାହୁଲ ଗାନ୍ଧି ଗତ ଶନିବାର ଦିନ ଫାୟରିଙ୍ଗର ଯେଉଁ କଥା କହିଥିଲେ, ତାକୁ ଆଇଜି ଏସପୀ ଖାରିଜ କରି ଦେଇଛନ୍ତି ।

ପ୍ରେସ ରିଲିଜ ବି ଜାରୀ କରିଲେ

ମୁଖ୍ୟ ସଚିବ ଓ ଜାମ୍ମୁ – କାଶ୍ମୀରର ଆଇଜି ଏସପି ଙ୍କ ତରଫରୁ ଏକ ପ୍ରେସ ରିଲିଜ ବି କରା ଯାଇଛି, ଯେଉଁଥିରେ ସେ ଲୋକମାନଙ୍କୁ ଏହି ମିଥ୍ୟା ଖବର ଗୁଡିକ ଉପରେ ବିଶ୍ଵାସ ନ କରିବା ପାଇଁ ଉପଦେଶ ଦେଇଛନ୍ତି । ଏହା ସହିତ ସେ ପ୍ରେସରେ କହିଛନ୍ତି କି ଜାମ୍ମୁ କାଶ୍ମୀରର ଲୋକମାନେ ଇଦ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଓ ଏହି ବ୍ୟସ୍ତତା ଏକଦମ ଠିକ ଅଟେ । କୌଣସି ବି ପ୍ରକାରର ଅବ୍ୟବସ୍ଥାର ସାମ୍ନା କରିବାକୁ ପଡୁ ନାହିଁ ଓ ଗୋଲାବାରିର ତ ଗତ ୬ ଦିନ ହେବ ପ୍ରଶ୍ନ ହିଁ ଉଠି ନାହିଁ ।

ରାହୁଲ ଗାନ୍ଧୀ କଣ କହିଥିଲେ ?

ଶନିବାର ଦିନ ରାହୁଲ ଗାନ୍ଧୀ ମିଡିଆ ସହିତ କଥା ହୋଇ କହିଲେ କି ମୋ ପାଖକୁ ରିପୋର୍ଟ ଆସୁଛି କି ଗତ କିଛି ଦିନ ହେବ କାଶ୍ମୀର ଅବସ୍ଥା ଠିକ ନାହିଁ, ସେଠି ଫାୟରିଙ୍ଗ ଚାଲିଛି ଓ ଲୋକମାନେ କଷ୍ଟରେ ଅଛନ୍ତି, ଯାହା ପରେ ତାଙ୍କର ଏହି ବୟାନ ବହୁତ ଭାଇରାଲ ହୋଇ ଯାଇଛି । କହିଦେଉଛୁ କି ରାହୁଲ ଗାନ୍ଧୀ କାଶ୍ମୀର ପାଇଁ ଚିନ୍ତା ବ୍ୟକ୍ତ କରି କହିଲେ କି ନରେନ୍ଦ୍ର ମୋଦୀଙ୍କୁ ଏହି ସମସ୍ତ ମାମଲା ଉପରେ ଜବାବ ଦେବା ଉଚିତ କି ସେ ଏମିତି କାହିଁକି କରିଲେ, ଯେଉଁଥିରେ ଲୋକମାନଙ୍କର ଦିନଚର୍ଯା ପୂରାପୂରି ପ୍ରଭାବିତ ହୋଇ ଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।