ମୋଦୀଙ୍କୁ ରାଖୀ ବାନ୍ଧିବା ପାଇଁ ପାକିସ୍ତାନରୁ ଦିଲ୍ଲୀ ପହଞ୍ଚିଲେ କ଼ମର ଜହାଂ, କହିଲେ – “ମୁଁ ଗର୍ବ କରୁଛି କି ମୁଁ ପିଏମଙ୍କ ଭଉଣୀ…”

୧୫ ଅଗଷ୍ଟ ଦିନ ଦେଶର ସମସ୍ତ ଜନତା ଆଜାଦୀ ସହିତ ଭାଇ ଭଉଣୀର ପର୍ବ ରକ୍ଷାବନ୍ଧନକୁ ବି ପାଳନ କରିଛନ୍ତି । ଏମିତିରେ ଅହମଦାବାଦରୁ ଦିଲ୍ଲୀ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଭଉଣୀ ଯାହାର ନାମ କ଼ମର ଜହାଂ ଅଟେ । କିଛି ବର୍ଷ ପୂର୍ବେ ହିଁ ସେ ପାକିସ୍ତାନର କରାଚିରୁ ଅହମଦାବାଦ ଶିଫ୍ଟ ହୋଇଛନ୍ତି । ମୋଦୀଙ୍କୁ ରାଖୀ ପିନ୍ଧାଇବା ପାଇଁ ପାକିସ୍ତାନରୁ ଦିଲ୍ଲୀ ପହଞ୍ଚିଲେ କ଼ମର ଜହାଂ ।

ପାକିସ୍ତାନରୁ ଆସି ମୋଦୀଙ୍କୁ ରାଖୀ ପିନ୍ଧାଇଲେ କ଼ମର ଜହାଂ

କରାଚିରୁ କିଛି ବର୍ଷ ପୂର୍ବେ ଅହମଦାବାଦରେ ଆସି ରହୁଥିବା ଅହମଦାବାଦ କ଼ମର ଜହାଂ କହିଲେ କି ଗତ ୨୪ ବର୍ଷରୁ ସେ ପିଏମ ମୋଦୀଙ୍କୁ ରାଖୀ ବାନ୍ଧି ଆସୁଛନ୍ତି । ଏହା ପରେ ସେ ପିଏମ ମୋଦୀଙ୍କ ସହିତ ତାଙ୍କର ଭାଇ ଭଉଣୀ ଉପରେ କଥାବାର୍ତ୍ତା କରି କହିଲେ କି ଯେତେବେଳେ ମୋଦୀ କାର୍ଯ୍ୟକର୍ତା ଥିଲେ ସେହି ସମୟରୁ ହିଁ ମୁଁ ତାଙ୍କୁ ରାଖୀ ବାନ୍ଧି ଆସୁଛି । କମର ଜହାଂ କହିଲେ, “ପିଏମ ମୋଦୀ ଆରମ୍ଭରୁ ହିଁ ଲୋକମାନଙ୍କ ପାଇଁ କାମ କରିବା ଉପରେ ବିଶ୍ଵାସ କରୁଥିଲେ ।

ତାଙ୍କର ପରିଶ୍ରମ, ବିଶ୍ଵାସ ଓ ଚେଷ୍ଟା ଫଳରେ ସେ ଆଜି ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଲୋକମାନେ ତାଙ୍କୁ ଭଲ ପାଆନ୍ତି ଓ ତାଙ୍କ ଉପରେ ବିଶ୍ଵାସ ବି କରନ୍ତି ଓ ଏହା ହିଁ ପିଏମ ମୋଦୀଙ୍କର ସବୁଠୁ ବଡ ବିଜୟ ଅଟେ । ଏହା ମୋ ପାଇଁ ବହୁତ ସମ୍ମାନ ଓ ଗର୍ବର କଥା ଅଟେ କି ପିଏମ ମୋଦୀ ମୋର ଭାଇ ଅଟନ୍ତି ।“

ଆଜାଦୀର ଉସ୍ଚବ ଓ ରକ୍ଷାବନ୍ଧନର ଉସ୍ଚବ ଏକା ସହିତ ପଡିବା ଉପରେ କମର ଜହାଂ କହିଲେ କି ଏଥର ସ୍ଵତନ୍ତ୍ରତା ଦିବସ ଓ ରକ୍ଷା ବନ୍ଧନ ଏକା ସହିତ ପଡୁଥିଲା ଓ ସେ ପ୍ରଧାନମନ୍ତ୍ରୀଙ୍କୁ ରାଖୀ ବାନ୍ଧି ଏକା ସହିତ ୧୫ ଅଗଷ୍ଟ ଲାଲ କିଲ୍ଲାରେ ପରେଡରେ ସାମିଲ ବି ହେଇଥିଲେ ।

ରାଖୀରେ ଭାଇକୁ ଦେବୀ ସରପ୍ରାଇଜ

କମର ଜହାଂ ଆଗକୁ କହିଲେ କି, “ପିଏମ ମୋଦୀ ତାଙ୍କୁ ବହୁତ ମାନନ୍ତି ଓ ତାଙ୍କର ସମସ୍ତ ଖୁସିର ଧ୍ୟାନ ବି ରଖନ୍ତି । ମୁଁ ରାଖୀରେ ଭାଇଙ୍କ ପାଇଁ ଏକ ସରପ୍ରାଇଜ ଆଣିଛି । କମର ଜହାଂ ଆଗକୁ କହିଲେ କି “ଭାଇ ପିଏମ ମୋଦୀ ଦେଶର ହିତ ପାଇଁ କେତେକ ବଡ ନିଷ୍ପତି ନେଇଛନ୍ତି । ଯେଉଁଥିରେ ମୁସ୍ଲିମ ଭଉଣୀଙ୍କୁ ରକ୍ଷାବନ୍ଧନ ପୂର୍ବେ ତିନି ତଲାକର ଉପହାର ଦେଇଛନ୍ତି ଓ ଦେଶର ଧାରା ୩୭୦କୁ ହଟାଇ କାଶ୍ମୀରକୁ ଉପହାର ଦେଇଛନ୍ତି ।

କମର ଜହାଂ କହିଲେ କି ମୁଁ ନିଜ ମା ସହିତ କରାଚିରୁ ନିଜର ସମ୍ପର୍କୀୟଙ୍କ ସହିତ ଦେଖା କରିବା ପାଇଁ ଭାରତ ଆସିଥିଲି ଓ ଯେବେଠୁ ଆସିଛି ଏଠିକାର ହୋଇ ରହି ଯାଇଛି । ମୁଁ ବହୁତ ଭାଗ୍ୟବାନ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।