ମିଠା ଖାଇବା ଦ୍ଵାରା ଆମ ଶରୀରରେ କଣ ହୋଇଥାଏ ? ମିଠା ଖାଇବାର କ୍ଷତି ଓ ଲାଭ ବିଷୟରେ ନିହାତି ଜାଣି ରଖନ୍ତୁ

ମିଠା ସାଧାରଣତଃ ତିନି ପ୍ରକାରର ହୋଇଥାଏ ଯଥା- ଗ୍ଲୁକୋଜ, ଫୃକ୍ଟୋଜ ଏବଂ ଗ୍ଲାକଟୋଜ । ବାୟୋକେମିଷ୍ଟ୍ରି ଭାଷାରେ ମିଠାଜାତୀୟ ଜିନିଷକୁ କାର୍ବୋହାଇଡ୍ରେଟ କୁହାଯାଏ । ମିଠାଜାତୀୟ ଜିନିଷ ଆମ ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ । ତେବେ ଏହି ମିଠା ଖାଇବାର ଫାଇଦା ଯେତିକି ରହିଛି କ୍ଷତି ମଧ୍ୟ ସେତିକି ରହିଛି । ଆମେ ଖାଉଥିବା ମିଠାଖାଦ୍ଯ ଆମ ଲାଳ ବା ସଲାଇଭା ସହ ମିଶି ଖାଦ୍ୟନଳୀ ଦେଇ ପେଟକୁ ଯାଇଥାଏ ।

ପେଟରେ ତାହା ହଜମ ହୋଇ ଆମ ଛୋଟ ଅନ୍ତଃନଳୀକୁ ଯାଇଥାଏ ଓ ସେହିଠାରେ ହିଁ ତାହା ଭଲଭାବେ ହଜମ ହୋଇ କାର୍ବୋହାଇଡ୍ରେଟରେ ପରିଣତ ହୋଇଥାଏ । ଚିନିରେ ତିଆରି ସମସ୍ତ ମିଠାଜାତୀୟ ଖାଦ୍ୟ ଆମ ଶରୀର ମଧ୍ୟକୁ ଯାଇ ଗ୍ଲୁକୋଜରେ ପରିଣତ ହୁଏ । ଏହା ଆମକୁ ତୁରନ୍ତ ଶକ୍ତି ତ ଯୋଗାଏ ସତ କିନ୍ତୁ ଗ୍ଲୁକୋଜ ଆମ ରକ୍ତରେ ମିଶି ଏହାକୁ ଗାଢ କରିଦିଏ । ରକ୍ତ ଗାଢ ହେବା ଫଳରେ ଆମର ଅନେକ ଶିରାପ୍ରଶିରାକୁ ଏହା ପ୍ରଭାବିତ କରିଥାଏ ।

ଯେମିତି ଛୋଟ ରାସ୍ତାରେ ବଡ ବଡ ଗାଡି କଲେ ରାସ୍ତା ନଷ୍ଟ ହୋଇଥାଏ ଠିକ ସେମିତି ଆମର ଛୋଟ ଛୋଟ ଶିରାପ୍ରଶିରା ଭିତରେ ଗାଢ ରକ୍ତ ପ୍ରବାହିତ ହେବା ଫଳରେ ଏହା ଭିତରେ ଥିବା ଏଣ୍ଡୋଥେଲିୟମ ସ୍ତରକୁ ନଷ୍ଟ କରିଥାଏ । ଏହି ଏଣ୍ଡୋଥେଲିୟମ ସ୍ତର ନାଇଟ୍ରିକ ଏସିଡ ତିଆରି କରିଥାଏ, ଯାହା ଆମ ଶରୀରରେ କେଉଁଠି କ୍ଷତ ହେଲେ ସୁସ୍ଥତାର କାମ କରିଥାଏ । ଏହି କାରଣରୁ ଡାଇବେଟିସ ରୋଗୀଙ୍କ ଶରୀରରେ କ୍ଷତ ହେଲେ ତାହା ଭଲ ହେବାକୁ ଅଧିକ ସମୟ ଲାଗିଥାଏ ।

ଆମ ପାକସ୍ଥଳୀ ଇନସୁଲିନ ତିଆରି କରିଥାଏ, ଯାହା ଗ୍ଲୁକୋଜକୁ ହଜମ ହେବାରେ ସାହାଯ୍ୟ କରେ । ଅଧିକ ମିଠା ଖାଇବା ଦ୍ଵାରା ଏହା ଇନସୁଲିନ ଦ୍ଵାରା ହଜମ ହୋଇ ରକ୍ତକୋଷରେ ଯାଇ ମିଶେ ଓ ଏହାଦ୍ବାରା ଆମକୁ ଶକ୍ତି ମିଳେ । ବଳକା ସୁଗାର ଷ୍ଟୋର ହୋଇ ରହିଥାଏ । ଅତ୍ୟଧିକ ସୁଗାର ଥିଲେ ଏହା ଆମ ରକ୍ତରେ ପ୍ରବାହିତ ହୋଇଥାଏ । ଏଥିରୁ ଆପଣ ବୁଝି ପାରୁଥିବେ କି ଚିନି ଜାତୀୟ ଖାଦ୍ଯ ଖାଇବାକୁ କାହିଁକି ମନା କରାଯାଏ ?

କିନ୍ତୁ ପ୍ରାକୃତିକ ଜିନିଷରୁ ମିଳୁଥିବା ସୁଗାର ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଫଳମୂଳରେ ଥିବା ଫୃକଟୋଜ ଆମ ଶରୀରର ପାଇଁ ଭଲ ଅଟେ । ଗ୍ଲୁକୋଜ ଯେଉଁ ଭଳି ପାଚନ ହୁଏ ଫୃକଟୋଜ ମଧ୍ୟ ଠିକ ସେହିଭଳି ପାଚନ ହୁଏ । କିନ୍ତୁ ଏହା ଗ୍ଲୁକୋଜ ଅପେକ୍ଷା ଅତି ସହଜରେ ହଜମ ହୋଇଯାଏ । କାରଣ ଗ୍ଲୁକୋଜକୁ ପାଚନ କରିବା ପାଇଁ ଆମ ଶରୀରକୁ ସବୁଠୁ ଅଧିକ ପରିଶ୍ରମ କରିବାକୁ ପଡେ ।

ଫଳମୂଳରୁ ମିଳୁଥିବା କାର୍ବୋହାଇଡ୍ରେଟ ଦ୍ଵାରା ଇନସୁଲିନ କିମ୍ବା ବ୍ଲଡ଼ ସୁଗାରରେ କୌଣସି ପ୍ରଭାବ ପଡି ନଥାଏ । ଫୃକ୍ଟୋଜ ଗୁଡରେ ମଧ୍ୟ ରହିଥାଏ ତେଣୁ ଏହାକୁ ଡାଇବେଟିସ ରୋଗୀ ମଧ୍ୟ ଖାଇପାରିବେ । ସେହିପରି ଗ୍ଲାକଟୋଜ କ୍ଷୀର, ଦହି, ପନିର ଓ ଲସି ଖାଦ୍ଯରେ ରହିଥାଏ । ଏହା ମଧ୍ୟ ଆମ ଶରୀରରେ ସହଜରେ ପଚନ ହେବାସହ ଶରୀର ପାଇଁ ଭଲ ହୋଇଥାଏ । କିନ୍ତୁ ଲୋକଙ୍କ ଶରୀରରେ ଲାକ୍ଟୋଜ ଏନଜାଇମ ତିଆରି ହୋଇ ନ ପାରିବା କାରଣରୁ ସେମାନେ କ୍ଷୀରଜାତୀୟ ପଦାର୍ଥ ହଜମ କରିପାରନ୍ତି ନାହିଁ ।

ଫଳରେ ସେମାନଙ୍କ ପେଟ ଖରାପ ହୋଇଯାଏ । ଲିଭର ମଧ୍ୟ କିଛି ଗ୍ଲୁକୋଜ ଷ୍ଟୋର କରି ରଖିଥାଏ ଯାହା ଦରକାର ବେଳେ ଶକ୍ତି ଯୋଗାଇବା କାମ କରିଥାଏ । ଏହିଭଳି ଭାବେ ମିଥାଜାତିୟ ଖାଦ୍ଯ ଆମ ଶରୀରରେ ପଚନ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।