ଅପେକ୍ଷାର ମହତ୍ଵ କଣ ? ଗୌତମ ବୁଦ୍ଧଙ୍କର ଏହି ଶିକ୍ଷା ଆପଣଙ୍କ ଜୀବନକୁ ସୁନ୍ଦର କରିବାର ମୂଳ ମନ୍ତ୍ର ଅଟେ, ଜୀବନରେ ଆଗକୁ ବଢିବାର ପ୍ରେରଣା ଯୋଗାଇବ

ଏହା ଏକ ବହୁ ପୁରୁଣା ଘଟଣା ଅଟେ । ସେହି ସମୟରେ ଭଗବାନ ଗୌତମ ବୁଦ୍ଧ ସାରା ଭରତ ବୁଲି ବୁଲି ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର କରୁଥିଲେ । ଏକଦା ସେ ଧର୍ମ ପ୍ରଚାର ପାଇଁ ନିଜ ଶିଷ୍ୟ ମାନଙ୍କ ସହ ଏକ ଗ୍ରାମରେ ବୁଲୁଥିଲେ । ତେବେ ବହୁ ସମୟ ବୁଲାବୁଲି କରିବା ପରେ ଭଗବାନ ବୁଦ୍ଧଙ୍କୁ ଖୁବ ଜୋରରେ ତୃଷା ଲାଗିଲା । ଶୋଷ ବଢିବାର ଦେଖି ଗୌତମ ବୁଦ୍ଧ ତାଙ୍କର ଜଣେ ଶିଷ୍ୟକୁ ପାଖରେ ଥିବା ଗାଁ ଭିତରକୁ ଯାଇ ପାଣି ଆଣିବାକୁ କହିଲେ ।

ଶିଷ୍ୟ ଜଣକ ପାଖରେ ଥିବା ଗାଁରେ ଯାଇ ପହଞ୍ଚି ଦେଖିଲେ ଯେ ସେଠାରେ ଖୁବ ଛୋଟିଆ ନଈଟିଏ ବୋହି ଯାଇଛି । ଆଉ ସେହି ନଈରେ ଲୋକମାନେ ଏକାଠି ହୋଇ ଗାଧାଉଛନ୍ତି ଏବଂ ନିଜ ଲୁଗାପଟା ସଫା କରୁଛନ୍ତି । କେହି କେହି ସେଠାରେ ନିଜ ଗାଈଗୋରୁ ମାନଙ୍କୁ ମଧ୍ୟ ଗାଧୋଇ ଦେଉଛନ୍ତି । ଏହି କାରଣରୁ ନଈର ପାଣି ବହୁତ ମଇଳା ହୋଇ ଯାଇଥିଲା । ନଈର ମଇଳା ପାଣି ଦେଖି ଶିଷ୍ୟ ଜଣକ ଭାବିଲେ ଯେ ଗୁରୁଜୀଙ୍କ ପାଇଁ ଏଭଳି ମଇଳା ପାଣି ନେଇଯିବା ଉଚିତ ହେବନାହିଁ ।

ତେଣୁ ସେ ପାଣି ନଆଣି ସେଠାରୁ ଫେରି ଆସିଲେ । ହେଲେ ଏପଟେ ଗୁରୁଜୀଙ୍କର ଶୋଷରେ ତଣ୍ଟି ଶୁଖି ଯାଉଥାଏ । ସେଥିପାଇଁ ସେ ପୁଣି ଥରେ ପାଣି ପାଇଁ ଆଉ ଜଣେ ଶିଷ୍ୟଙ୍କୁ ଗାଁ ଭିତରକୁ ପଠାଇଲେ । ଆଉ ଶିଷ୍ୟଜଣକ ଶୀଘ୍ର ଯାଇ ଏକ ମାଠିଆରେ ପାଣି ପୂର୍ଣ୍ଣ କରି ଆସିଲେ ।

ଏହା ଦେଖି ମହାତ୍ମା ଗୌତମ ବୁଦ୍ଧ ଏକଦମ ଆଶ୍ଚର୍ଯ୍ୟ ଚକିତ ହେଇଗଲେ । ସେ ତାଙ୍କୁ ପଚାରିଲେ ଗାଁରେ ଥିବା ପାଣି ତ ମଇଳା ଥିଲା ତୁମେ ଏ ପାଣି କେଉଁଠୁ ନେଇ ଆସିଲ ? ଶିଷ୍ୟଜଣକ ଉତ୍ତର ଦେଲେ, ହଁ ଗୁରୁଜୀ ନଈର ପାଣି ତ ସତରେ ବହୁତ ମଇଳା ଥିଲା । ହେଲେ ସମସ୍ତେ ନିଜ ନିଜ କମ ସାରି ସେଠାରୁ ଚାଲିଯିବା ପରେ ମଇଳା ସବୁ ପାଣିତଳେ ବସିଯିବା ପର୍ଯ୍ୟନ୍ତ ଅପେକ୍ଷା କରିଲି ।

ପାଣି ଉପରୁ ଏକଦମ ସଫା ହେଇଯିବା ପରେ ମୁଁ ମାଠିଆରେ ଭର୍ତ୍ତି କରି ଆପଣଙ୍କ ପାଇଁ ଆଣିଲି । ମହାତ୍ମା ବୁଦ୍ଧ ସେହି ଶିଷ୍ୟର ବୁଦ୍ଧିମତା ଦେଖି ବହୁତ ଖୁସି ହେଲେ ଓ ଅନ୍ୟ ଶିଷ୍ୟମାନଙ୍କୁ ଶିକ୍ଷା ଦେଇ କହିଲେ, ଆମ ଜୀବନ ନଦୀର ଜଳ ଭଳି ଅଟେ । ଜୀବନରେ ଭଲ କାମ କଲେ ଆମେ ଶୁଦ୍ଧ ହୋଇ ରହିଥାଉ ।

କିନ୍ତୁ ଜୀବନରେ ବେଳେ ଏମିତି ପରିସ୍ଥିତି ଆସେ ଆମ ଜୀବନ ଦୁଃଖ ଓ ସମସ୍ଯାରେ ବୁଡି ରହେ । ସେତିକି ବେଳେ ଗୋଳିଆ ପାଣି ଭଳି ଆମ ଜୀବନ ମଧ୍ୟ ଭଲ ଲାଗେନାହିଁ । କିନ୍ତୁ ଜୀବନରେ ଯେତେ ଦୁଃଖ ଓ ସମସ୍ଯା ଆସୁ ନା କାହିଁକି ଧୈର୍ଯ୍ୟ ଧରି ଅପେକ୍ଷା କରିବା ଦ୍ଵାରା ଧୀରେ ଧୀରେ ଦୂରେଇ ଯାଏ ।

ପରିସ୍ଥିତି ଯାହା ବି ହେଉ ନା କାହିଁକି ତା’ର ସାମ୍ନା କରନ୍ତୁ ଓ ସେସବୁ ସମାଧାନ ହେବା ଯାଏଁ ଅପେକ୍ଷା କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।