ସ୍ତ୍ରୀ ପୁରୁଷ ମିଳନର ସୁଖ ଅଧିକ କାହାକୁ ମିଳିଥାଏ , ସ୍ତ୍ରୀ ନା ପୁରୁଷକୁ…

ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ପୌରାଣିକ ବିଷୟ ଆଣିଛୁ ଯାହାକୁ ଶୁଣି ଆପଣଙ୍କୁ ଏମିତି ଏକ ପ୍ରଶ୍ନର ଉତ୍ତର ମିଳିଯିବ ଯାହାକୁ ସବୁ ସ୍ତ୍ରୀ ପୁରୁଷ ଜାଣିବାକୁ ଚାହାଁନ୍ତି । ତାହା ହେଉଛି ସ୍ତ୍ରୀ ଓ ପୁରୁଷ ମିଳନ ସମୟରେ ମିଳନର ସୁଖ କାହାକୁ ଅଧିକ ହୋଇଥାଏ । ଦିନେ ଯୁଧିଷ୍ଠିର ଭୀଷ୍ମଙ୍କୁ ପଚାରିଲେ ମୋ ମନରେ ବହୁତ ଦିନ ହେଲା ଏକ ପ୍ରଶ୍ନ ଅଛି ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ ମୋତେ ମିଳିଲା ନାହିଁ । ସ୍ତ୍ରୀ ଓ ପୁରୁଷ ମିଳନ ସମୟରେ କାହାକୁ ଅଧିକ ଆନନ୍ଦ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା । ଭୀଷ୍ମ ଏହାର ଉତ୍ତରରେ ଏକ କାହାଣୀ ଶୁଣାଇଲେ, ବହୁତ ସମୟ ପୂର୍ବେ ଭଙ୍ଗସ୍ୱାନା ନାମକ ଜଣେ ବୀର ଓ ନାମୀ ରାଜା ଥିଲେ ଯାହାର କୌଣସି ସନ୍ତାନ ନଥିଲେ ।

Image courtesy: Google

ପୁତ୍ର ପ୍ରାପ୍ତି ପାଇଁ ରାଜା ଅଗ୍ନିଷ୍ଟମା ଯଜ୍ଞ କରାଇଲେ ଯେଉଁଥିରେ କେବଳ ଅଗ୍ନିଦେବଙ୍କୁ ଆହ୍ଵାନ କରାଯାଇଥାଏ । ଏଥିପାଇଁ ସେ କେବଳ ଅଗ୍ନିଦେବଙ୍କୁ ଡାକିଲେ । ଯାହା ଦ୍ଵାରା ଇନ୍ଦ୍ରଙ୍କୁ ଅପମାନ ହେଲା ଓ ସେ କ୍ରୋଧିତ ହୋଇ ଭଙ୍ଗସ୍ୱାନା ରାଜାଙ୍କୁ ବୁଦ୍ଧି ଶିଖାଇବାର ମଉକା ଖୋଜିଲେ ।

Image courtesy: Google

ଦିନେ ଭଙ୍ଗସ୍ୱାନା ରାଜା ଶିକାରରେ ଯାଇଥିଲେ । ଇନ୍ଦ୍ର ସେଠାରେ ରାଜାଙ୍କୁ ସମ୍ମୋହିତ କରିଦେଲେ । ସମ୍ମୋହିତ ହୋଇ ରାଜା ନିଜର ହୋସ ହରାଇ ବସିଲେ ଓ ଜଙ୍ଗଲରେ ଘୁରି ବୁଲିଲେ । ଭୋକ ଶୋଷରେ ବ୍ଯାକୁଳ ହୋଇ ରାଜା ଗୋଟିଏ ନଦୀ ପାଖରେ ପହଞ୍ଚିଲେ । ସେ ସେଠାରେ ହାତ ମୁହଁ ଧୋଇ ପାଣି ପିଇଲେ । ରାଜା ଗାଧୋଇବା କଥା ଭାବି ଯେମିତି ନଦୀ ଭିତରେ ପଶିଲେ ସେ ଦେଖିଲେ କି ସେ ବଦଳିବାକୁ ଲାଗିଛନ୍ତି । ଧୀରେ ଧୀରେ ସେ ଏକ ସ୍ତ୍ରୀ ରେ ବଦଳିଗଲେ ।

ରାଜା ନଦୀ ଜଳରେ ନିଜର ଛବି ଦେଖିଲେ । ସେ ଜଙ୍ଗଲରେ ଜୋର ଜୋର ରେ କାନ୍ଦିବାକୁ ଲାଗିଲେ କି ସ୍ତ୍ରୀ ହୋଇଯିବା ପରେ ମୁଁ କେମିତି ନିଜ ପ୍ରଜାଙ୍କୁ ରାଣୀମାନଙ୍କୁ ମୁହଁ ଦେଖାଇବି । ମୋର ଅଗ୍ନିଷ୍ଟମା ଯଜ୍ଞରୁ100 ପୁତ୍ର ହେଲେ କିନ୍ତୁ ମୁଁ ତାଙ୍କୁ କିପରି ଦେଖିବି । ସମ୍ମୋହନ ହଟିଯିବା ପରେ ରାଜା ତାଙ୍କ ରାଜ୍ୟରେ ପହଞ୍ଚିଲେ । ସ୍ତ୍ରୀ ସାଜିଥିବା ରାଜାଙ୍କୁ ଦେଖି ସମସ୍ତେ ଆଚମ୍ବିତ ହୋଇଗଲେ ।

ସେ ରାଣୀ, ମନ୍ତ୍ରୀ ଓ ପୁଅମାନଙ୍କୁ କହିଲେ କି ମୁଁ ରାଜପାଠ ସମ୍ଭାଳିବାର ଯୋଗ୍ୟ ନୁହେଁ । ମୁଁ ଜଙ୍ଗଲକୁ ଯାଉଛି ବାକି ଜୀବନ ସେହିଠାରେ ବିତାଇବି। ରାଜ୍ୟ କଥା ତୁମେ ବୁଝିବ । ସେ ଜଙ୍ଗଲକୁ ଯାଇ ଗୋଟିଏ ତପସ୍ଵୀଙ୍କ ଆଶ୍ରମରେ ରହିବାକୁ ଲାଗିଲେ । ସ୍ତ୍ରୀ ରୂପୀ ରାଜାଙ୍କର ସୁନ୍ଦରତାରେ ତପସ୍ଵୀ ମୋହିତ ହୋଇଗଲା । ସ୍ତ୍ରୀ ରୂପୀ ରାଜା ବହୁ ପୁତ୍ରଙ୍କୁ ଜନ୍ମ ଦେଲେ ।

ଦିନେ ରାଜା ଆଶ୍ରମରେ ଜନ୍ମ ହୋଇଥିବା ପୁଅଙ୍କୁ ମହଲର ପୁଅମାନଙ୍କ ସହିତ ଦେଖା କରାଇ ସବୁ କଥା କହିଲେ ଓ କହିଲେ କି ଏହି ରାଜ୍ୟକୁ ସବୁ ଭାଇ ମିଶି କରି ସମ୍ଭାଳ ଓ ତାହା ହିଁ ହେଲା । ଇନ୍ଦ୍ର ଏହି ଖୁସି କୁ ଦେଖି ସହି ପାରିଲେନି ଓ ସେ ରାଜାଙ୍କ ପୁତ୍ରମାନଙ୍କ ମଧ୍ୟରେ କଳହ ଲଗାଇବା ଆରମ୍ଭ କରିଦେଲେ । ସବୁ ରାଜା ପୁତ୍ର ପରସ୍ପରକୁ ମାରିଦେଲେ । ଯେତେବେଳେ ଭଙ୍ଗସ୍ୱାନାଙ୍କୁ ଏହି କଥା ଜଣା ପଡିଲା ତ ସେ କାନ୍ଦିବାକୁ ଲାଗିଲେ ।

ସେତିକିବେଳେ ବ୍ରାହ୍ମଣ ବେଶରେ ଇନ୍ଦ୍ର ସେଠାରେ ପହଞ୍ଚି ପଚାରିଲେ – ସୁନ୍ଦରୀ କାହିଁକି କାନ୍ଦୁଛ ? ଭଙ୍ଗସ୍ୱାନା ସବୁ କଥା କହିଲେ ଓ ଏହା ପରେ ଇନ୍ଦ୍ର ନିଜ ରୂପରେ ଆସିଗଲେ ଓ କହିଲେ ଦେଖିଲ ତୁମେ କେତେ ବଡ ଭୁଲ କରିଥିଲ ମୋତେ ସମ୍ମାନ ନ ଦେଇ । ଏଥିପାଇଁ ଏ ସବୁ ଖେଳ ମୁଁ ରଚିଥିଲି ।

ଭଙ୍ଗସ୍ୱାନା ଇନ୍ଦ୍ରଙ୍କ ପାଦ ଧରି ଭୁଲ ମାଗିଲେ । ଇନ୍ଦ୍ରଙ୍କୁ ଦୟା ଆସିଲା ଓ ସେ କହିଲେ କି ଭଙ୍ଗସ୍ୱାନା ତୁମେ କିଛି ପିଲାଙ୍କର ପିତା ଅଟ ତ କିଛି ପିଲାଙ୍କୁ ତୁମେ ମା’ ରୂପରେ ଜନ୍ମ ଦେଇଛ । ମୁଁ ଯେ କୌଣସି ଗୋଟିଏ ପକ୍ଷକୁ ହିଁ ଜୀବିତ କରାଇ ପାରିବି । କୁହ ମୁଁ କାହାକୁ ଜୀବିତ କରାଇବି ?

Image courtesy: Google

ରାଜା କହିଲେ ପୁତ୍ରମାନଙ୍କ ପ୍ରତି ଗୋଟିଏ ପୁରୁଷ ଠାରୁ ସ୍ତ୍ରୀ ର ପ୍ରେମ ଅଧିକ ହୋଇଥାଏ । ଏଥିପାଇଁ ,ମୁଁ ସ୍ତ୍ରୀ ରୂପରେ ଜନ୍ମ ଦେଇଥିବା ପୁଅଙ୍କୁ ଜୀବିତ କରାଇ ଦିଅ ।

ଜବାବ ଶୁଣି ଇନ୍ଦ୍ର ପ୍ରସନ୍ନ ହେଲେ ଓ ସେ ସବୁ ପୁତ୍ରଙ୍କୁ ଜୀବିତ କରାଇଦେଲେ ଓ କହିଲେ ମୁଁ ତୁମକୁ ମଧ୍ୟ ପୁଣି ଥରେ ପୁରୁଷ ରୂପକୁ ଫେରାଇ ଆଣିବି । ସେତେବେ ଭଙ୍ଗସ୍ୱାନା କହିଲେ – ହେ ଦେବରାଜ ମୁଁ ସ୍ତ୍ରୀ ରୂପରେ ବହୁତ ଖୁସିରେ ଅଛି । ମୁଁ ଏମିତି ହିଁ ରହିବାକୁ ଚାହୁଁଛି ।

ଇନ୍ଦ୍ର କାରଣ ପଚାରିବାରୁ ସେ କହିଲେ ହେ ଦେବରାଜ ସ୍ତ୍ରୀ ପୁରୁଷ ମିଳନ ସମୟରେ ସ୍ତ୍ରୀ କୁ ପୁରୁଷ ତୁଳନାରେ ବହୁତ ଅଧିକ ଆନନ୍ଦ ଓ ସୁଖ ମିଳିଥାଏ । ଏହି ସୁଖ ପୁରୁଷ ହୋଇ ମିଳିବ ନାହିଁ । ଏଥିପାଇଁ ମୁଁ ସ୍ତ୍ରୀ ହୋଇ ରହିବାକୁ ଚାହେଁ ।

ଏହି କଥା ଶୁଣାଇ ଭୀଷ୍ମ କହିଲେ ହେ ଯୁଧିଷ୍ଟିର ଏବେ ତୁମକୁ ତୁମ ପ୍ରଶ୍ନର ଉତ୍ତର ମିଳି ଯାଇଥିବ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।