ଏହି ସୁନ୍ଦର ଅଭିନେତ୍ରୀ ହେବାକୁ ଯାଉଛନ୍ତି ମୋଦୀଙ୍କର ପତ୍ନୀ, ଫିଲ୍ମରେ ଅଭିନୟ କରିବେ ଜସୋଦାବେନଙ୍କର ରୋଲ

ପିଏମ ନରେନ୍ଦ୍ର ମୋଦୀଙ୍କ ଜୀବନ ଉପରେ ପ୍ରସ୍ତୁତ ହେଉଛି ବାୟୋପିକ ‘ପିଏମ ନରେନ୍ଦ୍ର ମୋଦୀ’ଙ୍କର ଶୁଟିଙ୍ଗ ଆରମ୍ଭ ହୋଇ ଯାଇଛି । ଏହି ଫିଲ୍ମରେ ମୋଦୀଙ୍କର ରୋଲକୁ ଅଭିନେତା ବିବେକ ଓବେରୟ କରୁଛନ୍ତି । ଏହି ଫିଲ୍ମକୁ ନେଇ ପ୍ରଥମେ ଏକ ପୋଷ୍ଟ ଜାରି କରାଯାଇଛି । ଯେଉଁଥିରେ ବିବେକ ଓବେରୟ ପୂରାପୂରି ମୋଦୀଙ୍କ ଭଳି ଦେଖାଯାଉଛନ୍ତି ।

କିନ୍ତୁ ଲୋକମାନେ ଏହି ପୋଷ୍ଟରକୁ ଦେଖି ଜାଣି ପାରିଲେ ନାହିଁ କି ପିଏମ ମୋଦୀଙ୍କର ଲୁକରେ ବିବେକ ଅଛନ୍ତି ।

ଏହି ଫିଲ୍ମର ପୋଷ୍ଟର ୭ ଜାନୁୟାରୀ ଦିନ ରିଲିଜ କରା ଯାଇଥିଲା ଏବଂ ବର୍ତ୍ତମାନ ଏହି ଫିଲ୍ମର ଶୁଟିଙ୍ଗ କରାଯାଉଛି । ଏହି ଫିଲ୍ମରେ ପିଏମ ମୋଦୀଙ୍କ ଜୀବନ ସହିତ ଜଡିତ ମୁଖ୍ୟ ଲୋକମାନଙ୍କର ପରିଚୟ କରାଯିବ । ଏହି ଫିଲ୍ମରେ ପିଏମ ମୋଦୀଙ୍କର ପତ୍ନୀ ଜସୋଦାବେନଙ୍କର ରୋଲ ବି ରଖା ଯାଇଛି । ଜସୋଦାବେନଙ୍କର ରୋଲ ପାଇଁ ଟିଭି ଜଗତର ବୋଲ୍ଡ ଅଭିନେତ୍ରୀ ବରଖା ବିଷ୍ଟଙ୍କୁ ବଛା ଯାଇଛି ।

କିଏ ଅଟନ୍ତି ବରଖା ବିଷ୍ଟ

ବରଖା ବିଷ୍ଟ ବହୁତ ଟିଭି ଧାରାବାହିକରେ କାମ କରିସାରିଛନ୍ତି । ସେ କିଛି ଫିଲ୍ମରେ ଛୋଟ ରୋଲ ମଧ୍ୟ କରିଛନ୍ତି । ବର୍ତ୍ତମାନ ୩୯ ବର୍ଷର ବରଖା ବିଷ୍ଟ ମୋଦୀଙ୍କର ପତ୍ନୀଙ୍କର ରୋଲ କରୁଥିବାର ଏହି ଫିଲ୍ମରେ ନଜର ଆସିବେ । ଏହା ବିଷୟରେ ସେ କହିଛନ୍ତି କି ତାଙ୍କ ପାଇଁ ଏହି ରୋଲ ବହୁତ ଚ୍ୟାଲେନ୍ଯିଙ୍ଗ ଅଟେ । କାରଣ ମୋଦୀଙ୍କର ପତ୍ନୀ ବିଷୟରେ ଲୋକମାନେ ଅଧିକ ଜାଣି ନାହାନ୍ତି ।

କିଏ ଅଟନ୍ତି ମୋଦିଙ୍କର ପତ୍ନୀ

ମୋଦୀ ବର୍ଷ ୧୯୬୮ ମସିହାରେ ଜସୋଦାବେନଙ୍କ ସହିତ ବିବାହ କରିଥିଲେ । କିନ୍ତୁ ମୋଦୀ ନିଜର କ୍ୟାରିୟର ରାଜନୀତିରେ କରିବାକୁ ଚାହୁଁଥିଲେ । ସେଥିପାଇଁ ସେ ନିଜ ଘରକୁ କିଛି ଦିନ ପରେ ଛାଡି ଦେଲେ । ଅନ୍ୟ ପଟେ ମୋଦୀଙ୍କର ବାହାଘରର କଥା ୨୦୧୪ ଲୋକସଭା ଇଲେକ୍ସନ ସମୟରେ ଆସିଥିଲା ଏବଂ ସେତେବେଳେ ତାଙ୍କର ପତ୍ନୀ ଜସୋଦାବେନଙ୍କ ବିଷୟରେ ବି ଜଣା ପଡିଥିଲା ।

ମୋଦୀଙ୍କ ଠାରୁ ଅଲଗା ହେବା ପରେ ଜସୋଦାବେନ ଏକ ସ୍କୁଲରେ ଶିକ୍ଷୟତ୍ରି ହୋଇଗଲେ ଏବଂ ବର୍ତ୍ତମାନ ସେ ରିଟାୟାର ହୋଇ ଯାଇଛନ୍ତି ।

ଓମଙ୍ଗ କୁମାର ଦ୍ଵାରା ତିଆରି କରାଯାଉଛି ଏହି ଫିଲ୍ମ

ମୋଦୀଙ୍କ ଉପରେ ଆଧାରିତ ଏହି ଫିଲ୍ମ ନିର୍ଦେଶକ ଓମଙ୍ଗ କୁମାର କରୁଛନ୍ତି ଏବଂ ଏହି ଫିଲ୍ମର ଶୁଟିଙ୍ଗର ଦାୟିତ୍ଵ ତାଙ୍କ ଉପରେ ଅଛି । କୁହାଯାଏ କି ଓମାଙ୍ଗ କୁମାର ସବୁଠୁ ଭଲ ବାୟୋପିକ କରି ପାରନ୍ତି । ମୋଦୀଙ୍କର ଏହି ଫିଲ୍ମ ଦେଶର ବିଭିନ୍ନ ରାଜ୍ୟରେ ଶୁଟିଙ୍ଗ ହେବ ।

୨୩ ଭାଷାରେ ହେବ ଫିଲ୍ମ ରିଲିଜ

ବିବେକ ଓବେରୟଙ୍କର ପିତା ସୁରେଶ ଓବେରୟ ଏହି ଫିଲ୍ମର ସହ – ନିର୍ମାତା ଅଟନ୍ତି ଏବଂ ଏହି ଫିଲ୍ମକୁ ୨୩ ଟି ଭାଷାରେ ରିଲିଜ କରାଯିବ । ଯାହା ଦ୍ଵାରା ଦେଶର ସବୁ ବ୍ୟକ୍ତି ମୋଦୀଙ୍କର ଜୀବନ ବିଷୟରେ ଜାଣି ପାରିବେ । କୁହାଯାଉଛି କି ଏହି ଫିଲ୍ମ ଏହି ବର୍ଷର ଶେଷ ଆଡକୁ ରିଲିଜ ହୋଇପାରେ ।