ଧୂମଧାମରେ ହେଲା ରଜନୀକାନ୍ତ ଝିଅଙ୍କର ଦ୍ଵିତୀୟ ବାହାଘର, ୫ ବର୍ଷ ପୁଅର ମା ଅଟନ୍ତି ସୌନ୍ଦର୍ୟା – ଦେଖନ୍ତୁ ଫଟୋସବୁ

ଏମିତି କୁହାଯାଏ କି ଯୋଡି ଭଗବାନ ତିଆରି କରନ୍ତି । କେବଳ ତାଙ୍କ ସହିତ ମିଶିବା ଆମ ଉପରେ ଛାଡି ଦେଇଥାନ୍ତି । କିନ୍ତୁ ବେଳେ ବେଳେ ଲୋକମାନଙ୍କର ଦୁଇଟି କିମ୍ବା ତାହାଠାରୁ ଅଧିକ ବାହାଘର ହୋଇଯାଇଥାଏ । ଯାହା ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟତଃ ହୋଇଥାଏ । ସାଉଥ ଇଣ୍ଡିଆନର ଭଗବାନ କୁହାଯାଉଥିବା ରଜନୀକାନ୍ତଙ୍କର ଛୋଟ ଝିଅ ସୌନ୍ଦର୍ୟାଙ୍କର ବାହାଘରର ଚର୍ଚା ଗତ କିଛି ଦିନ ହେବ ସୋସିୟାଲ ମିଡିୟାରେ ହେଉଛି ।

ଶେଷରେ ସୌନ୍ଦର୍ୟା ଦ୍ଵିତୀୟ ଥର ବାହାଘର ବନ୍ଧନରେ ବାନ୍ଧି ହୋଇଗଲେ । କହିଦେଉଛୁ ଯେ ସୌନ୍ଦର୍ୟା ଅଭିନେତା – ବିଜନେସମ୍ୟାନ ବିଶଗନ ବଙ୍ଗାମୂଡିଙ୍କ ସହିତ ଦ୍ଵିତୀୟ ବିବାହ କରିଛନ୍ତି । ରିପୋର୍ଟ ଅନୁସାରେ ବାହାଘରର ଆୟୋଜନ ଚେନ୍ନଈର ଲୀଳା ପାଲେଶ ହୋଟଲରେ ଗ୍ରାଣ୍ଡ ରିସେପ୍ଶନ ଦିଆଯିବ । ସୋମବାର ଦିନ ଏହି ବାହାଘରର ଫଟୋ ଏବଂ ଭିଡିଓ ସୋସିୟାଲ ମିଡିୟାରେ ଭାଇରାଲ ହେଉଥିଲା ।

ବିବାହ ବନ୍ଧନରେ ବାନ୍ଧି ହେଲେ ରଜନୀକାନ୍ତଙ୍କର ଝିଅ

ଆପଣଙ୍କୁ କହିଦେଉଛୁ ଯେ ସୌନ୍ଦର୍ୟାଙ୍କର ସ୍ଵାମୀ ବିଶଗନ ଏକ ଔଷଧ କମ୍ପାନୀର ମାଲିକ ଅଟନ୍ତି । ଏହା ସହିତ ସେ ସାଉଥର ଅଭିନେତା ବି ଅଟନ୍ତି । ତାଙ୍କ ଭାଇ ଏସଏସ ପୋନିମୁଡି ତାମିଲନାଡ଼ୁର ଲୋକପ୍ରିୟ ରାଜନୀତି ପାର୍ଟିର ଡିଏମକେର ବଡ ନେତା ଅଟନ୍ତି । ସୌନ୍ଦର୍ୟା ଏହି ବାହାଘରର ନିଷ୍ପତି ବହୁତ ଭାବିଚିନ୍ତି ନେଇଛନ୍ତି । ଏବଂ ଏହି ବାହାଘର ଖୁସିକୁ ସେ ଟ୍ୱିଟରରେ ଶେୟାର କରିଛନ୍ତି ।

୧୦ ଫେବ୍ରୁୟାରୀ ବାହାଘର ପରେ ୧୨ ଫେବ୍ରୁୟାରୀରେ ଚେନ୍ନଈରେ ରିସେପ୍ଶନ ହେବ । ରିପୋର୍ଟ ଅନୁସାରେ ଏହି ରିସେପ୍ଶନରେ ବଲୀଉଡର ବଡ ବଡ ଷ୍ଟାରମାନେ ସାମିଲ ହେବେ ।

ପ୍ରଥେମ ବି ହୋଇସାରିଛି ସୌନ୍ଦର୍ୟାଙ୍କର ବାହାଘର

୨୦ ଡିସେମ୍ବର, ୧୯୮୪ ଜନ୍ମି ସୌନ୍ଦର୍ୟାଙ୍କର ଅସଲ ନାମ ଶକୁ ବାଈ ରାବ ଗାୟକବାଡ ଅଟେ । ସେ ଗ୍ରାଫିକ ଡିଜାଇନର ହେବା ସହିତ ପ୍ରୋଡ୍ଯୂସର ଏବଂ ଡାୟରେକ୍ଟର୍ସ ବି ଅଟନ୍ତି । ୨୦୧୪ରେ ରିଲିଜ ହୋଇଥିବା ରଜନୀକାନ୍ତଙ୍କର କୋଚାଦଇଯାଂ ଫିଲ୍ମକୁ ସେ ନିର୍ଦେଶନ କରିଥିଲେ । ଏହା ପୂର୍ବରୁ ସେ ବହୁତ ଫିଲ୍ମରେ ଗ୍ରାଫିକ ଡିଜାଇନର ରୂପରେ କାମ ବି କରିସାରିଛନ୍ତି ।

୨୦୧୦ରେ ସେ ବିଜନେସମ୍ୟାନ ରାମକୁମାରଙ୍କ ସହିତ ପ୍ରେମ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ୫ ବର୍ଷର ପୁଅ ବି ଅଛି । କିନ୍ତୁ ୨୦୧୭ରେ ତାଙ୍କର ତଲାକ ହୋଇଗଲା । ଏମିତି କୁହାଯାଉଛି କି ରଜନୀକାନ୍ତଙ୍କର ଝିଅ ଏହି ସମ୍ପର୍କକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ଏହା ହୋଇ ପାରିଲା ନାହିଁ ।

ଭାଇରାଲ ହେଉଛି ତାଙ୍କ ବାହାଘରର ଫଟୋ

କହିଦେଉଛୁ ଯେ ସୌନ୍ଦର୍ୟାଙ୍କର ଦ୍ଵିତୀୟ ବାହାଘରକୁ ବହୁତ ଗୁପ୍ତା ରଖାଯାଇଥିଲା । କିନ୍ତୁ ନବବିବାହିତ ଯୋଡ଼ିଙ୍କର ଫଟୋ ଇଣ୍ଟର୍ନେଟରେ ସାମନାକୁ ଆସିଯାଇଛି । ଏହା ପୂର୍ବରୁ ବି ସୌନ୍ଦର୍ୟା ନିଜର ମେହେନ୍ଦି ସେରମନୀର ଫଟୋ ସୋସିୟାଲ ମିଡିୟାରେ ପୋଷ୍ଟ କରିଥିଲେ । ଏହି ଫଟୋକୁ ଶେୟାର କରି ସେ ଲେଖିଛନ୍ତି କି , ‘ଖୁସିକୁ ଶବ୍ଦରେ କହି ହେବ ନାହିଁ । ମୋ ଜୀବନର ତିନୋଟି ସବୁଠୁ ମହତ୍ଵପୂର୍ଣ ପୁରୁଷ… ମୋର ବାପା…. ମୋ ପୁଅ…. ଏବଂ ବର୍ତ୍ତମାନ ମୋର ବିଶଗନ ।