ଧୋକେବାଜ ପ୍ରେମର 10 ଟି ଲକ୍ଷଣ, କେବେ ବି ଭୁଲିବେ ନାହିଁ- Krishna Vani

ନମସ୍କାର ବନ୍ଧୁଗଣ , ଆଜିକାଲି ସମ୍ପର୍କରେ ବହୁତ ଲୋକ ଙ୍କୁ ଧୋକା ମିଳୁଛି , ବହୁତ ଲୋକ ଧୋକା ରେ ଅଛନ୍ତି ଏବଂ ବହୁତ ଲୋକ ଧୋକା ଖାଉଛନ୍ତି ଏବଂ ଏହାର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡ଼ିଥାଏ । ବହୁତ ଲୋକଙ୍କ ର ତ ଦୁନିଆ ଶେଷ ହିଁ ହୋଇଯାଇଥାଏ । ବହୁତ ଲୋକ ଙ୍କ ଠାରୁ ଆପଣ ଏହା ଶୁଣିବାକୁ ପାଇଥିବେ ଯେ ସେ ଲୋକ ଉପରେ ମୋର ବହୁତ ଭରସା ବିଶ୍ୱାସ ଥିଲା । ଆମକୁ ଜଣା ନ ଥିଲା କି ସେ ଆମ ସହ ଏମିତି ବି କେବେ କରିପାରିବ ।

ସେହି ମଣିଷ ଟି ଆମ ସହିତ ଏତେ ସମୟ ରୁ ଥିଲା । ଆମକୁ ଏତେ ସମୟ ରୁ ଧୋକା ଦେଉଥିଲା ଆଉ ଆମେ ବୁଝି ହିଁ ପାରୁନଥିଲୁ । ସିଏ ତ ଆପଣଙ୍କ ହୃଦୟ ସହ ପ୍ରଥମ ରୁ ହିଁ ଖେଳୁଥିଲା । ବାସ ଆମେ ତାହାକୁ ଜାଣିପାରି ନ ଥିଲୁ । ଆଜି ସେହି ଧୋକା ସମ୍ପର୍କ ବିଷୟରେ କେତୋଟି ସଂକେତ ଜାଣିବା ।

ପ୍ରଥମ କଥା ଯେଉଁ ଲୋକ ଭୁଲ ଥିବ ସେ ଆପଣଙ୍କୁ ସମସ୍ତ କଥା ଲୁଚାଇ ଥାଏ । ଆପଣ ସେହି କଥା ଅନ୍ୟ କାହାଠୁ ଜାଣିବେ ଏବଂ ଯେତେବେଳେ ତାକୁ ଏ କଥା ପଚାରିବେ ସେ କହିବ ଆରେ ମୁଁ ତ ଭୁଲି ଯାଇଥିଲି । ତମେ ତ ମତେ ପଚାରିନ । ଏମିତି ଲୋକ ଙ୍କ ସହ ଆପଣ ବହୁତ ସମୟ ବିତାଇଥିଲେ ମଧ୍ୟ ଆପଣ ତାକୁ ଭଲରେ ଜାଣିପାରି ନ ଥାନ୍ତି । ଆପଣଙ୍କ ସ୍ଥାନ , ଏବଂ ଆପଣଙ୍କ ର ତା ଜୀବନ ରେ ରହିବା ନ ରହିବା , ଆପଣ ଙ୍କ ଭାବନା ପାଇଁ ତା ହୃଦୟ ରେ କଣ ଅଛି ଆପଣ ତାହାଠାରୁ କେବେ ଜାଣିପାରି ନ ଥାନ୍ତି ।

ଆପଣ ଯଦି କାହାକୁ ଆପଣଙ୍କ ଜୀବନସାଥୀ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଏହା ଦେଖନ୍ତୁ କି କଣ ସିଏ ଆପଣଙ୍କ ପ୍ରତି ତାର ଜୀବନ କୁ ଖୋଲା ବହି ପରି ରଖୁଛି ଯଦି ଏମିତି ନୁହେଁ ତେବେ ସେ ଆପଣଙ୍କ ସହ ଧୋକା କରୁଛି ।

ଯେଉଁ ଲୋକ ଆପଣଙ୍କ ଙ୍କୁ ସଚ୍ଚା ପ୍ରେମ କରୁଥିବ ସେ ଆପଣଙ୍କ ର ସବୁବେଳ ଯତ୍ନ ଏବଂ ଚିନ୍ତା କରୁଥିବ । ଯଦି ଆପଣ ତାର ବହୁତ ଯତ୍ନ କରୁଛନ୍ତି ସେ କରୁନାହିଁ ତେବେ ତା ମନ ରେ ଆପଣଙ୍କ ପାଇଁ କିଛି ବି ନାହିଁ । ବହୁତ ସମୟରେ ଆମେ ଏହାକୁ ଜାଣିକି ବି ଅଜଣା ହୋଇଥାଉ କାରଣ ଆମେ ତାଙ୍କୁ ବହୁତ ଭଲ ପାଇଥାଉ । ତେଣୁ ଯେଉଁ ଜାଗାରେ ଆପଣଙ୍କ ର କୌଣସି ଚିନ୍ତା ନାହିଁ ସେ ଜାଗା ରୁ ଆପଣ ହଟି ଯାଆନ୍ତୁ ।

କିଛି ଦିନ ପାଇଁ ଆପଣଙ୍କୁ ବହୁତ କଷ୍ଟ ହେବ କିନ୍ତୁ ପରେ ସବୁ ଠିକ ହୋଇଯିବ । ଆପଣ ତା ପାଇଁ କିଛି ବି କରନ୍ତୁ ନା କାହିଁକି ଜୀବନ ପଛେ ଦେଇଦିଅନ୍ତୁ ହେଲେ ସେ ଆପଣଙ୍କୁ କେବେ ସହଯୋଗ କରିବ ନାହିଁ । ଆପଣଙ୍କ ଜୀବନରେ ତାର ମୂଲ୍ୟ ଆପଣ ଯେତିକି ଦେଇଛନ୍ତି ଆପଣଙ୍କୁ ସେତିକି କେବେ ମିଳି ଥାଏ ।

ସେ ଆପଣଙ୍କୁ କଣ କହୁଛି ସେ କଥା ଉପରେ ଆପଣ ଧ୍ୟାନ ଦିଅନ୍ତୁ ନାହିଁ ବରଂ ସେ ଆପଣଙ୍କ ପାଇଁ କଣ ସବୁ କରୁଛି ସେ କଥା ଉପରେ ଧ୍ୟାନ ଦିଅନ୍ତୁ । କାରଣ କହିବା ତ ବହୁତ ସହଜ ହୋଇଥାଏ ତାକୁ କରିବା ଦରକାର । ସେ ଆପଣଙ୍କୁ ଯେତେ ରାଣ ନିୟମ ପକାଇ କହିଲେ ବି ଆପଣ ବିଶ୍ୱାସ କରନ୍ତୁ ନାହିଁ । ଯେତେବେଳେ କରିବ ସେତେବେଳେ ଆପଣ କହିବେ । ସେମାନେ ଆପଣଙ୍କ ବିଷୟରେ ସବୁବେଳେ ଏହା ଭାବିଥାନ୍ତି କି ଆପଣ ତାଙ୍କୁ କେବେ ଛାଡିକି ଯିବେ ନାହିଁ । ତେଣିକି ସେ ଆପଣଙ୍କ ସହ ଭଲ ବ୍ୟବହାର କରନ୍ତୁ କି ଖରାପ ବ୍ୟବହାର ।

ଆପଣଙ୍କୁ ସେ ଇଜ୍ଜତ ଦେଉ ବା ନ ଦେଉ । ଆପଣ ସବୁବେଳେ ତା ଅଗରେ କାନ୍ଦୁଥିବେ । କଥା ହେବା ପାଇଁ ସମୟ ମାଗୁଥିବେ । ଆଉ ଯେତେବେଳେ ଆପଣଙ୍କୁ ସମ୍ପର୍କରେ ସମୟ ମାଗିବାକୁ ପଡେ ସେ ସମ୍ପର୍କ ଠାରୁ ସବୁଠୁ ଖରାପ ଆଉ କିଛି ନାହିଁ । ଯଦି ଆପଣଙ୍କୁ ସେ ସତରେ ଭଲ ପାଉଥିବ ତେବେ ସେ ଚାହିଁବ କି ତାର ସବୁ ସମୟ ଆପଣ ଙ୍କ ସହ ବିତାଇବ । ସବୁ କିଛି ଆପଣଙ୍କ ସହ କଥା ହୋଇ ବିତାଇବ । ଯଦି ଆପଣଙ୍କୁ ସମୟ ମାଗିବାକୁ ପଡେ ତେବେ ବୁଝିଯାଆନ୍ତୁ ଯେ ତା ମନରେ ଆପଣଙ୍କ ପ୍ରତି କୌଣସି ଭାବନା ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।