IAF ପାଇଲଟ ଅଭିନନ୍ଦନଙ୍କ ପାଇଁ ମହବୂବା ମୁଫ୍ତୀ କରିଲେ ଏମିତି ଟ୍ୱୀଟ, କହିଲେ – କମାଣ୍ଡରଙ୍କୁ ଛାଡିବା..

ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନ ବର୍ତ୍ତମାନ ଭାରତକୁ ଫେରି ଆସିଛନ୍ତି । ବହୁତ ଦେଶବାସୀ ଏବଂ ନେତା ମାନେ ଭାରତୀୟ କମାଣ୍ଡର ଭାରତକୁ ଫେରିବା ଖୁସିରେ ନିଜର ସବୁ ବିଚାର ରଖୁଛନ୍ତି । ବର୍ତ୍ତମାନ ବହୁତ ସମୟ ହେବ ବିବାଦୀୟ ବୟାନ ଦେଉଥିବା ଜମ୍ମୁ – କାଶ୍ମୀରର ପୂର୍ବ ସିଏମ ମହବୂବା ମୁଫ୍ତୀଙ୍କର ବୟାନ ବି ସାମନାକୁ ଆସିଛି । ଇମରାନ ଖାନଙ୍କର ଏହି ପଦକ୍ଷେପର କିଛି ଲୋକମାନେ ପ୍ରଶଂସା ବି କରୁଛନ୍ତି ।

ମହବୂବା ମୁଫ୍ତୀ କରିଲେ ଟ୍ୱୀଟ

ମହବୂବା ମୁଫ୍ତୀ ଟ୍ୱୀଟ କରିଲେ କି ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବାର ନିଷ୍ପତି ଏକ ଭଲ ପଦକ୍ଷେପ ଅଟେ । ଏହା ଏହିଭଳି ସମୟରେ ହେଲା ଯେତେବଳେ ପାକିସ୍ତାନ ଚିନ୍ତିତପୂର୍ଣ ସ୍ଥିତିରେ ଥିଲା ଏବଂ ଆଗକୁ ବଢିବାର ନିଷ୍ପତି କରି ପାରିଥାନ୍ତା । ମୁଁ ଏହାକୁ ସନ୍ଧି ରୂପରେ ଦେଖୁଛି । କହିଦେଉଛୁ ଯେ ମହବୂବା ମୁଫ୍ତୀ କହିଥିଲେ କି ଯୁଧ୍ୟର କଥା କହୁଥିବା ବ୍ୟକ୍ତି ଅଶିକ୍ଷିତ ଅଟନ୍ତି ଏବଂ ଯେତେବେଳେ କଥାବାର୍ତ୍ତାର ବିକଳ୍ପ ଅଛି ତେବେ ଯୁଧ୍ୟର କୌଣସି ପ୍ରଶ୍ନ ହିଁ ଉଠୁ ନାହିଁ । ଏହି କଥାକୁ ନେଇ ମହବୂବା ମୁଫ୍ତୀ ଲୋକମାନଙ୍କର ଆକ୍ରୋଶ ର ଶିକାର ହେଇଥିଲେ ।

ଯେତେବେଳେ ମହବୂବା ମୁଫ୍ତୀ ଏହି ପଦକ୍ଷେପକୁ ପ୍ରଶଂସା କରୁଥିଲେ ତେବେ ଅନ୍ୟ ପଟେ କୁମାର ବିଶ୍ଵାସ ପୁଣି ଥରେ ନିଜ ଶବ୍ଦରେ ଏପଟ ସେପଟ କଥା କହୁଥିବା ଲୋକଙ୍କୁ ଉପଦେଶ ଦେଇଛନ୍ତି । କୁମାର ବିଶ୍ଵାସ କହିଛନ୍ତି କି ୱିଙ୍ଗ କମାଣ୍ଡର ସ୍ଵଦେଶ ଫେରିବା ପର୍ଯ୍ୟନ୍ତ ନିଜର ବେକାର ପ୍ରଳାପ ବନ୍ଦ କର । ଏହା ସହିତ ଲେଖିଛନ୍ତି କି କ୍ରେଡିଟ ନେବା ଏବଂ ତିରସ୍କାରପୂର୍ଣ କଥା କହିବା ବନ୍ଦ କର । ସରକାର ଏବଂ ସେନା ସମୟ ଏବଂ ସ୍ଥିତି ଅନୁସାରେ ସଠିକ ନିର୍ଣୟ ନେବେ ।

ପୁଣିଥରେ କୁମାର କରାଇଲେ ପାଟି ବନ୍ଦ

କୁମାର ବିଶ୍ଵାସ ଏହା ପୂର୍ବରୁ ବି କେତେ ଥର ନିଜର ଟ୍ୱୀଟରେ ଲୋକମାନଙ୍କର ମୁହଁ ବନ୍ଦ କରିଦେଇଛନ୍ତି, ଯେଉଁମାନେ କି ଲଗାତର ବାୟୁସେନାର ଷ୍ଟ୍ରାଇକର ପ୍ରମାଣ ମାଗୁଥିଲେ । କୁମାର କହିଲେ କି ଯେଉଁ ଲୋକମାନଙ୍କୁ ପ୍ରମାଣ ଦରକାର ତାଙ୍କ ପାଇଁ ମୋର ବାୟୁସେନା ଯବାନମାନଙ୍କୁ ଅନୁରୋଧ ଅଟେ କି ୧୦୦ – ୨୦୦ ଗ୍ରାମର ବମ ସେହି ଲୋମାନଙ୍କ ଘରେ ପକାଇ ଦିଅନ୍ତୁ ।

ନେଶନଲ କନ୍ଫ୍ରେସର ନେତା ଏବଂ ଜମ୍ମୁ – କାଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ବି ଭାରତୀୟ ପାଇଲଟକୁ ସ୍ଵାଗତ କରିଛନ୍ତି । ଉମର ଅବଦୁଲ୍ଲା ଟ୍ୱୀଟ କରିଛନ୍ତି କି ଏହା ଜାଣି ଖୁସି ଲାଗୁଛି କି ୱିଙ୍ଗ କମାଣ୍ଡର ଅଭିନନ୍ଦନ ଘରକୁ ଫେରିଛନ୍ତି । ମୁଁ ତାଙ୍କର ଫେରିବାକୁ ଅପେକ୍ଷା କରିଥିଲି, କିନ୍ତୁ ମୋତେ ଏହି ଖବର ଶୁଣି ଖୁସି ଲାଗୁଛି କି ଇମରାନ ଖାନ ଆମର ପାଇଲଟକୁ ଛାଡିବା ପାଇଁ ଘୋଷଣା କରିଥିଲେ ।

କହିଦେଉଛୁ ଯେ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡିବା ପାଇଁ ଭାରତ ସହିତ କଥାବାର୍ତ୍ତା ଏବଂ ଶାନ୍ତିର କଥା କହୁଥିଲା । କିନ୍ତୁ ଭାରତ ଏହି ପ୍ରସ୍ତାବକୁ ମନା କରି ଦେଇଥିଲା ଏବଂ କହିଥିଲା କି ଆମର ଯବାନଙ୍କୁ ବୀନା କୋଣସି ସର୍ତରେ ଫେରାଇ ଦିଅ । ଏହା ପରେ ପାକିସ୍ତାନ ସଂସଦରେ ଇମରାନ ଖାନ କହିଥିଲେ କି ସେ ଅଭିନନ୍ଦନକୁ ଛାଡି ଦେବେ ।

ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।