ପାକିସ୍ତାନର ଖୋଲିଲା ରାଜ, ବିଦେଶ ମନ୍ତ୍ରୀ ମାନିଲେ – ପାକିସ୍ତାନରେ ହିଁ ଅଛି ମସୂଦ ଅଜହର, କିନ୍ତୁ ଅସୁସ୍ଥ ଅଛି.. ଆହୁରି କହିଲେ କି …

୧୪ ଫେବ୍ରୁୟାରୀରେ ପୁଲୱାମା ଆକ୍ରମଣ ପରେ ୨୬ ଫେବ୍ରୁୟାରୀରେ ଭାରତୀୟ ବାୟୁସେନା ଦ୍ଵାରା ପାକିସ୍ତାନରେ ଏୟାର ଷ୍ଟ୍ରାଇକ କରା ଯାଇଥିଲା । ଏହା ମଧ୍ୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନର ସେନାର ବନ୍ଦୀ ହୋଇଯାଇଥିଲେ । କିନ୍ତୁ ବର୍ତ୍ତମାନ ପାକିସ୍ତାନ ତାଙ୍କୁ ଛାଡି ଦେଇଛି । ଏହି ପୁରା ମାମଲାରେ ପାକିସ୍ତାନ ଶାନ୍ତି ରଖିବା ପାଇଁ ଅପିଲ କରିଛି ।

କିନ୍ତୁ ନିଜର ପୈଂତରେବାଜୀରୁ ପାକିସ୍ତାନ ବର୍ତ୍ତମାନ ପର୍ଯ୍ୟନ୍ତ ବି ବାଜ ଆସୁ ନାହିଁ । ପୁଲୱାମା ଆକ୍ରମଣର ପ୍ରମାଣ ମାଗୁଥିବା ପାକିସ୍ତାନ ଲଗାତର ଆତଙ୍କବାଦର କଥାକୁ ମନା କରିଥାଏ, କିନ୍ତୁ ବର୍ତ୍ତମାନ ସେ ମାନିଛି କି ମସୂଦ ଅଜହର ପାକିସ୍ତାନରେ ହିଁ ଅଛି ।

ପାକରେ ହିଁ ଉପସ୍ଥିତ ଆତଙ୍କି ମସୂଦ

କହିଦେଉଛୁ ଯେ ଜୈଶ ଏ ମୋହମ୍ମଦର ସରଗନା ମସୂଦ ଅଜହର ହିଁ ପୁଲୱାମା ଆକ୍ରମଣର ଜିମ୍ମେଦାରୀ ନେଇଛି । ଭାରତର ତାହା ବିରୁଦ୍ଧରେ କାର୍ଯ୍ୟକାରୀ କରିବା କଥା ଉପରେ ଭାରତ ଠାରୁ କେତେ ଥର ପ୍ରମାଣ ବି ମାଗିଛି । ବର୍ତ୍ତମାନ ପାକିସ୍ତାନ ନିଜେ ମାନି ନେଇଛି କି ମସୂଦ ଅଜହର ପାକିସ୍ତାନରେ ଅଛି । ଏହି କଥାକୁ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମୂଦ କୁରୈଶୀ ଏକ ଇଣ୍ଟରଭିୟୁରେ ମାନିଛନ୍ତି ।

ସେ କହିଛନ୍ତି କି ମସୂଦ ପାକିସ୍ତାନରେ ଅଛି ଏବଂ ସେ ଅସୁସ୍ଥ ଅଛି । ଏବଂ ସେ ଏତେ ଅସୁସ୍ଥ ଅଛନ୍ତି କି ନିଜ ଘରୁ ବି ବାହାରକୁ ବି ବାହାରି ପାରୁ ନାହିଁ । ମସୂଦ ର ଗିରଫ୍ତାରୀ ପ୍ରଶ୍ନ ଉପରେ ପାକିସ୍ତାନର ବିଦେଶ ମନ୍ତ୍ରୀ କହିଲେ କି ଯଦି ଭାରତ ପାଖରେ ସଠିକ ପ୍ରମାଣ ଅଛି ଏବଂ ସେ ପାକକୁ ଦେଉଛି ତ ଯୁଡିସିଆରି କୁ ସନ୍ତୁଷ୍ଟ କରି ହେବ ।

ଲଗାତର ସୂଚନା ଦେବା ପାଇଁ ପାକିସ୍ତାନ କହୁଅଛି ଓ ଭାରତ ସରକାର ତରଫରୁ କେତେ ପ୍ରମାଣ ଦିଆସାରିଛି ଏବଂ କହି ଦେଉଛୁ ଯେ ଏହି ସଂଗଠନ ନିଜେ ହିଁ ଏହି ଆକ୍ରମଣର ସୂଚନା ଦେଇଛନ୍ତି । ଏହା ପରେ ବି ପାକିସ୍ତାନ ଲଗାତାର ମିଥ୍ୟା କହୁଛି ।

ଯୁଧ୍ୟ ଚାହୁଁନାହିଁ ପାକିସ୍ତାନ

ପାକିସ୍ତାନର ବିଦେଶ ମନ୍ତ୍ରୀ କହିଛନ୍ତି କି ପାକିସ୍ତାନ ଯୁଧ୍ୟର କଥାକୁ ଆଗକୁ ବଢାଇବାକୁ ଚାହୁଁ ନାହିଁ । ଭାରତ ଯେତେବେଳେ ପାକିସ୍ତାନ ଉପରେ ଆକ୍ରମଣ କରିଲା ତେବେ ଜିନିଷର ସବୁ ଦାମ ବଢିଗଲା । ସେ କହିଲେ କି ଯୁଧ୍ୟକୁ କୌଣସି ବି ସ୍ଥିତିକୁ କମ କରିବା ପାଇଁ ଏବଂ ତାହା ସବନ୍ଧିତ କଥାବାର୍ତ୍ତା କରିବା ପାଇଁ ଆମର କବାଟ ସବୁବେଳେ ପାଇଁ ଖୋଲା ଅଛି ।  ସେ କହିଲେ କି ଭାରତ ପାଖରେ ଯଦି ସଠିକ ପ୍ରମାଣ ଅଛି ତେବେ ସେ ବସି କଥାବାର୍ତ୍ତା କରନ୍ତୁ ।

କହିଦେଉଛୁ ଯେ ଭାରତର ବାୟୁସେନା ଦ୍ଵାରା କରା ଯାଇଥିବା ଏୟାର ଷ୍ଟ୍ରାଇକରେ ପାଖାପାଖି ୩୦୦ ଆତଙ୍କି ମାରିବାର ଖବର ଆସୁଛି । ଏହା ସତ୍ବେ ବି ପାକିସ୍ତାନ ଏହି କଥାକୁ ଲଗାତର ମନା କରୁଛି କି ତାହାର ସେଠି କାହାର ବି ମୁର୍ତ୍ୟୁ ହୋଇ ନାହିଁ । ଯୁଧ୍ୟର ଅବସ୍ଥା ହେବାରୁ ପାକିସ୍ତାନର ଅବସ୍ଥା ଖରାପ ହେବାକୁ ଲାଗିଛି ।

ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।