ମେଡିକାଲ ବେଡ୍ ସାଜିଲା ମଣ୍ଡପ, ସଂପୂର୍ଣ୍ଣ ରୀତିନୀତିରେ ଚିକିତ୍ସିତ କନିଆଁଙ୍କୁ ବିବାହ କଲେ ବର, ଆପଣ ବି ଦେଖିଲେ ପ୍ରଶଂସା କରି ପକାଇବେ, ଦେଖନ୍ତୁ ଦୃଶ୍ୟ

ମେଡିକାଲ ବେଡ୍ ହେଲା ମଣ୍ଡପ ଆଉ କନିଆଁକୁ ବାହା ହେବା ପାଇଁ ମେଡିକାଲରେ ଯାଇ ପହଞ୍ଚିଲେ ବରଯାତ୍ରୀ । ଡାକ୍ତରଖାନା ଭିତରେ ପୁରୋହିତ ମନ୍ତ୍ର ପଢିଲେ ଓ ଚିକିତ୍ସିତ ହେଉଥିବା କନିଆଁଙ୍କୁ ବିବାହ କରିଲା ବର । ବଡ ବଡ ହୋଟେଲ, ମଣ୍ଡପ ଆଦିରେ ବିବାହ କରିବା କଥା ଆପଣ ଶୁଣିଥିବେ । କିନ୍ତୁ ଯଦି କେହି ବରଯାତ୍ରୀ ନେଇ ଡାକ୍ତରଖାନାକୁ ବିବାହ କରିବାକୁ ଯାଏ ଏକଥା ଶୁଣିଲେ ଆପଣ ହସିବେ । ହେଲେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଖଣ୍ଡୁଆଲର ଏକ ଘରୋଇ ଡାକ୍ତରଖାନାରୁ ।

ସେଠାରେ ବିବାହ କରିବାକୁ ଆସିଥିବା ବରଯାତ୍ରୀ କନିଆଁଙ୍କ ଘର କିମ୍ବା ହୋଟେଲକୁ ନୁହେଁ ଡାକ୍ତରଖାନାକୁ ଆସିଥିବା ଦେଖିବାକୁ ମିଳିଛି । କନିଆଁଙ୍କ ଦୁର୍ଘଟଣା ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ବି ବାହାଘର ଅଧିକ ଦିନ ନ ଘୁଞ୍ଚାଇ ଠିକ ସମୟରେ ହିଁ ଡାକ୍ତରଖାନାକୁ ଯାଇ ତାଙ୍କୁ ବିବାହ କରିଛନ୍ତି ବର । ଏଥିପାଇଁ ଡାକ୍ତରଖାନା ଶଯ୍ୟାରେ ଏକ ମଣ୍ଡପ ସଜା ଯାଇଥିଲା ଓ ପୁରୋହିତଙ୍କୁ ମଧ୍ୟ ଅଣା ଯାଇଥିଲା ।

ପୁରୋହିତ ମନ୍ତ୍ର ପାଠ କରିବା ସହ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ମହା ଶିବରାତ୍ରି ଦିନ ହୋଇଥିବା ଏହି ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ସାଧାରଣ ବିବାହ ଠାରୁ ଏହି ବିବାହ ସଂପୂର୍ଣ୍ଣ ଭିନ୍ନ ଥିଲା । ଏହି ବିବାହର ଫଟୋ ସବୁ ଏବେ ସୋସିଆଲ ମିଡିଆରେ ବେଶ ଜୋରରଏ ଭାଇରାଲ ହେବାରେ ଲାଗିଛି । ଗତ ଫେବୃୟାରୀ 16 ତାରିଖରେ କନିଆଁ ଶିବାନୀଙ୍କ ବିବାହ ଠିକ ହୋଇଥିଲା ଓ ବିବାହ ପୂର୍ବରୁ ସେ ମାମୁଁଙ୍କ ଘରକୁ ଯାଇଥିଲେ ।

ହେଲେ ସେଠାରେ ବିବାହର ତିନିଦିନ ପୂର୍ବରୁ ଏକ ଭୟଙ୍କର ଦୁର୍ଘଟଣାର ସମୁଖୀନ ହୋଇଥିଲେ ଶିବାନୀ । ଫଳରେ ତାଙ୍କ ଡାହାଣ ହାତ ଓ ଗୋଡ ଭାଙ୍ଗି ଯାଇଥିଲା । ତେଣୁ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । 16 ତାରିଖ ଦିନ ଏହି ବିବାହ ସମ୍ପନ୍ନ ହୋଇ ପାରି ନଥିବା ବେଳେ ଉଜ୍ଜୟିନୀ ନିବାସୀ ବର ରାଜେନ୍ଦ୍ର ଗତ ଶିବରାତ୍ରି ଦିନ ବରଯାତ୍ରୀ ନେଇ ଶିବାନୀ ଆଡମିଟ ଥିବା ଡାକ୍ତରଖାନାରେ ପହଞ୍ଚିଥିଲେ । ସେଠାରେ ସେ ସଂପୂର୍ଣ୍ଣ ରୀତିନୀତିରେ ଶିବାନୀଙ୍କୁ ବିବାହ କରିଥିଲେ ।

ଏଥିରେ ହସ୍ପିଟାଲର କର୍ମଚାରୀଙ୍କ ସମେତ ଅଳ୍ପ ଅତିଥି ମଧ୍ୟ ଯୋଗ ଦେଇଥିଲେ । ଏହି ବିବାହ ପାଇଁ ଏବେ ବର ରାଜେନ୍ଦ୍ର ସବୁଆଡେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।