ଘରେ କେହି ନଥିବା ବେଳେ ଜିନିଷପତ୍ରରେ ଆପେ ଆପେ ଲାଗିଯାଉଛି ନିଆଁ, ସ୍ଥାନୀୟ ଲୋକେ ବି ତାଜୁବ, ଦେଖନ୍ତୁ କଣ କହୁଛନ୍ତି ପରିବାର ଲୋକେ, ଦେଖନ୍ତୁ video

ଆଶ୍ଚର୍ଯ୍ୟର କଥା କିଛି ନଥାଇ ଘରେ ଅଚାନକ ନିଆଁ ଲାଗି ଲାଗି ଯାଉଛି । ଆଉ ବେଳେ ବେଳେ ତ ପିନ୍ଧା ଲୁଗାରେ ବି ନିଆଁ ଲାଗି ଯାଉଛି । ବାଦ୍ ପଡୁନି ଘରେ ଥିବା ପିଲାଙ୍କ ସ୍କୁଲ ବହିଖାତା । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚରୁଖି ଗ୍ରାମରେ ଦେଖିବାକୁ ମିଳୁଛି ଏଭଳି ଅଦ୍ଭୁତ ଘଟଣା । ଉକ୍ତ ଗାଁର ଗୋପୀନାଥ କାମିଳା ପେଷାରେ ଜଣେ ଡ୍ରାଇଭର ଅଟନ୍ତି ଓ ସେଥିପାଇଁ ସେ ପ୍ରାୟତଃ ଘରେ ରୁହନ୍ତି ନାହିଁ ।

ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ବେଳେବେଳେ କାମରେ ଘରୁ ବାହାରକୁ ଚାଲିଯାନ୍ତି । ହେଲେ ଘରେ ଅଚାନାକ ନିଆଁ ଲାଗିଯିବା ଘଟଣା ସମସ୍ତଙ୍କୁ ଖୁବ ଚକିତ କରୁଛି । ଦୀର୍ଘ ଏକ ମାସ ଧରି ଗୋପୀନାଥଙ୍କ ଘରେ ଏଭଳି ଚାଲିଥିବା ବେଳେ ବେଶ ଭୟଭୀତ ହୋଇ ପଡିଛନ୍ତି ପରିବାର ଲୋକେ । ଘରେ ଥିବା ଲୁଗାପଟା, ମଶାରି, ବହିଖାତା ଓ ଜରି ପାଲ ଆଦିରେ ଅକସ୍ମାତ ନିଆଁ ଲାଗିଯାଉଛି ।

ଯାହାକୁ ନେଇ ଗୋପୀନାଥଙ୍କ ପରିବାର ସମେତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଭୟ ସୃଷ୍ଟି କରୁଛି । ସେମାନେ ପିନ୍ଧିଥିବା କେଇ ଖଣ୍ଡ ଲୁଗା ବ୍ଯତୀତ ଆଉ କିଛି ଭଲ ନାହିଁ କାରଣ ସବୁଥିରେ ନିଆଁ ଲାଗି ନଷ୍ଟ ହୋଇଯାଉଛି । ଏପରିକି ବହିଖାତ ଏବଂ ମଶାରୀ ମଧ୍ୟ ପୋଡିଯାଇଛି । ମଝିରେ ଦିନେ ଗୋପୀନାଥଙ୍କ ପୁଅ ପିନ୍ଧିଥିବା ସାର୍ଟରେ ହଠାତ ନିଆଁ ଲାଗି ଯାଇଥିଲା ।

ଯାହା ପରେ ଆହୁରି ଭୟଭୀତ ହୋଇ ଯାଇଛନ୍ତି ପରିବାର ଲୋକେ । ତେବେ ହଠାତ କେଉଁଠୁ ଓ କଣ ପାଇଁ ନିଆଁ ଲାଗୁଛି ଏହାର ବିଧିବଦ୍ଧ ତଦନ୍ତ ପାଇଁ ସ୍ଥାନୀୟ ବାଲିଆପାଳ ପୋଲିସ, ତହସିଲଦାର, ବିଡିଓ ଏବଂ ଜିଲ୍ଲାପାଳଙ୍କ ଠାରୁ ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କ ତରଫରୁ ଲିଖିତ ଦାବି କରାଯାଇଛି । ହେଲେବି ପ୍ରଶାନ ଏବେ ଯାଏଁ ଚୁପଚାପ ହୋଇ ବସିଛି ।

ଏଭଳି ଭୌତିକ ଅଗ୍ନିକାଣ୍ଡର ବିଧିବଦ୍ଧ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । କିଛି ନଥାଇ ଘରର ଜିନିଷରେ ହଠାତ ଏମିତି ନିଆଁ ଲାଗିଯିବା ଅତ୍ୟନ୍ତ ଅଦ୍ଭୁତ ଘଟଣା । ତେବେ ତଦନ୍ତ ହେଲେ ଯାଇ ଏହାର ସଠିକ କାରଣ ସାମ୍ନାକୁ ଆସିବ ବୋଲି କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।