ମୟୂର ପଙ୍ଖକୁ ଘରେ କେଉଁଠାରେ ରଖିବେ…? ଘରର ଧନ ଶୀଘ୍ର ବଢିବାରେ ଲାଗିବ…Mayur Pankh

ମୟୂର ପଙ୍ଖ କେଉଁଠି ରଖିଲେ ଧନ ବଢିଥାଏ ? ବନ୍ଧୁଗଣ ଆଜିର ଏହି ମହଙ୍ଗା ଦୁନିଆରେ ଲୋକଙ୍କ ପାଇଁ ପଇସା ସବୁକିଛି ଅଟେ । କାରଣ ଯେତେ ଟଙ୍କା ରୋଜଗାର କରିଲେ ବି ତାହା ସବୁ କେଉଁ ପଟେ ନାହିଁ କେଉଁ ପଟେ ଖର୍ଚ ହୋଇଯାଉଛି । ଧନର ମୋହ ଏପରି ଏକ ମୋହ ହୋଇଥାଏ । ଯାହା ପାଖରେ ନଥାଏ ସେ ପାଇବା ପାଇଁ ଚାହୁଁଥାଏ । ଏବଂ ଯାହା ପାଖରେ ଟଙ୍କାର ଅଭାବ ନଥାଏ ମଧ୍ୟ ସେ ଆହୁରି ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଥାଏ । ତେବେ ଧନକୁ ବୃଦ୍ଧି କରିବା ତଥା ଘରର ସୁଖ, ଶାନ୍ତି ଓ ସମୃଦ୍ଧିକୁ ବଢାଇବା ପାଇଁ ମୟୂର ପଙ୍ଖକୁ ନେଇ କେତେ ଗୁଡିଏ ମହତ୍ଵପୂର୍ଣ୍ଣ ଉପାୟ ବିଷୟରେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ମୟୂର ପଙ୍ଖର ବ୍ୟବହାର ଅନେକ ଜାଗାରେ ହୋଇଥିବାର ଆପଣ ଦେଖିବାକୁ ପାଇଥାନ୍ତି । ଯେପରି ବିଦ୍ୟାର୍ଥୀ ମାନେ ଭଲ ପାଠ ଓ ବୁଦ୍ଧି ପାଇଁ ମୟୂର ପଙ୍ଖକୁ ନିଜ ଖାତା,  ବହିରେ ଆଣି ରଖିଥାନ୍ତି । ଏହା ସେମାନଙ୍କୁ ପାଠ ପଢାଇବା ପ୍ରତି ଆଗ୍ରହ ବଢାଇଥାଏ । ସେହିପତି ମୟୂରପଙ୍ଖକୁ ବ୍ୟବହାର କରି ଆପଣ ମାନେ ଅନେକ ଲାଭ ପାଇପାରିବେ ।

1- ଘରର ସବୁ ରୁମ୍ ମାନଙ୍କରେ ଯଦି ଗୋଟିଏ ଲେଖାଏଁ ମୟୂର ପଙ୍ଖ ରଖିବେ । ତେବେ ଘରେ ଥିବା ବାସ୍ତୁ ଦୋଷ ଦୂର ହୋଇଥାଏ ।

2- ଯେଉଁ ଲୋକର କାଳସର୍ପ ଦୋଷ ରହିଥାଏ । ସେହି ଲୋକ ନିଜ ପାଖରେ ମୟୂର ପଙ୍ଖ ଆଣି ରଖିବା ଉଚିତ । ଏହା ଦ୍ଵାରା ସେହି ଲୋକର ଭଲ ଉପକାର ହୋଇଥାଏ ।

3- ଘରେ ଯଦି ଛୋଟ ଶିଶୁ ରହିଥାନ୍ତି । ସେ ଦିନକୁ ଦିନ ବହୁତ ଜିଦିଆ ସ୍ଵଭାବର ହୋଇଯାଉଥାନ୍ତି । ତେବେ ଏକ ମୟୂର ପଙ୍ଖ ଆଣି ପବନ ଦ୍ଵାରା ସେ ମୟୂର ପଙ୍ଖକୁ ଶିଶୁ ଆଡକୁ ହଲାନ୍ତୁ । ନଚେତ ଘରର ଫ୍ୟାନରେ ମୟୂର ପଙ୍ଖ ଲଗାଇ ଦିଅନ୍ତୁ । ଏହାଦ୍ବାରା ପିଲାର ଜିଦି ଧୀରେ ଧୀରେ କମ୍ ହେବାକୁ ଲାଗିଥାଏ । ଏପରିକି ନବଜାତ ଶିଶୁକୁ ନଜର ଦୋଷରୁ ବଞ୍ଚାଇବା ପାଇଁ ତା’ ର ବିଞ୍ଛଣା ପାଖରେ ଏକ ମୟୂର ପଙ୍ଖ ରଖି ଦିଅନ୍ତୁ । ଏହାଦ୍ବାରା କାହାର ଖରାପ ନଜର ପିଲା ଉପରେ ଲାଗି ନଥାଏ ।

4- ଘରେ ଯଦି ଅର୍ଥକୁ ନେଇ ସମସ୍ଯା ଲାଗି ରହୁଥାଏ । ତେବେ ଘରର ଦକ୍ଷିଣ ପୂର୍ବ କୋଣର କୌଣସି ସ୍ଥାନରେ ନେଇ ଏକ ମୟୂର ପଙ୍ଖ ରଖନ୍ତୁ । ଏହା ଦ୍ଵାରା ଘରର ଆର୍ଥିକ ସ୍ଥିତି ଭଲ ରହିଥାଏ ।

ବନ୍ଧୁଗଣ ଆଶା କରୁଛୁ । ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ବହୁ ମାତ୍ରାରେ ଶେୟାର କରନ୍ତୁ ।