ଗାଈକୁ ଖୁଆଇ ଦିଅନ୍ତୁ ଏହି ଜିନିଷ ! ଜୀବନରେ ଥିବା ଗରିବୀର ଅନ୍ତ ହୋଇଯିବ… Sadhu Vani

ଶାସ୍ତ୍ରରେ ଗାଈଙ୍କୁ ମାତାର ଦରଜା ଦିଆଯାଇଅଛି । ସେଥିପାଇଁ ତ ଆମେ ମାନେ ଗାଈକୁ ଗୋମାତା କହି ସମ୍ବୋଧନ କରିଥାଉ । ଗାଈକୁ କେବଳ ମନୁଷ୍ୟ କାହିଁକି ସମସ୍ତ ଦେବାଦେବୀ ମଧ୍ୟ ପୂଜା କରିଥାନ୍ତି । ଗାଈର ଗୋମୟ ଅର୍ଥାତ ଗୋବର ବହୁତ ପବିତ୍ର ହୋଇଥାଏ । ଏହି ଗାଈର ଗୋବରରୁ ବେଲବୃକ୍ଷର ଉତ୍ପନ ହୋଇଥାଏ । ଏହି ବେଲବୃକ୍ଷରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ଏଥିପାଇଁ ବେଲଗଛକୁ ଶ୍ରୀବୃକ୍ଷ ବୋଲି ମଧ୍ୟ କୁହାଯାଇଥାଏ ।

ଏଥିସହ ଗୋବରରୁ ପଦ୍ମ ଫୁଲର ମଞ୍ଜି ମଧ୍ୟ ସୃଷ୍ଟି ହୋଇଥାଏ । ଗାଈର କ୍ଷୀର ଏତେ ଶୁଦ୍ଧ ଓ ପବିତ୍ର ହୋଇଥାଏ । ଯେ ସଂସାରର ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ଗାଈ କ୍ଷୀରର ବିଶେଷ ରୂପେ ବ୍ୟବହାର କରାଯାଇଥାଏ । ଗାଈର କ୍ଷୀରରୁ ହେଉଥିବା ଦହି ଏବଂ ସେହି ଦହିରୁ ଅମୃତ ବାହାରିଥାଏ । ତେବେ ଗୋମାତାଙ୍କ ବିଷୟରେ ସବୁଠାରୁ ବଡ କଥା କହିବାକୁ ଗଲେ । ଗାଈର ଶରୀରରେ ତେତିଶି କୋଟି ଦେବାଦେବୀ ବାସ କରିଥାନ୍ତି ।

ଗାଈ ମାନେ ବହୁତ ପବିତ୍ର, ନିର୍ମଳ, ଶାନ୍ତ ଓ ନିଷ୍ପାପ ପ୍ରାଣୀ ଅଟନ୍ତି । ଗାଈଙ୍କୁ କାମଧେନୁ ମଧ୍ୟ କୁହାଯାଇଥାଏ । ଗାଈ ମାନଙ୍କର ଦର୍ଶନ କରିବା ଦ୍ଵାରା ହିଁ ମନୁଷ୍ୟର ଚକ୍ଷୁ ପବିତ୍ର ହୋଇଯାଇଥାଏ । ଏଥିସହ ସେହି ବ୍ୟକ୍ତିର ଅନେକ କିଛି ପାପ ମଧ୍ୟ କ୍ଷୟ ହୋଇଯାଇଥାଏ । ଗାଈକୁ କୌଣସି ପରିସ୍ଥିତିରେ ବି ମାରିବା ଜମାରୁ ବି ଉଚିତ ହୋଇନଥାଏ ।

କାରଣ ଗାଈଙ୍କୁ ମାରିବା ଦ୍ଵାରା ପାପ ଲାଗିଯାଇଥାଏ । ତେଣୁ ଭୁଲରେ ବି ଗୋମତା ଉପରେ କୌଣସି ପ୍ରକାର ନିଷ୍ଠୁର ଭାବ ପଦର୍ଶନ କରନ୍ତୁ ନାହିଁ । କୌଣସି ଗାଈଙ୍କ ଉପରେ ଅନ୍ୟାୟ ଅତ୍ୟାଚାର କରନ୍ତୁ ନାହିଁ । ଯେଉଁ ବ୍ୟକ୍ତି ହୃଦୟରୁ ଗୋମାତାଙ୍କର ସେବା କରିଥାଏ । ସେହି ବ୍ୟକ୍ତିର ମଙ୍ଗଳ ହୋଇଥାଏ । ତେବେ ଯେତେବେଳେ ଘର ଦ୍ଵାର ମୁହଁକୁ କୌଣସି ଗାଈ ଆସୁଅଛି ।

ତେବେ ତାକୁ ବିନା ଖାଦ୍ୟ ଦେଇ ଦ୍ଵାରରୁ ବିଦା କରିଦେବା ଉଚିତ ନୁହଁ । ଗାଈ ଘର ପାଖକୁ ଆସୁଥିଲେ । ତାହାକୁ କିଛି ନା କିଛି ଖାଦ୍ୟ ଅବଶ୍ୟ ଖୁଆନ୍ତୁ ।  ବିଶେଷ କରି ଯେଉଁ ସମୟରେ ଘରେ ରୁଟି ପ୍ରସ୍ତୁତ କରୁଛନ୍ତି । ସେହି ରୁଟି ମଧ୍ୟରୁ ପ୍ରଥମେ ବନାଯାଇଥିବା ରୁଟିକୁ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ । କାରଣ ଗାଈଙ୍କୁ ଭଲ ମନରେ ଖାଇବାକୁ ଦେଲେ । ସେହି ଘରେ ଦୁଃଖ ଦରିଦ୍ରତା ଦୂର ହୋଇ ଘରକୁ ସୁଖ ଓ ସମୃଦ୍ଧିର ଆଗମନ ହୋଇଥାଏ ।

ତେଣୁ ଗାଈ ମାନଙ୍କୁ ରୁଟି ଓ ଘାସ ଖାଇବାକୁ ଦେଲେ ବହୁତ ପୂଣ୍ୟ ହୋଇଥାଏ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଟିଏ କରିବା ସହ ଅନ୍ୟ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ।