ମୟୂରଭଞ୍ଜ ଏହି ଝିଅ ଅପରେସନ କରାଇ ହେଲେ ପୁଅ, ଜାଣନ୍ତୁ ତାଙ୍କର ପୁରା କାହାଣୀ

ଝିଅରୁ ପୁଅ ପାଲଟିଛନ୍ତି ମୟୂରଭଞ୍ଜର ଝିଅ ସୁମନ ମହାକୁଡ । ସମାଜରେ ନିଜ ପରିଚୟ ପାଇଁ ତାଙ୍କୁ ଦେବାକୁ ପଡିଛି ଅନେକ ଅଗ୍ନି ପରୀକ୍ଷା । ଝିଅ ହୋଇ ଜନ୍ମ ହୋଇଥିଲେ ସୁମନ । କିନ୍ତୁ ପୁଅ ଭେଶରେ ରହିବାକୁ ବେଶୀ ଆନନ୍ଦ ମିଳୁଥିଲା । ପିଲାବେଳୁ ପ୍ଯାଣ୍ଟ ସାର୍ଟ ପିନ୍ଧୁଥିଲେ ସୁମନ । କିନ୍ତୁ କଲେଜରେ ପ୍ଯାଣ୍ଟ ସାର୍ଟ ଉପରେ ରୋକ ଲାଗିଗଲା । ଝିଅ ଡ୍ରେସ ନ ପିନ୍ଧିଲେ କଲେଜରେ ଏଣ୍ଟ୍ରି ନଥିଲା । କଲେଜରେ ସମସ୍ତେ ଭିନ୍ନ ଦୃଷ୍ଟିରେ ତାଙ୍କୁ ଦେଖୁଥିଲେ । ସ୍ଥିତି ଏମିତି ହେଲା ଯେ କେବଳ ପରୀକ୍ଷା ବେଳେ କଲେଜ ଯାଉଥିଲେ ସୁମନ ।

ଝିଅର ଚେହେରା ଓ ବେଶଭୂଷା ସୁମନଙ୍କୁ ଦିନକୁ ଦିନ ବୋଝ ଭଳି ଲାଗୁଥିଲା । ସେ ଝିଅ ନୁହେଁ ବରଂ ଜଣେ ଟ୍ରାନ୍ସମ୍ୟାନ, ଏକଥା ପରିବାର ଲୋକଙ୍କୁ ବୁଝାଇବା ଏତେ ସହଜ ନଥିଲା । ଟ୍ରାନ୍ସମ୍ୟାନଙ୍କ ଉପରେ ପ୍ରସ୍ତୁତ ଭିଡିଓ ଦେଖାଇ ନିଜ ବିଷୟରେ ଘରଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ସୁମନ । ବାପାଙ୍କୁ ଚିଠି ଲେଖି ସବୁ ବୁଝାଇଥିଲେ । କିନ୍ତୁ ଏସବୁ ବୁଝିବାକୁ କେହି ରାଜି ନଥିଲେ । ଏହା ପରଠାରୁ ଅଲୋଡା ହୋଇଗଲେ ସୁମନ । ଶେଷରେ ରାତି ଅଧାରେ ଗାଡି ଧରି ଭୁବନେଶ୍ବର ଚାଲି ଆସିଲେ ସୁମନ ।

ଲକଡାଉନ ଭିତରେ ଅନେକ ସମସ୍ଯା ଭୋଗିଛନ୍ତି, କିନ୍ତୁ ଏଠାରେ ମନ ପାଇଲା ଭଳି କିଛି ବନ୍ଧୁ ମଧ୍ୟ ସେ ପାଇଛନ୍ତି । ତାଙ୍କୁ ମିଳିଛି ବଞ୍ଚିବାର ରାହା । ନିଜର ଅସ୍ତ୍ରୋପଚାର କରାଇ ପୁଅ ହୋଇ ପାରିଛନ୍ତି । ଏବେ ପୁରୀ ମ୍ଯୁନିସିପାଲିଟି କାର୍ଜ୍ୟାଳୟରେ କାମ କରୁଛନ୍ତି ସୁମନ । ଘର କଥା ମନେ ପଡିଲେ ଏବେ ବି ଛଳ ଛଳ ହୋଇଯାଉଛି ତାଙ୍କ ଆଖି । ଜଣେ ଝିଆରୁ ଟ୍ରାନ୍ସମ୍ୟାନ ହେବାର ଯାତ୍ରାକୁ ସମାଜ ଗ୍ରହଣ କରୁ ବା ନକରୁ ଦିନେ ନା ଦିନେ ତାଙ୍କ ପରିବାର ଲୋକେ ତାଙ୍କୁ ବୁଝି ପାରିବେ ବୋଲି ସେ ଆଶା ରଖିଛନ୍ତି ।

ଏବେ ବି ସମାଜ ଡରରେ ଅନେକ ଟ୍ରାନ୍ସମ୍ୟାନ ଘର ଚାରିକାନ୍ଥ ମଧ୍ୟରେ ରହିଛନ୍ତି ଏବଂ ସହୁଛନ୍ତି ଅନେକ ନିର୍ଯ୍ୟାତନା । ସେମାନଙ୍କୁ ଲୁଚିକରି ନୁହେଁ ବରଂ ସାହାସର ସହ ନିଜର ପରିଚୟ ନେଇ ବଞ୍ଚିବାକୁ ମନ୍ତ୍ର ଦେଇଛନ୍ତି ସୁମନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।