ସାବଧାନ ! ତଥ୍ୟ ଚୋରୀ କରୁଛି ଏହି China Mobile, କଣ ଆପଣ ଏହି ମୋବାଇଲ ୟୁଜ କରୁଛନ୍ତି କି ? ଜଲ୍ଦି ଦେଖନ୍ତୁ

ଆପଣ ଯଦି ଚାଇନା ମୋବାଇଲ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ । କାରଣ ଆପଣଙ୍କ ମୋବାଇଲର ସବୁ ଡାଟା ଚୋ-ରୀ କରି ନେଉଛି ଚାଇନା । ସଂସ୍ଥା ଚୀନ ନିର୍ମିତ ଫୋନ ମାନଙ୍କରେ ସେନ୍ସରସିପ ଥିବା କଥା ଏକ ଯା-ଞ୍ଚ-ରେ ଜଣା ପଡିଥିବା କୁହା ଯାଇଛି । ଯାହା ଦ୍ଵାରା ଆପଣ ନିଜ ମୋବାଇଲରେ ଯେଉଁ ସବୁ ତଥ୍ୟ ରଖିଛନ୍ତି ତାହା ଚୋ-ରୀ ହେଉଥିବା ନେଇ ଖବର ସାମନାକୁ ଆସିଛି । ଆଉ ଏହି ଖବର ଜଣା ପଡିବା ପରେ ଯେଉଁମାନେ ଚାଇନା ମୋବାଇଲ ବ୍ୟବହାର କରୁଛନ୍ତି ସେମାନଙ୍କ ଚିନ୍ତା ବଢି ଯାଇଛି ।

ତେବେ ଲିଥୁନିଆ ନିଜ ନାଗରିକଙ୍କୁ ଏ ସମ୍ପର୍କରେ ସାବଧାନ କରାଇ ଦେବା ସହ ଯେଉଁମାନେ ଚାଇନା ସାମଗ୍ରୀ ତଥା ବିଶେଷ କରି ଚାଇନା ମୋବାଇଲ ବ୍ୟବହାର କରୁଛନ୍ତି ସେମାନେ କାଳ ବିଳମ୍ବ ନକରି ଯଥା ଶୀଘ୍ର ତାକୁ ଫୋ-ପା-ଡି ଦେବା ପାଇଁ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି । ଲିଥୁନିଆର ସାଇବର ସୁରକ୍ଷା ବିଭାଗ ପକ୍ଷରୁ ସେଠାକାର ଜଣ ସାଧାରଣଙ୍କୁ ଏହି ଭଳି ଏକ ଚେତାବନୀ ଦିଆ ଯାଇଛି ।

ଚୀନ ନିର୍ମିତ ଫୋନରେ ଯେକୌଣସି ଫଟୋ, ଭିଡିଓ କିମ୍ବା ବ୍ୟକ୍ତିଗତ ତଥ୍ୟ ରଖିଲେ ତାହା ସୁରକ୍ଷିତ ନୁହେଁ ବୋଲି ଲିଥୁନିଆ ର ସାଇବର ସୁରକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ ଜଣାଇ ଦିଆ ଯାଇଛି । ଚାଇନା ଫୋନ ବ୍ୟବହାରକାରୀଙ୍କ ସମସ୍ତ ତଥ୍ୟ ଚୀନରେ ଥିବା ସର୍ଭରରେ ଷ୍ଟୋର କରା ଯାଉଥିବା ସୂଚନା ମିଳିବା ପରେ ନିଜ ନାଗରିକଙ୍କ ପାଇଁ ଏହିପରି ନିର୍ଦ୍ଦେଶନାମା ଜାରି କରାଯାଇଛି । କେବଳ ଏତିକି ନୁହେଁ ବରଂ ଚାଇନା ସାମଗ୍ରୀରେ କୌଣସି ମଧ୍ୟ ତଥ୍ୟ ସୁରକ୍ଷିତ ନୁହେଁ ବୋଲି ସାଇବର ସୁରକ୍ଷା ସେଲ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ।

ପି ତିବ୍ଦତ, ଲଙ୍ଗ ଲିଭ୍ସ ତାଇୱାନ, ଇଣ୍ଡିପେଡେଣ୍ଟ ଏବଂ ଡେମୋକ୍ରାଟିକ ମୁଭମେଣ୍ଟ ପରି ଲେଖାରେ ସେନ୍ସରସିପ କରାଯାଉଛି ବୋଲି ସୂଚନା ରହିଛି । ଏହା ପୂର୍ବରୁ MI 10T 5G ର ସଫ୍ଟୱେୟାରରୁ ୟୁରୋପୀୟ ୟୁନିଅନରେ ଏହାକୁ ନିଷେଦ୍ଧ କରାଯାଇ ଥିଲା । ଚୀନରେ ନିର୍ମିତ ସମସ୍ତ ଫୋନ ଠାରୁ ଯେତେ ଶୀଘ୍ର ନିସ୍ତାର ପାଇବା ପାଇଁ ଏହି ଦେଶର ସରକାର ଘୋଷଣା କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ଚୀନ ସାମଗ୍ରୀକୁ ନେଇ ଆମେରିକା ଚିନ୍ତା ପ୍ରକଟ କରିଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ ମୋବାଇଲକୁ ନେଇ ଭାରତ ସରକାର କୌଣସି ନିର୍ଦ୍ଦେଶନାମ ଜାରି କରି ନଥିବା ବେଳେ ଆଗାମୀ ଦିନରେ ଏନେଇ କୌଣସି ତଥ୍ୟ କିମ୍ବା ପ୍ରମାଣ ମିଳିଲେ ତାହା ଉପରେ ବିଚାର କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।