Cuttack Jobra ବ୍ୟାରେଜ ରେ ମିଳିଲା ହାତୀର ମୃତ ଦେହ, ଦେଖନ୍ତୁ Exclusive Video

ମୁଣ୍ଡଳି ଠାରେ ମହାନଦୀର ପ୍ରଖର ସୁଅ ମଧ୍ୟରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବା ଅପରେସନ ଫେଲ ହୋଇଥିଲା । ହାତୀ ଉଦ୍ଧାର କରିବା ଅପରେସନ ଅନେକ ବିଳମ୍ବରେ ଆରମ୍ଭ କରାଯାଇ ଥିଲା ଓ ଏହାପରେ ଯେଉଁ ଦୁ-ର୍ଘ-ଟ-ଣା ଘଟିଥିଲା ତାହା ସାରା ଓଡିଶାବାସୀ ଦେଖିଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ ବିଷୟ ଅଟେ ଯେ ଏତେ ସବୁ ଘଟିବା ପରେ ମଧ୍ୟ ହାତୀକୁ ଉଦ୍ଧାର କରାଯାଇ ପାରି ନଥିଲା । ହାତୀ ପାଣି ସୁଅରେ ବୁ-ଡି-ଯି-ବା ପରେ ଓଡ୍ରାଫ ଟିମ ହାତୀକୁ ଖୋଜିବାରେ ବିଫଳ ହୋଇଥିଲେ ।

ତେବେ ବର୍ତ୍ତମାନ ଯୋବ୍ରା ବ୍ୟାରେଜ ଠାରେ ଦ-ନ୍ତା ହାତୀଟିର ମୃ-ତ-ଦେ-ହ ଦେଖିବାକୁ ମିଳିଛି । ଯୋବ୍ରା ବ୍ୟାରେଜର ୨୪ ନମ୍ବର ଗେଟରେ ହାତୀର ମୃ-ତ-ଦେ-ହ ଅଟକି ରହିଛି । ବର୍ତ୍ତମାନ ସେଠାରେ ବର୍ଷା ଲାଗି ରହିବା ସହ ଜଳସ୍ରୋତ ମଧ୍ୟ ଖୁବ ପ୍ରଖର ରହିଛି । ତେବେ ଏଭଳି ପ୍ରତିକୂଳ ପରିସ୍ଥିତିରେ ହାତୀର ମୃ-ତ-ଦେ-ହ-କୁ ପାଣି ମଧ୍ୟରୁ ଉଦ୍ଧାର କରାଯିବା ମଧ୍ୟ ନିହାତି ଭାବେ କଠିନ କାର୍ଯ୍ୟ ଅଟେ । ହାତୀଟି ବଞ୍ଚି ଥିବା ବେଳେ ନଦୀ ମଧ୍ୟରେ ଚଳପ୍ରଚଳ କରୁଥିବା ବେଳେ ଓଡ୍ରାଫ ଟିମ ତାକୁ ଉଦ୍ଧାର କରିବାରେ ବିଫଳ ହୋଇଥିଲା ।

ତେବେ ଆଜି ମଧ୍ୟ ଯେଉଁ ଭଳି ପରିସ୍ଥିତିରେ ହାତୀର ମୃ-ତ-ଦେ-ହ ମିଳିଛି, ତାକୁ ସେଠାରୁ ଉଦ୍ଧାର କରାଯିବା ମଧ୍ୟ ନିହାତି ଭାବେ ଏକ ଚ୍ୟାଲେଞ୍ଜ ଅଟେ । ଆଶା କରୁଛି କି ଖୁବ ଶୀଘ୍ର କତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବେ । ତେବେ ଘଟଣାସ୍ଥଳରେ ବର୍ତ୍ତମାନ କମିଶନରେଟ ପୋଲିସ ସଜାଗ ରହିଛି । ଯୋବ୍ରା ବ୍ୟାରେଜର ଏହି ରୋଡଟି ଗୋଟିଏ ପଟେ ଜଗତପୁରକୁ ସଂଯୋଗ କରୁଛି ଏବଂ ସାଲେପୁରକୁ ମଧ୍ୟ ।

ତେବେ ଏହି ସ୍ଥାନରେ କିଭଳି ଗହଳି ଆୟତ କରାଯିବ ଏବଂ କିପରି ଯଥାଶୀଘ୍ର ଉଦ୍ଧାର କରାଯିବ ମୃ-ତ ହା-ତୀ-ର ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯିବ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଶୁକ୍ରବାର ଦିନ ରାତିରେ ଖବର ଭା-ଇ-ରା-ଲ ହୋଇଥିଲା କି ଏକ ହାତୀଟି ଭା-ସି ଯାଉଛି । ସ୍ଥାନୀୟ ଲୋକ ମଧ୍ୟ ଏନେଇ ସୂଚନା ଦେଇଥିଲେ । କିନ୍ତୁ ବନବିଭାଗ ଏନେଇ କୌଣସି ସୂଚନା ଦେଇନାହିଁ କି କୌଣସି ଅଧିକାରୀଙ୍କୁ ମଧ୍ୟ ସେଠାରେ ଦେଖିବାକୁ ମିଳି ନଥିଲା ।

ତେବେ ଅନ୍ୟ କୌଣସି ହାତୀ ପାଣିରେ ବୁ-ଡି-ଥି-ବା ନେଇ ସୂଚନା ନଥିବା ବେଳେ, ଏହା ମୁଣ୍ଡଳି ଠାରେ ବୁଡିଥିବା ହାତୀର ମୃତଦେହ ହୋଇ ଥାଇପାରେ ବୋଲି କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।