ବାପାଙ୍କୁ ସବୁବେଳେ ପାଖରେ ରଖିବା ପାଇଁ ପୁଅ ବନେଇଲା ବାପାଙ୍କ ଷ୍ଟାଚ୍ୟୁ, ଦେଖିବାକୁ ପୁରା ଜୀବନ୍ତ, Video ନ ଦେଖିଲେ ବିଶ୍ଵାସ ହେବନି !

କରୋନାରେ ବାପାଙ୍କୁ ହରାଇ ଦେଇଥିଲା ପୁଅ । କିନ୍ତୁ ବାପାଙ୍କୁ ସବୁବେଳେ ଦେଖିବା ପାଇଁ ଚାହୁଁଥିଲା ପୁଅ । ନିଜ ଇଚ୍ଛାକୁ ପୂରଣ କରିବାକୁ ଯାଇ ତିଆରି କଲା ବାପାଙ୍କ ଅବିକଳ ଷ୍ଟାଚ୍ୟୁ । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଠିକ ଜୀବନ୍ତ ଭଳି ଦେଖାଯାଉଛି ଏହି ଷ୍ଟାଚ୍ୟୁଟି । ନିଜ ପିତାଙ୍କୁ ସମ୍ମାନ ଦେବାକୁ ସବୁବେଳେ ଚାହେଁ ପୁଅ । ଆଉ ସବୁବେଳେ ତାଙ୍କୁ ନିଜ ପାଖରେ ରଖିବାକୁ ଇଚ୍ଛା କରିଥାଏ । ଆଉ ମହାରାଷ୍ଟ୍ରର ସାଙ୍ଗୋଲି ଜିଲ୍ଲାରେ ଜଣେ ପୁଅ ନିଜ ପିତାଙ୍କ ସିଲିକନ ଷ୍ଟାଚ୍ୟୁ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ।

ଏହି ଷ୍ଟାଚ୍ୟୁ ଟିକୁ ନିଜ ଘରେ ସୋଫା ଉପରେ ବସିଥିବା ପୋଜ୍ ରେ ତିଆରି କରାଯାଇଛି । ଆପଣ ମଧ୍ୟ ଏହି ପ୍ରତିମୂର୍ତ୍ତିକୁ ଦେଖିଲେ ଜାଣିପାରିବେ ନାହିଁ ଏହା ଏକ ଷ୍ଟାଚ୍ୟୁ ହୋଇଥିବ ବୋଲି । ମୂର୍ତ୍ତି ଟିରେ ନଜର ଆସୁଥିବା ରଙ୍ଗ, ରୂପ, ମୁହଁ, ନିଶା, ଆଖି ଓ ଶରୀରର ପ୍ରାୟ ସବୁ ଅଙ୍ଗ ଦେଖିବାକୁ ଜଣେ ଜୀବିତ ଲୋକ ଭଳି । ତେବେ ମହାରାଷ୍ଟ୍ରରେ ଏହା ପ୍ରଥମ ସିଲିକନ ଷ୍ଟାଚ୍ୟୁ ବୋଲି ଦାବି କରିଛନ୍ତି ଏହାକୁ ତିଆରି କରିଥିବା ଅରୁଣ କୋରେ । ନିଜ ପିତା ସ୍ବର୍ଗତଃ ରାଓ ସାହେବ କୋରେଙ୍କ ସ୍ମୃତିରେ ସେ ଏହାକୁ ତିଆରି କରିଛନ୍ତି ।

ସ୍ବର୍ଗତଃ କୋରେ ମହାରାଷ୍ଟ୍ର ସରକାରଙ୍କ ଅବକାରୀ ନିରିକ୍ଷକ ଥିଲେ । ଡ୍ଯୁଟିରେ ଥିବା ବେଳେ ଗତ ବର୍ଷ କରୋନାରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ଦେ-ହା-ନ୍ତ ପରେ ପରିବାର ଲୋକେ କୋରେଙ୍କୁ ବହୁତ ମନେ ପକାଇଥିଲେ । ଯାହା ଫଳରେ ବାପାଙ୍କର ଏକ ସିଲିକନ ଷ୍ଟାଚ୍ୟୁ ତିଆରି କରିବା ପାଇଁ ଅରୁଣ ପ୍ରୟାସ କରିଥିଲେ । ବେଙ୍ଗାଲୁରର ପ୍ରସିଦ୍ଧ ମୂର୍ତ୍ତି କାରିଗର ଶ୍ରୀଧରଙ୍କ ସହାୟତାରେ ସେ ଏହାକୁ ତିଆରି କରିଛନ୍ତି । କୋରେଙ୍କ ଏହି ସିଲିକନ ଷ୍ଟାଚ୍ୟୁ ତିଆରି କରିବାକୁ ଶ୍ରୀଧରଙ୍କୁ ପ୍ରାୟ ପାଞ୍ଚ ମାସ କଠିନ ପରିଶ୍ରମ କରିବାକୁ ପଡିଥିଲା ।

ଗୋଟିଏ ସିଲିକନ ଷ୍ଟାଚ୍ୟୁର ଜୀବନକାଳ ପ୍ରାୟତଃ ତିରିଶ ବର୍ଷ ହୋଇଥାଏ । ଆଉ ପ୍ରତିମୂର୍ତ୍ତିକୁ ପିନ୍ଧା ଯାଇଥିବା ପୋଷାକ ସବୁଦିନ ବଦଳା ଯାଇଥାଏ । ପୋଲିସ ସମ୍ପ୍ରଦାୟର ନେତା ଭାବେ ପ୍ରସିଦ୍ଧ ରାଓ ସାହେବ ଉକ୍ତ ଅଞ୍ଚଳର ଦୟାଳୁ ସ୍ଵଭାବର ଲୋକ ଥିଲେ । ସେଥିପାଇଁ ତାଙ୍କର ଏହି ନିଆରା ପ୍ରତିମୂର୍ତ୍ତିକୁ ଦେଖିବାକୁ ଦୂର ଦୂରାନ୍ତରୁ ଅନେକ ଲୋକ ତାଙ୍କ ବାସଭବନକୁ ଆସୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।