ବୟସ ମାତ୍ର 9 ବର୍ଷ, କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ, ରାଜା ଭଳି ଅଟେ ଏହି ପିଲାଟିର ଜୀବନ, Lifestyle ଏମିତି କି Ambani ବି ଫେଲ ହେଇଯିବ !

ବର୍ତ୍ତମାନ ସମୟର ପ୍ରାୟତଃ ପିଲାମାନଙ୍କ ପାଖରେ କପଡା, କ୍ରିକେଟ କୀଟ ବ୍ୟାଗ, ଭିଡିଓ ଗେମ୍ସ, ଖେଳଣା, ବହି ଓ ଘର ଭଳି ଜିନିଷ ଅଛି । କହିବାକୁ ଗଲେ ପାଖାପାଖି ସବୁ ପ୍ରକାରର ସୁଖ ସୁବିଧା ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଟିଏ ୯ ବର୍ଷର ପିଲା ବିଷୟରେ କହିବୁ । ଯିଏକି ବହୁତ ଅଳ୍ପ ବୟସ ମଧ୍ୟରେ କୋଟି କୋଟି ଟଙ୍କାର ମାଲିକ ହୋଇ ଯାଇଛି । ତା ପାଖରେ ନିଜର ପ୍ରାଇବେଟ ଜେଟ ଓ ଦାମୀ ଦାମୀ ଗାଡି ଅଛି । ଯେଉଁ ପିଲା ବିଷୟରେ ଆମେ କଥାବାର୍ତ୍ତା କରୁଛୁ ସେ ଗୋଟିଏ ସାଧାରଣ ପିଲା ଭଳି ନଜର ଆସିଥାଏ ।

କିନ୍ତୁ ତାର ରହିବା ଖାଇବା ପିଇବା ଧନୀ ଘରର ପିଲାମାନଙ୍କ ଭଳି । ତାର ସ୍ଵପ୍ନ ବି ବହୁତ ବଡ ବଡ । ସେ ମାତ୍ର ୯ ବର୍ଷରେ ହିଁ କୋଟି କୋଟି ଟଙ୍କାରେ ଖେଳୁଛି । ଏହି ୯ ବର୍ଷ ପିଲାର ନାଁ ମୋହମ୍ମଦ ଅବଲ ମୁସ୍ତଫା । ମୁସ୍ତଫା ନାଇଜିରିଆର ବାସିନ୍ଦା ଅଟେ । କିନ୍ତୁ ପୁରା ବିଶ୍ଵରେ ତାର ଲୋକପ୍ରିୟ ଅଛି ।

ମୁସ୍ତଫାର ଚର୍ଚା ବର୍ତ୍ତମାନ ପୁରା ଦୁନିଆରେ ହେଉଛି । କାରଣ ସେ ଅନ୍ୟ ପିଲାମାନଙ୍କ ଠାରୁ ଅଳ୍ପ ଭିନ୍ନ ଅଟେ । କାରଣ ତାର ଜୀବନ ଓ ପିଲାଦିନ ଅନ୍ୟ ପିଲାମାନଙ୍କ ଭଳି ନୁହେଁ । ମୁସ୍ତଫା ଯେତେବେଳେ ମାତ୍ର ୬ ବର୍ଷର ଥିଲା ସେହି ସମୟରେ ସେ ଗୋଟିଏ ବଙ୍ଗଳାର ମାଲିକ ହୋଇ ଯାଇ ଥିଲା । ତାକୁ ଏହି ଘର ତାର ପିତା ଜନ୍ମଦିନ ଉପଲକ୍ଷେ ଉପହାର ଦେଇଥିଲେ ଓ ୯ ବର୍ଷରେ ମୁସ୍ତଫା ପାଖରେ ସମସ୍ତ ପ୍ରକାରର ସୁଖ ସୁବିଧା ଅଛି । ମୁସ୍ତଫା ଆଗରେ ବଡ ବଡ ବିଜନେସମ୍ୟାନ, ଖିଲାଡ଼ି ଓ ଫିଲ୍ମ ଷ୍ଟାର ବି ଫେଲ ।

ଆପଣ ବି ଯଦି ମୁସ୍ତଫାର ଲାଇଫ ଷ୍ଟାଇଲ ଦେଖିବେ ତେବେ ଆଶ୍ଚର୍ଯ୍ୟ ହୋଇଯିବେ । ମୁସ୍ତଫା ପାଖରେ ଦାମୀ ଦାମୀ ଗାଡି ଅଛି । ଯାହାର ମୂଲ୍ୟ କୋଟି କୋଟି ଟଙ୍କାର ଅଟେ । ଏହା ଛଡା ମୁସ୍ତଫା ପାଖରେ ନିଜର ପ୍ରାଇବେଟ ଜେଟ ବି ଅଛି । ଯାହାକି ଏହି ବୟସର ପିଲା ପାଇଁ ବହୁତ ହିଁ ବଡ କଥା । କହିଦେଉଛୁ କି ମୁସ୍ତଫାର ପିତାଙ୍କ ନାଁ ଇସ୍ମାଇଲିୟା ମୁସ୍ତଫା ଅଟେ । ଇସ୍ମାଇଲିୟା ମୁସ୍ତଫା ନାଇଜିରିଆର ବହୁତ ବଡ ସେଲିବ୍ରିଟି ଅଟନ୍ତି । ମୁସ୍ତଫା ଇଂସ୍ଟାଗ୍ରାମରେ ବି ବହୁତ ଚର୍ଚିତ ଅଟେ ।

ଏଠି ତାକୁ ୩୪ ହଜାରରୁ ବି ଅଧିକ ଲୋକମାନେ ଫଲୋ କରନ୍ତି । କହିବାକୁ ଗଲେ ଏହିଭଳି ଲାଇଫ ଷ୍ଟାଇଲ ପାଇବା ପାଇଁ ଲୋକମାନେ ବହୁତ ପରିଶ୍ରମ କରିଥାନ୍ତି ଓ ବହୁତ କଷ୍ଟ କରିବା ପରେ ତାଙ୍କୁ ଏହିଭଳି ଲାଇଫ ଷ୍ଟାଇଲ ମିଳିଥାଏ । ଅନ୍ୟ ପଟେ କେତେକ ଲୋକମାନେ ଏହିଭଳି ଲାଇଫ ଷ୍ଟାଇଲର କେବଳ ସ୍ଵପ୍ନ ଦେଖିଥାନ୍ତି । କିନ୍ତୁ ମୁସ୍ତଫାକୁ ମାତ୍ର ୯ ବର୍ଷ ବାୟସରେ ସବୁକିଛି ମିଳି ଯାଇଛି । ଯାହାକି କୌଣସି ବି ୯ ବର୍ଷର ପିଲା ପାଇଁ ଅସମ୍ଭବ ଅଟେ ।