ମାତ୍ର 6 ମାସର ପ୍ରେମ ମୋତେ ବହୁତ ତଳେ ପକେଇ ଦେଇଥିଲା, ମୁଁ ବର୍ଷେ ପର୍ଯ୍ୟନ୍ତ… Devil Queen Arpita ଙ୍କ ଖାସ ଇଣ୍ଟରଭ୍ୟୁ

ସ୍ପୋର୍ଟ୍ସ ଛାଡି ଟିକଟକ ଦୁନିଆରେ ପାଦ ଦେଇଥିଲେ ଅର୍ପିତା । ତାଙ୍କ ପ୍ୟାଶନରେ ଅନେକ ବାଧାବିଘ୍ନ ମଧ୍ୟ ଆସିଥିଲା ହେଲେ କିଛି ଖାତିର ନକରି ସେ ଆଗକୁ ବଢିଥିଲେ । ନିଜ ଉଦ୍ୟମ ଓ କିଛି କରି ଦେଖାଇବାର ଇଚ୍ଛା ନେଇ ସେ ଆଗକୁ ବଢିଥିଲେ । ତାଙ୍କ ଭିଡିଓକୁ ସମସ୍ତେ ବେଶ ଭଲପାଇବା ଦେଇଥିଲେ ଓ ଦେଉଛନ୍ତି ମଧ୍ୟ । ଆଉ ଆଜି ଡେଭିଲ କୁଇନ ଅର୍ପିତା ନାମରେ ସେ ବେଶ ପରିଚିତ । ଅର୍ପିତା ଏବେ ନିଜ ବ୍ୟକ୍ତିଗତ ଜୀବନ ଏବଂ କେମିତି ଭିଡିଓରେ ସଫଳ ହେଲେ ସେନେଇ ଏକ ଗଣମାଧ୍ୟମ ସାକ୍ଷାତକାରରେ ସବୁ ବୟାନ କରିଛନ୍ତି ।

ଅର୍ପିତା କୁହନ୍ତି କି, ସେ ଯେଉଁ କଣ୍ଟେଣ୍ଟ ତିଆରି କରନ୍ତି ତାହା କେବଳ ଯୁବପିଢି ନୁହେଁ ବରଂ ଆମ ବାପାମା’ ବୟସର ଲୋକମାନେ ମଧ୍ୟ ଦେଖିବାକୁ ବେଶ ପସନ୍ଦ କରନ୍ତି । ଏମିତିକି ଅନେକ ଥର ତାଙ୍କୁ ମଧ୍ୟବୟସ୍କ ଲୋକମାନେ ପ୍ରଶଂସା କରିଛନ୍ତି । ତେଣୁ ତାଙ୍କ ଭିଡିଓ ଯେପରି ସମସ୍ତେ ଦେଖିପାରିବେ ସେହି ଅନୁଯାୟୀ ସେ ଭିଡିଓ ତିଆରି କରନ୍ତି । କାରଣ ବଡଲୋକଙ୍କ ଆଶୀର୍ବାଦ ମିଳିଲେ ସେ ଆହୁରି ଆଗକୁ ବଢିପାରିବେ ବୋଲି ଭାବନ୍ତି ।

ଅର୍ପିତାଙ୍କୁ ସ୍ପୋର୍ଟ୍ସ ବହୁତ ପସନ୍ଦ ଥିଲା ଏବଂ ଏନସିସି ରେ ମଧ୍ୟ ଯୋଗ ଦେଇଥିଲେ । ସେଠାରେ ମଧ୍ୟ ଅନେକ ପରିଶ୍ରମ କରିବା ପରେ ଏବଂ ବାଧାବିଘ୍ନ ସତ୍ତ୍ୱେ ସେ ଭିଡିଓ ବନାଉଥିଲେ । ଭିଡିଓ ବନାଇବା ଯାତ୍ରା କଲେଜ ସମୟରୁ ଆରମ୍ଭ ହୋଇଥିଲା ଯେତେବେଳେ ଜଣେ ବାନ୍ଧବୀ ତାଙ୍କୁ ଭିଡିଓ କରିବାକୁ କହିଥିଲେ । ତେବେ ତାଙ୍କ ଆଣ୍ଠୁରେ ଆଘାତ ଲାଗିବା ଯୋଗୁଁ ତାଙ୍କୁ ସ୍ପୋର୍ଟ୍ସ ଛାଡିବାକୁ ପଡିଥିଲା । ହେଲେ ସେ ଡେଭିଲ କୁଇନ ଅର୍ପିତା ନାମରେ ଭିଡିଓ ବନେଇବା ଜାରି ରଖିଥିଲେ ଓ ଏଥିରେ ଖୁବ ସଫଳ ମଧ୍ୟ ହୋଇଥିଲେ ।

ତେବେ ସେ ପ୍ରେମ କରିବେ ବୋଲି କେବେ ଭାବି ନଥିଲେ ଓ କଲେଜ ସମୟରେ ମଧ୍ୟ ସେ କାହା ପ୍ରେମରେ ପଡି ନଥିଲେ । ତାଙ୍କର ଜଣେ ଦିଦିଙ୍କ ଜରିଆରେ ସେ ଜଣେ ପୁଅଙ୍କ ସଂସ୍ପର୍ଶରେ ଆସିଥିଲେ ଆଉ ତାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । କିନ୍ତୁ ତାଙ୍କ ଅଜାଣତରେ ପ୍ରେମିକ ତାଙ୍କ ପାସୱାର୍ଡ ନେଇ ତାଙ୍କ ଆଇଡିରେ ଏଣୁତେଣୁ ପୋଷ୍ଟ କରୁଥିଲେ । ଯେତେବେଳେ ପରିବାର ଲୋକେ ଏବଂ ଜଣେ ଦିଦି ତାଙ୍କୁ ଏ ସମ୍ପର୍କରେ କହିଥିଲେ ସେତେବେଳେ ଅର୍ପିତା ଏକଦମ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ମାତ୍ର 6 ମାସର ପ୍ରେମ ସମ୍ପର୍କ ତାଙ୍କୁ ଏତେ କଷ୍ଟ ଦେଇଥିଲା ଯେ ସେ ଏକଦମ ତଳେ ପଡି ଯାଇଥିଲେ । ତଥାପି ସେସବୁରୁ ବାହାରି ସେ ପୁଣି ଥରେ ନିଜକୁ ସମ୍ଭାଳିଥିଲେ ଆଉ ଆଜି ବେଶ ଖୁସି ଅଛନ୍ତି ବୋଲି କୁହନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।