ଆପଣଙ୍କ ପାଖେ ଫେକ୍ ସାର୍ଟିଫିକେଟ ନାହିଁ ତ ? ଆକ୍ସନ ମୋଡ୍ ରେ ରହିଛି କ୍ରାଇମବ୍ରାଞ୍ଚ, ଖୁବ ଖୋଲିଯିବ ପୁରା ମାମଲାର ଚେର…

ରାଜ୍ୟରେ ଫେକ୍ ସାର୍ଟିଫିକେଟ ମାମଲା ଏବେ ଚିନ୍ତାର ବିଷୟ ପାଲଟିଛି । ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ଗତକାଲି ବଲାଙ୍ଗୀରକୁ ଯାଇ ପୁରା ମାମଲାର ଅନୁଧ୍ୟାନ କରିଛନ୍ତି ଆଇଜି ଅମିତେନ୍ଦ୍ର ସିହ୍ନା । ଅନ୍ୟପଟେ ଦୁଇ ଅଭିଯୁକ୍ତଙ୍କୁ ଚାରିଦିନିଆ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ମାମଲାର ମାଷ୍ଟରମାଇଣ୍ଡ ମୁହା ଯାଉଥିବା ମନୋଜ ମିଶ୍ରଙ୍କ ସହ ଅନ୍ୟ ତିନିଜଣ ସହଯୋଗୀଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି ।

ଏହି ମାମଲାର ଚେର କେତେ ବାଟ ଲମ୍ବିଛି ଏବଂ କେଉଁ କେଉଁ ସ୍ଥାନ ମାନଙ୍କରେ ଫେକ୍ ସାର୍ଟିଫିକେଟ ବେପାର ହୋଇଛି ଏନେଇ ଖୋଲତାଡ କରୁଛି କ୍ରାଇମବ୍ରାଞ୍ଚ । ଏହାସହ ଏହି ମାମଲାରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ଦିଗରେ ମଧ୍ୟ ତଦନ୍ତ କରାଯାଉଛି । ତେବେ ଗତକାଲି ଜଣାପଡିଛି କି, ଫେକ୍ ସାର୍ଟିଫିକେଟ ମାମଲାରେ ରାଜ୍ୟ ବାହାରର ଲିଙ୍କ ମଧ୍ୟ ରହିଛି । ତେବେ କିଏ ପ୍ରଚ୍ଛଦପଟରେ ରହି ଏନେଇ ପ୍ରୋତ୍ସାହିତ କରୁଥିଲା ତାହା କ୍ରାଇମବ୍ରାଞ୍ଚ ପାଇଁ ସବୁଠୁ ବଡ ପ୍ରଶ୍ନ ଭାବେ ଉଭା ହୋଇଛି ।

ତେବେ ଫେକ୍ ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତକୁ ପ୍ରାୟ ଗୋଟିଏ ସପ୍ତାହ ପୁରିଯାଇଛି । ହେଲେ ବର୍ତ୍ତମାନ ଯାଏଁ ସେଭଳି କୌଣସି ଖାସ ତଥ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତଗତ ହୋଇପାରି ନାହିଁ । ପୂର୍ବରୁ ପୋଲିସ ଯେତିକି ତଦନ୍ତ କରିଥିଲା କେବଳ ସେହି ତଦନ୍ତକୁ ଆଧାର କରି ଆଗେଇଛି କ୍ରାଇମବ୍ରାଞ୍ଚ । ତେବେ ଗତକାଲି କ୍ରାଇମବ୍ରାଞ୍ଚ ଆଇଜି ଏନେଇ ରିଭ୍ୟୁ କରିବା ସହ ବଲାଙ୍ଗୀର ଏସପି ନିତିନ କୁଶଲକର ମଧ୍ୟ ଉପସ୍ଥିତ ଥିଲେ ।

ଫେକ୍ ସାର୍ଟିଫିକେଟ ମାମଲା କେମିତି ସାମ୍ନାକୁ ଆସିଲା ସେନେଇ ବ୍ରିଫ୍ କରିଥିଲେ ଏସପି । ଏପରିକି ଡାକଘର ସୁପରିଟେଡେଣ୍ଟଙ୍କୁ ମଧ୍ୟ ଏନେଇ ପଚରାଉଚରା କରା ଯାଇଥିଲା । ତେବେ ଆଜି ଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦ୍ରୁତଗତିରେ ଆଗେଇ ପାରେ ଏବଂ ଆଗକୁ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତକୁ ଆସିପାରେ ବୋଲି ଆଶା କରାଯାଉଛି । ପ୍ରାୟ 38 ଜଣ ଫେକ୍ ସାର୍ଟିଫିକେଟ କିଣିଥିବା ବେଳେ ସେମାନଙ୍କ ମଧ୍ୟରୁ 19ଜଣଙ୍କୁ ଗିରଫ କରା ଯାଇଥିଲା ।

19ଜଣଙ୍କ ମଧ୍ୟରୁ ଦୁଇଜଣ ମହିଳାଙ୍କୁ ରାଜସାକ୍ଷୀ କରା ଯାଇଥିଲା ଏବଂ ବାକି 17ଜଣଙ୍କୁ କୋର୍ଟ ଫରୱାର୍ଡ କରା ଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ ତ୍ରିବିହାରୀ ପଣ୍ଡା ଏବଂ ପରେଶ ବୁଡେଙ୍କୁ କେବଳ ରିମାଣ୍ଡରେ ଅଣାଯାଇଛି । ଏହାର ଅର୍ଥ ସେମାନଙ୍କ ପାଖେ ନିହାତି ପକାହେ କିଛି ସ୍ଵତନ୍ତ୍ର ସୂଚନା ରହିଛି ଯାହା କ୍ରାଇମବ୍ରାଞ୍ଚ ବାହାର କରିବାକୁ ଚେଷ୍ଟା ଚଳେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।