ଚାକିରି ବଦଳିଲା ଆଉ ମନ ବି, ଧୋକା ଖାଇବା ପରେ ଏମିତି ପ୍ରତିଶୋଧ ନେଲା ପ୍ରେମିକ, ଜାଣିଲେ ଦେହ ଶିହରି ଉଠିବ…

ସୋନାଲି ଓ ଜିଜ୍ଞାସା ଭଳି ଝିଅମାନେ ପ୍ରଥମେ ମିଠା ମିଠା କଥା କହି ପ୍ରେମରେ ପକାନ୍ତି ଆଉ ପରେ ଧୋକା ଦେଇ ଚାଲିଯାନ୍ତି । ଆଉ ସେମାନଙ୍କୁ ସଂପୂର୍ଣ୍ଣ ଦେହ ମନ ଆତ୍ମା ଦେଇ ଭଲ ପାଉଥିବା ସୌମ୍ୟ ଏବଂ ଆଜେକ୍ସଙ୍କ ଭଳି ପୁଅମାନେ ଶେଷରେ ଜୀବନ ହାରି ଦିଅନ୍ତି । ପୋଲିସ ତଦନ୍ତ ଆରମ୍ଭରୁ ସୁନ୍ଦରୀଙ୍କ ନାଁରେ 306 ଦଫା ତ ଲଗେଇ ଦିଏ, କିନ୍ତୁ ସୁନ୍ଦରୀ ମାନଙ୍କୁ କିଛି ଦଣ୍ଡ ମିଳେନି । ଗତକାଲି ଆଉ ଏକ ଖବର ସାମ୍ନାକୁ ଆସିଥିଲା ।

ରୀତା ନାମକ ଜଣେ ଫାଇନାନ୍ସ କର୍ମଚାରୀଙ୍କ ତ-ଣ୍ଟି କା-ଟି ତାଙ୍କ ମୁଣ୍ଡକୁ ଛେ-ଚି ହ-ତ୍ୟା କରା ଯାଇଥିଲା । କେହି ଦୁ-ର୍ବୃ-ତ୍ତ ଏଭଳି କରିଥିବା ଖବର ପ୍ରସାରିତ ହେବା ପରେ ଦେବଗଡରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏବେ କଥା ଉଠୁଛି କି ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଏଭଳି ହ-ତ୍ୟା-କା-ଣ୍ଡ ହୋଇଛି । ସ୍ଥାନୀୟ ଲୋକେ ଏନେଇ କଥା ହେଉଥିବା ବେଳେ ବର୍ତ୍ତମାନ ପୋଲିସ ରୀତାଙ୍କ ତଥାକଥିତ ପ୍ରେମିକଙ୍କୁ ଖୋଜିବାରେ ଲାଗିଛି ।

ମୃ-ତ ରୀତା ସାହୁଙ୍କ ବୟସ ମାତ୍ର 26 ବର୍ଷ ଓ ସେ ଭାରତ ଫାଇନାନ୍ସ ନାମକ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ସମ୍ବଲପୁର ଜିଲ୍ଲା କୁଚିନ୍ଦା ଥାନାରେ ତାଙ୍କ ଘର । ମାତ୍ର ଦେଢ ମାସ ପୂର୍ବରୁ ସେ ବୁର୍ଲା ଶାଖାକୁ ବଦଳି ହୋଇ ଆସିଥିଲେ । ଚାକିରିରେ ବଦଳି ହେବାସହ ତାଙ୍କ ମନ ବି କୁଆଡେ ବଦଳି ଯାଇଥିଲା । ପ୍ରେମିକଙ୍କୁ ନା ଫୋନ କରୁଥିଲେ ନା କଥା ହେଉଥିଲେ ।

ଶେଷରେ ଅଫିସ ଦୁଆରେ ଆସି ପହଞ୍ଚିଥିଲେ ପ୍ରେମିକ ଏବଂ ରାତି 11ଟାରେ ଯେତେବେଳେ ରୀତା ଅଫିସରୁ ବାହାରିଥିଲେ ତାଙ୍କୁ ପଛପଟୁ ମାଡି ବସିଥିଲେ । ପ୍ରେମିକାର ଧୋକା ସହି ନପାରି ଶେଷରେ ତାକୁ ଜୀବନରୁ ମା-ରି ଦେଇଥିଲା ପ୍ର-ତି-ଶୋ-ଧ ପରାୟଣ ପ୍ରେମିକ । ରୀତା ପ୍ରଥମେ ପାଟି କରିବା ଶୁଣି କିଛି ଲୋକ ଧାଇଁ ଆସିଥିଲେ ହେଲେ ସେତେବେଳକୁ ହ-ତ୍ୟା-କା-ଣ୍ଡ ଭିଆଇ ଫେରାର ହୋଇ ଯାଇଥିଲେ ଦୁର୍ବୃତ୍ତ ।

ରୀତାଙ୍କୁ ମେଡିକାଲ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ପଣ୍ଡାଲୋଇ ଅଞ୍ଚଳରେ ରହୁଥିବା ରୀତାଙ୍କ ପ୍ରେମିକକୁ ପୋଲିସ ଏବେ ଖୋଜାଖୋଜି କରୁଛି । ସେ ଧରାପଡିବା ପରେ ଯାଇ ସଂପୂର୍ଣ୍ଣ ସତ ସାମ୍ନାକୁ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।