ମାତ୍ର 2 ମିନିଟରେ ମୋତି ଭଳି ଚମକିବ କଳା ହଳଦିଆ ଦାନ୍ତ, ସହଜରେ ଘରେ ବନେଇ ପ୍ରୟୋଗ କରନ୍ତୁ ଏହି ଚମତ୍କାରୀ ଉପଚାର

ଅନେକ କାରଣ ଯୋଗୁଁ ଆମ ଦାନ୍ତ ହଳଦିଆ ପଡିବା ସହ ଅପରିଷ୍କାର ଦେଖାଯାଏ । ଯାହା ପ୍ରଭାବ ଆମ ବ୍ୟକ୍ତିତ୍ବ ଉପରେ ପଡିଥାଏ । ଆମେ କାହା ସହ ଖୋଲି କରି କଥା ହୋଇପାରି ନଥାଉ କି ହସି ପାରି ଥାଉ ନଥାଉ । ଆପଣ ଯଦି ନିଜ ଦାନ୍ତର କଳାପଣ କିମ୍ବା ହଳଦିଆ ପଣ ଦୂର କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଚମତ୍କାରୀ ଘରୋଇ ଉପଚାର । ଏହାର ପ୍ରୟୋଗ କଲେ ଆପଣଙ୍କ ଦାନ୍ତ ଦୁଇ ମିନିଟରେ ମୋତି ଭଳି ଚମକିବ ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ ଲବଙ୍ଗ । ଏଥିରେ ଆଣ୍ଟି-ବାୟୋଟିକ ତତ୍ତ୍ଵ ରହିଥାଏ ଯାହା ଦାନ୍ତକୁ ଧଳା କରିବା ସହ ଦାନ୍ତ ବ୍ୟଥା ଓ ଦାନ୍ତ କଷ୍ଟ ଭଳି ସମସ୍ଯାକୁ ଭଲ କରିଥାଏ । ଆପଣ 7-8ଟି ଲବଙ୍ଗ ନେଇ ତାକୁ ଭଲରେ କୁଟି ଗୁଣ୍ଡ ପ୍ରସ୍ତୁତ କରିଦିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ମାତ୍ର ଚିମୁଟାଏ ଲୁଣ । ଲବଙ୍ଗ ଗୁଣ୍ଡ ଓ ଲୁଣର ପ୍ରୟୋଗ ମାତ୍ରେ ହିଁ ଦାନ୍ତ ଧଳା ହେବା ଆରମ୍ଭ ହୋଇଯାଏ । ଏହା ଦାନ୍ତରେ ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା କରିଥାଏ ।

ହଳଦୀ ମଧ୍ୟ ଦାନ୍ତ ପାଇଁ ବେଶ ଲାଭଦାୟକ ହୋଇଥାଏ । ହଳଦୀରେ ରହିଥିବା ଔଷଧୀୟ ଗୁଣ ମଧ୍ୟ ଦାନ୍ତ ସଫା କରିବା ସହ ଅନେକ ଦାନ୍ତଜନିତ ରୋଗ ଭଲ କରିଥାଏ । ପ୍ରତିଦିନ କେବଳ ଅଳ୍ପ ହଳଦୀ ଗୁଣ୍ଡ ସହ ଏକ ଚାମୁଚ ନଡିଆ ତେଲ ମିଶାଇ ବ୍ରଶ କରିବେ ତେବେ ସେଥିରୁ ମଧ୍ୟ ଅନେକ ଫାଇଦା ମିଳିବ ।

ଉପଚାର ପ୍ରସ୍ତୁତ କରିବାକୁ ମଧ୍ୟ କେବଳ ଚିମୁଟାଏ ହଳଦୀ ଗୁଣ୍ଡର ଆବଶ୍ୟକ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଲେମ୍ବୁ ଯାହାକି ଦାନ୍ତ ପାଇଁ ବେଶ ଭଲ ହୋଇଥାଏ । ଲେମ୍ବୁରେ କିନ୍ତୁ ଅଧିକ ମାତ୍ରାରେ ଏସିଡ ରହିଥାଏ ତେଣୁ ଘରୋଇ ଉପଚାର ଗୁଡିକରେ ଯଦି ଲେମ୍ବୁର ପ୍ରୟୋଗ କରୁଛନ୍ତି ତେବେ ସେଥିରେ ନିହାତି ଭାବେ ଅଳ୍ପ ପାଣିର ମଧ୍ୟ ପ୍ରୟୋଗ କରନ୍ତୁ ।

କାରଣ ଏହାଦ୍ବାରା ଆପଣଙ୍କ ଦାନ୍ତର ଏନାମେଲ ବା ଦାନ୍ତର କ୍ୟାଲସିୟମ କମ୍ ହେବାର ସମ୍ଭାବନା ରହିଥାଏ । ଏବେ ନେଇଥିବା ସମସ୍ତ ସାମଗ୍ରୀରେ ଫାଳେ ଲେମ୍ବୁ ଚିପୁଡି ଦିଅନ୍ତୁ ଓ ଏକ ଚାମୁଚ ପାଣି ମିଶାନ୍ତୁ । ଏହାପରେ ଶେଷ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ ହେବ ଯାହା ହେଉଛି ଆପଣ ବ୍ୟବହାର କରୁଥିବା ଟୁଥପେଷ୍ଟ ।

ଯେତିକି ଟୁଥପେଷ୍ଟରେ ଆପଣ ପ୍ରତିଦିନ ଦନ୍ତ ଘଷନ୍ତି ସେତିକି ପରିମାଣର ଟୁଥପେଷ୍ଟ ଆପଣ ଏଥିରେ ନିଅନ୍ତୁ ଓ ସବୁ ସାମଗ୍ରୀଙ୍କୁ ଭଲଭାବେ ମିଶାଇ ଦିଅନ୍ତୁ । ଏବେ ଏହି ମିଶ୍ରଣରେ ଟୁଥ୍ ବ୍ରଶକୁ ବୁଡାଇ ଦୁଇ ମିନିଟ ଯାଏଁ ଭଲଭାବେ ଦାନ୍ତ ଘଷନ୍ତୁ । ଦେଖିବେ ଆପଣଙ୍କ ଦାନ୍ତ ଧୀରେ ଧୀରେ ସଫା ହେବାକୁ ଲାଗିବ ।

ଯଦି ଆପଣଙ୍କ ଦାନ୍ତ ହାଲୁକା ହଳଦିଆ କିମ୍ବା କଳା ପଡିଛି ତେବେ ସପ୍ତାହରେ ମାତ୍ର ଥରେ ଏହାର ବ୍ୟବହାର କରନ୍ତୁ ଓ ବହୁତ ଅଧିକ ହୋଇଥିଲେ ସପ୍ତାହରେ ଦୁଇଥର ବ୍ୟବହାର କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।