ପାଉଁଝି ଓ ଝୁଣ୍ଟିଆ ଏମିତି ପିନ୍ଧୁଛନ୍ତି କି ? ସ୍ଵାମୀଙ୍କ ଜୀବନରେ ମାଡି ଆସିବ ବିପଦ, ଛାରଖାର ହୋଇଯିବ ପୁରା ପରିବାର, ଜାଣନ୍ତୁ ପାଉଁଝି ଓ ଝୁଣ୍ଟିଆ ପିନ୍ଧିବାର ସଠିକ ନିୟମ

ଜ୍ଯୋତିଷ ଅନୁସାରେ ବିବାହିତ ମହିଳାମାନେ ପାଦରେ ପାଉଁଝି ଏବଂ ଝୁଣ୍ଟିଆ ପିନ୍ଧିବା ଦ୍ଵାରା ସକାରାତ୍ମକ ଊର୍ଜାର ଉତ୍ପନ୍ନ ହୋଇଥାଏ । କିନ୍ତୁ ଏହାର ଭୁଲ ବ୍ୟବହାର ଏହାର ବିପରୀତ ନକରାତ୍ମକ ଊର୍ଜା ସୃଷ୍ଟି କରିଥାଏ । ଯାହାର କୁପ୍ରଭାବ ବିବାହିତା ମହିଳାଙ୍କ ସହ ତାଙ୍କ ସ୍ଵାମୀ ଓ ପରିବାର ଉପରେ ମଧ୍ୟ ପଡିଥାଏ । ସେଥିପାଇଁ ଜ୍ଯୋତିଷ ଅନୁସାରେ ପାଉଁଝି ଓ ଝୁଣ୍ଟିଆ ପିନ୍ଧିବାର କିଛି ବିଶେଷ ନିୟମ ରହିଛି । ତେବେ ଚାଲନ୍ତୁ ଜାଣିବା ପାଉଁଝି ଓ ଝୁଣ୍ଟିଆ ପିନ୍ଧିବାର ସଠିକ ନିୟମ ।

ଜ୍ଯୋତିଷ ଅନୁସାରେ ବିବାହିତା ମହିଳାମାନେ ନିଜେ ବ୍ୟବହାର କରୁଥିବା ପାଉଁଝି ଓ ଝୁଣ୍ଟିଆ କୌଣସି ଚିହ୍ନା ଅଚିହ୍ନା ମହିଳାଙ୍କୁ ପିନ୍ଧିବାକୁ ଦିଅନ୍ତୁ ନାହିଁ । ନଚେତ ଏହାଦ୍ବାରା ସ୍ଵାମୀଙ୍କ ସ୍ୱାସ୍ଥ୍ୟ ଓ ଆୟୁଷ ଉପରେ କୁପ୍ରଭାବ ପଡିଥାଏ । ଏହା ସ୍ଵାମୀଙ୍କ ଚରିତ୍ର ଉପରେ ମଧ୍ୟ ପ୍ରଭାବ ପକାଇଥାଏ ଓ ଗୃହରେ କଳହ, ଅଶାନ୍ତି ଓ ଦୁର୍ଦ୍ଦଶାର ଆମନ୍ତ୍ରଣ କରିଥାଏ । ଏପରି ମଧ୍ୟ ମାନ୍ୟତା ଅଛି କି, ମହିଳା ପିନ୍ଧିଥିବା ପାଉଁଝିରୁ ଯଦି ଘୁଙ୍ଗୁର ଶବ୍ଦ ନ ବାହାରେ ତେବେ ତାକୁ ଅଶୁଭ ମାନାଯାଏ ।

ଭାଙ୍ଗି ଯାଇଥିବା ପାଉଁଝି ଓ ଝୁଣ୍ଟିଆ ଏବଂ ଘୁଙ୍ଗୁର ଝଡି ପଡିଥିବା ପାଉଁଝି ତୁରନ୍ତ ବଦଳାଇ ଦେବା ଉଚିତ । ପାଉଁଝି ଓ ଝୁଣ୍ଟିଆ ଭାଙ୍ଗିବା ବା ଛିଣ୍ଡିବା ଦ୍ଵାରା ନକରାତ୍ମକ ଊର୍ଜାକୁ ବୃଦ୍ଧି କରିଥାଏ । ଘୁଙ୍ଗୁରର ଶବ୍ଦ ସକାରାତ୍ମକ ଊର୍ଜା ଉତ୍ପନ୍ନ କରିଥାଏ । ଫଳରେ ମା ଲକ୍ଷ୍ମୀଙ୍କ ଶୁଭ ଦୃଷ୍ଟି ପଡିବ ସହ ଗୃହରେ ଉନ୍ନତି ଦେଖା ଦେଇଥାଏ ।

ଯଦି ଆପଣ କେଉଁଠି ପାଉଁଝି କିମ୍ବା ଝୁଣ୍ଟିଆ ପଡିଥିବାର ଦେଖାଯାଏ ତେବେ ତାହା କେବେବି ଘରକୁ ଆଣନ୍ତୁ ନାହିଁ । ଏହାଦ୍ବାରା ଘରକୁ ନକରାତ୍ମକ ଊର୍ଜାର ଆଗମନ ହୋଇଥାଏ । ଏଥିରେ ତନ୍ତ୍ରମନ୍ତ୍ର ମଧ୍ୟ ହୋଇଥାଇ ପାରେ । ତେଣୁ ଏଭଳି ପାଉଁଝି ଭୁଲରେ ଘରକୁ ଆଣନ୍ତୁ ନାହିଁ । ନବ ବିବାହିତା ନାରୀ ଘରର ଲକ୍ଷ୍ମୀ ସଦୃଶ ହୋଇଥାନ୍ତି । ଏମାନେ ଷୋହଳ ଶୃଙ୍ଗାରରେ ସଜେଇ ହୋଇ ରହିବା ଉଚିତ ।

ମଥା ସିନ୍ଦୁର ଠାରୁ ଆରମ୍ଭ କରି ପାଦ ପାଉଁଝି ଓ ଝୁଣ୍ଟିଆ ପର୍ଯ୍ୟନ୍ତ ସବୁ ଷୋହଳ ଶୃଙ୍ଗାରର ଏକ ଅଂଶ । ଏହାଦ୍ବାରା ମହିଳାଙ୍କ ସୁନ୍ଦରତା ବୃଦ୍ଧି ପାଇଥାଏ ଏବଂ ପାଉଁଝିର ଧ୍ୱନି ପୁରୁଷଙ୍କୁ ବେଶ ଆକର୍ଷିତ କରିଥାଏ । ଯୁଗ ଯୁଗ ଧରି ମହିଳାମାନେ ପାଦରେ ପାଉଁଝି ଓ ଝୁଣ୍ଟିଆ ପିନ୍ଧିବାର ପରମ୍ପରା ରହିଛି ।

ମାନ୍ୟତା ଅନୁସାରେ କି, ପାଦରେ ପାଉଁଝି ଓ ଝୁଣ୍ଟିଆ ପିନ୍ଧିବା ଦ୍ଵାରା ଦେହର ହାଡ ଏବଂ ଶିରାପ୍ରଶିରା ସହ ଗର୍ଭାଶୟ ମଧ୍ୟ ମଜବୁତ ହୋଇଥାଏ । ଏହାଦ୍ବାରା ମହିଳାଙ୍କର ନିୟମିତ ମାସିକ ଧର୍ମ ହେବା ସହ ଶରୀର ସୁସ୍ଥ ରୁହେ । କିନ୍ତୁ ସେହି ପାଉଁଝି ଏବଂ ଝୁଣ୍ଟିଆ ରୂପାର ହେବା ଆବଶ୍ୟକ । ଝୁଣ୍ଟିଆ ପାଦର ଦ୍ଵିତୀୟ ଆଙ୍ଗୁଳିରେ ଟାଇଟ ଭାବେ ପିନ୍ଧିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ରୂପାର ଧାତୁ ତତ୍ତ୍ଵ ଦେହରେ ଘଷି ହୋଇ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ଓ ହାଡକୁ ମଜବୁତ କରିଥାଏ । ରୂପା ଧାତୁ ଶୀତଳ ହେବାସହ ଚନ୍ଦ୍ରଙ୍କ କାରକ ହୋଇଥିବାରୁ ରୂପା ପାଉଁଝି ଓ ଝୁଣ୍ଟିଆ ପିନ୍ଧିବା ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।