ଦୀପ ଓ ଧୂପ କିପରି ଲଗାଇଲେ ଦରିଦ୍ରତା ବୃଦ୍ଧି ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ପୂଜାବିଧି ସମ୍ବନ୍ଧିତ ଖାସ୍ ନିୟମ

ଠାକୁର ପୂଜା କରିବା ଦ୍ଵାରା ଆମକୁ ସୁଖଶାନ୍ତି ପ୍ରାପ୍ତ ହେବାସହ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୁଏ । ତେଣୁ ଠାକୁର ପୂଜା ସମ୍ବନ୍ଧିତ କିଛି ମହତ୍ବପୂର୍ଣ୍ଣ କଥା ଆସନ୍ତୁ ଜାଣିବା । ଗଣେଶଙ୍କୁ ତୁଳସୀ ପତ୍ର ଅପ୍ରିୟ ହୋଇଥାଏ, ତେଣୁ ଭଗବାନ ଗଣେଶଙ୍କ ପୂଜାରେ ତୁଳସୀ ପତ୍ର ବ୍ୟବହାର କରନ୍ତୁ ନାହିଁ । ବିନା ସ୍ନାନ କରି ତୁଳସୀ ପତ୍ର ତୋଳିଲେ ଦେବତାମାନେ ତାହା ସ୍ଵୀକାର କରନ୍ତି ନାହିଁ । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ରବିବାର ଦିନ ଦୁବଘାସ ଛିଣ୍ଡାନ୍ତୁ ନାହିଁ, ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ କେତକୀ ପୁଷ୍ପ ମହାଦେବଙ୍କ ପୂଜାରେ ଲାଗି ନଥାଏ ।

କାର୍ତ୍ତିକ ମାସରେ କେତକୀ ଫୁଲ ଦ୍ଵାରା ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ମଙ୍ଗଳକାରୀ ହୋଇଥାଏ । ଠାକୁରଙ୍କ ସାମ୍ନାରେ ଜଳୁଥିବା ଦୀପ କେବେବି ଲିଭାଇବା ଉଚିତ ନୁହେଁ, ଏହା ଅତ୍ୟନ୍ତ ଅମଙ୍ଗଳକାରୀ ହୋଇଥାଏ । ସ୍ଥାପିତ ହୋଇଥିବା ମୂର୍ତ୍ତିଙ୍କର ଆବାହନ କିମ୍ବା ବିସର୍ଜନ ହୋଇ ନଥାଏ ଏବଂ ଶାଳଗ୍ରାମର ମଧ୍ୟ ଆବାହନ କି ବିସର୍ଜନ ହୋଇ ନଥାଏ ।

ମଧ୍ୟାହ୍ନ ପରେ କେବେବି ତୁଳସୀ ପତ୍ର ବ୍ୟବହାର କରିବା ଉଚିତ ନୁହେଁ ଏହାଦ୍ବାରା ମାତା ବୃନ୍ଦାବତୀ ଅସନ୍ତୋଷ ହୋଇଥାନ୍ତି । ପୂଜା କରୁଥିବା ବେଳେ ଯଦି ଜ୍ୟେଷ୍ଠ ବ୍ୟକ୍ତି ଓ ଗୁରୁଜନ ଆସନ୍ତି ତେବେ ତାଙ୍କୁ ପ୍ରଣାମ କରିବା ପରେ ପୂଜା କାର୍ଯ୍ୟ ସମାପନ କରିବା ଦ୍ଵାରା ମଙ୍ଗଳ ହୋଇଥାଏ ।

ମାଟି ମୂର୍ତ୍ତିର ଆବାହନ ଓ ବିସର୍ଜନ ହୋଇଥାଏ ଏବଂ ପୂଜା ସାରିବା ପରେ ବିଧି ଅନୁଯାୟୀ ନଦୀରେ ବିସର୍ଜନ କରିବା ଉଚିତ ହୋଇଥାଏ । ପଦ୍ମଫୁଲକୁ 5 ରାତି, ବେଲପତ୍ରକୁ 10 ରାତି ଏବଂ ତୁଳସୀ ପତ୍ରକୁ 11 ରାତି ପର୍ଯ୍ୟନ୍ତ ଶୁଦ୍ଧ କରି ପୂଜା କାର୍ଯ୍ୟରେ ଲଗା ଯାଇପାରେ ।

ପଞ୍ଚାମୃତ ପାଇଁ ଯଦି ସମସ୍ତା ଜିନିଷ ନମିଳେ ତେବେ କେବଳ କଞ୍ଚା କ୍ଷୀର ଦ୍ଵାରା ଠାକୁରଙ୍କୁ ସ୍ନାନ କରିବା ମଧ୍ୟ ପଞ୍ଚାମୃତ ସହ ସମାନ ହୋଇଥାଏ । ଶାଳଗ୍ରାମ ଉପରେ ଅକ୍ଷତ ଚଢାଯାଇ ନଥାଏ, କିନ୍ତୁ ଲାଲରଙ୍ଗ ମିଶ୍ରିତ ଚାଉଳ ଚଢାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

ତମ୍ବା ପତ୍ରରେ ଚନ୍ଦନ ଘୋରି ରଖିବା ଦ୍ଵାରା ତାହା ଅପବିତ୍ର ହୋଇଥାଏ ଓ ଚର୍ମ ପାତ୍ରରେ ଗଙ୍ଗାଜଳ ରଖିବା ମଧ୍ୟ ଅପବିତ୍ର ହୋଇଥାଏ । ତରଳି ଯାଇଥିବା ଠାକୁର ପୂଜାରେ ଲଗାଇବା ଅନୁଚିତ ଏବଂ ଅତି ପତଳା ଚନ୍ଦନ ମଧ୍ୟ ଠାକୁର ପୂଜାରେ ଲଗା ଯାଏନାହିଁ । ଠାକୁର ପୂଜା ସମୟରେ ଗୋଟିଏ ଦୀପରୁ ଅନ୍ୟ ଦୀପ କିମ୍ବା ଧୂପ ଲଗାଇବା ଉଚିତ ନୁହେଁ, ଏହାଦ୍ବାରା ଘରେ ଦାରିଦ୍ୟତା ଦେଖା ଦେଇଥାଏ ଏବଂ ରୋଗଗ୍ରସ୍ତ ହେବାକୁ ପଡିଥାଏ ।

ଦକ୍ଷିଣ ଦିଗକୁ ମୁଖକରି ଦୀପ ରଖିବା ଉଚିତ ନୁହେଁ ଏବଂ ଦୀପରୁ ଧୂପକାଠି ଲଗାଇବା ଦ୍ଵାରା ଦରିଦ୍ରତା ବଢିଥାଏ । ଠାକୁର ପୂଜା ବେଳେ ଉଭୟ ଡାହାଣ ଓ ବାମ ପାର୍ଶ୍ଵରେ ଦୀପ ରଖିବା ମଙ୍ଗଳକାରୀ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।