ମ୍ଯାଚ ହାରିବା ପରେ ପାକିସ୍ତାନ ଟିମ୍ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ Imran Khan, ରାଗିକି କହି ଦେଲେ କିଛି ଏମିତି କଥା କି ଲୋକ କରୁଛନ୍ତି ଟ୍ରୋଲ

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ପାକିସ୍ତାନ ଟିମ୍ ଖୁବ ଭଲ ପ୍ରଦର୍ଶନ କରି ସେମି ଫାଇନାଲରେ ପହଞ୍ଚି ପାରିଥିଲା । ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ କଡା ମୁକାବିଲା ବି ଦେଇଥିଲା । କିନ୍ତୁ ମ୍ଯାଚ ଶେଷକୁ ବାଜି ପାଲଟାଇ ଦେଇଥିଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମେଥ୍ଯୁ ୱେଡ । ଏହାପରେ ପାକିସ୍ତାନର ଫାଇନାଲକୁ ଯିବାର ସ୍ଵପ୍ନ ଭାଙ୍ଗି ଯାଇଥିଲା । ଏଥିପାଇଁ ବିଭିନ୍ନ ମହଲରୁ ବିଭିନ୍ନ ମତ ଶୁଣିବାକୁ ମିଳୁଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ଇମରାନ ଖାନ ଯାହା କହିଛନ୍ତି ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ସେମି ଫାଇନାଲ ମ୍ଯାଚ ଆରମ୍ଭରେ ଅଷ୍ଟ୍ରେଲିଆ ଅଧିନାୟକ ଫିଞ୍ଚ ଟସ୍ ଜିତି ପ୍ରଥମେ ବୋଲିଂ ନେଇଥିଲେ । କିନ୍ତୁ ତାଙ୍କ କଳ୍ପନା ବାହାରେ ବାବର ଆଜମ ଓ ରିଜୱାନ ପ୍ରାୟ ୧୦ ଓଭର ପର୍ଯ୍ୟନ୍ତ ୱିକେଟ ପଡିବାକୁ ଦେଇ ନଥିଲେ । ସେପଟେ ୭୦-୮୦ ରନ୍ ଅଧିକ କରି ଦେଇଥିଲେ । କିନ୍ତୁ ଏହାପରେ ବାବର ଆଉଟ ହେବା ପରେ ସୋଏବ ମଲିକଙ୍କ ଠାରୁ ଆରମ୍ଭ କରି ଆସିଫ ଅଲ୍ଲୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ୱିକେଟ ପଡି ସାରିଥିଲା । ତଥାପି ପାକିସ୍ତାନ ଟିମ୍ ଅଷ୍ଟ୍ରେଲିଆ ଆଗରେ ୧୭୭ ରନ୍ ର ଲକ୍ଷ୍ୟ ରଖିଥିଲା ।

ଯାହା ଏକ ସେମି ଫାଇନାଲ ମ୍ଯାଚ ପାଇଁ ଖୁବ୍ ଅଧିକ ଥିଲା । କିନ୍ତୁ ମେଥ୍ଯୁ ୱେଡଙ୍କ ଚମତ୍କାରୀ ବ୍ୟାଟିଂ ଏବଂ ହାସନ ଅଲ୍ଲୀଙ୍କ ଗୋଟିଏ ଭୁଲ୍ ଯୋଗୁଁ ଅଷ୍ଟ୍ରେଲିଆ ହାରୁଥିବା ମ୍ଯାଚ ମଧ୍ୟ ଜିତି ଯାଇଥିଲା ଓ ପାକିସ୍ତାନକୁ ବିଶ୍ଵକପ୍ ର ବାହାରକୁ ରାସ୍ତା ଦେଖାଇ ଦେଇଥିଲା । କିନ୍ତୁ ଏହାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଟ୍ବିଟ କରି କହିଥିଲେ କି, “ପାକିସ୍ତାନ ଟିମ୍ ର ସବୁ ଖେଳାଳି ମୁଁ ବୁଝି ପାରୁଛି କି ତୁମେମାନେ କେମିତି ଅନୁଭବ କରୁଥିବ । ମୁଁ ବି କ୍ରିକେଟ ଖେଳିଛି ଓ ଟିମ୍ ଭାବେ ଅନେକ ଥର ଅସଫଳତାର ସାମନା ମଧ୍ୟ କରିଛୁ ।

ତୁମେମାନେ ଚଳିତ ଟୁର୍ଣ୍ଣାମେଣ୍ଟରେ ଖୁବ ଭଲ ପ୍ରଦର୍ଶନ କରିଛ ଓ ସେଥିପାଇଁ ତୁମେମାନେ ଗର୍ବିତ ହେବା ଆବଶ୍ୟକ । କିନ୍ତୁ ମୁଁ ଅଷ୍ଟ୍ରେଲିଆ ଟିମ୍ କୁ ଶୁଭେଚ୍ଛା ଜଣାଇବାକୁ ଚାହିଁବି, ସେମାନେ ସତରେ ଖୁବ ଭଲ ଖେଳିଛନ୍ତି ଓ ଫାଇନାଲ ଖେଳିବା ପାଇଁ ପାକିସ୍ତାନ ଠାରୁ ଅଧିକ ଯୋଗ୍ୟ ଅଟନ୍ତି ।” ତେବେ ଏହି ଟ୍ବିଟ କରିବା ପରେ ଇମରାନ ନିଜେ ହିଁ ଟ୍ରୋଲ ହେଉଛନ୍ତି । ସେ ଯେଉଁ ପ୍ରକାର ନିଜ ଟିମ୍ ର ବେଇଜ୍ଜତ କରିଛନ୍ତି ଓ ନିଜେ କହୁଛନ୍ତି କି ଅସଫଳତାର ସାମନା କରିଛନ୍ତି ।

ଏହାକୁ ନେଇ ୟୁଜର୍ସ ମାନେ ତାଙ୍କ ଟ୍ବିଟରେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ତେବେ ଏଥର ଯଦି ପାକିସ୍ତାନ ଓ ଇଣ୍ଡିଆ ଆମନା ସାମନା ହୁଅନ୍ତି ତେବେ କେଉଁ ଦେଶ ମ୍ଯାଚ ଜିତିବ ବୋଲି ଆପଣ ଭାବୁଛନ୍ତି ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।