ମଟନ ଖାଇବାପରେ ଭୁଲରେ ବି କରନ୍ତୁ ନାହିଁ ଏହାର ସେବନ ନହେଲେ ଯାଇପାରେ ଆପଣଙ୍କ ଜୀବନ

ଖାଇବା ପିଇବାରେ ସମସ୍ତଙ୍କର ପସନ୍ଦ ଅଲଗା ଅଲଗା ହୋଇଥାଏ । କାହାକୁ ଶାକାହାରି ଓ କାହାକୁ ମାଂସାହାରି ଖାଇବାକୁ ପସନ୍ଦ । କେତେକ ଲୋକଙ୍କୁ ଏହି ଦୁଇଟି ଖାଇବା ଖାଇବାକୁ ଭଲ ଲାଗେ । ଯେଉଁମାନେ ମାଂସାହାରି ହୋଇଥାନ୍ତି ତାଙ୍କୁ ମଟନ ଖାଇବାକୁ ବହୁତ ଭଲ ଲାଗେ । ଦୁନିଆରେ ମଟନ ଖାଇବା ଲୋକଙ୍କ ସଂଖ୍ୟା ବହୁତ ଅଟେ । ମାଂସାହାରି ଖାଉଥିବା ଲୋକମାନେ ୨ କିମ୍ବା ୩ ଦିନକୁ ଥରେ ଆମିଷ ଖାଇଥାନ୍ତି । ଏହା ଖାଇବା ଦ୍ଵାରା ଶରୀରକୁ ଲାଭ ମିଳିଥାଏ ।

କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାକୁ ମଟନ ଖାଇବା ପରେ ଖାଇବା ଉଚିତ ନୁହେଁ । କୁହାଯାଏ କି ମଟନ ଖାଇବା ପରେ ଏହି ଜିନିଷ ଗୁଡିକୁ ଖାଇଲେ ମଣିଷର ଜୀବନ ମଧ୍ୟ ଚାଲିଯାଏ । ଯଦି ଆପଣ ମାଂସାହାରି ଅଟନ୍ତି ଓ ଆପଣଙ୍କୁ ମଟନ ଖାଇବାକୁ ଭଲ ଲାଗେ ତେବେ ଆସନ୍ତୁ ଜାଣିବା ମଟନ ଖାଇବା ପରେ କେଉଁ କେଉଁ ଜିନିଷ ସେବନ କଲେ ଜୀବନ ଚାଲି ଯାଇପାରେ ।

ମହୁର ସେବନ

ମଟନ ଖାଇବା ପରେ ମହୁ ଖାଇବା କଥା ନୁହେଁ । କାରଣ ମହୁ ଗରମ ହୋଇଥାଏ ଓ ମଟନ ମଧ୍ୟ ବହୁତ ଗରମ ହୋଇଥାଏ । ଯଦି ଆପଣ ମଟନ ସହ ଏହାର ସେବନ କରିବେ ତେବେ ଶରୀରକୁ ବହୁତ ହାନି ହୋଇଥାଏ ।

କ୍ଷୀର

ମଟନ ଖାଇବା ପରେ କିମ୍ବା ପୂର୍ବରୁ କ୍ଷୀରର ସେବନ କରିବା ଉଚିତ ନୁହଁ । କ୍ଷୀରରେ ଆଣ୍ଟି ବାୟୋଟିକ ରହିଥାଏ, ଯାହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ । ଚିକେନ, ମଟନ, ଓ ମାଛ ଖାଇବା ପୂର୍ବରୁ କେବେ କ୍ଷୀର ପିଇବା ଉଚିତ ନୁହେଁ । ଏହା ଦ୍ଵାରା ଶରୀରରେ ଧଳା ଦାଗ ହୋଇଯାଏ ।

କିଛି କାମ ଅଛି ଯାହା ଆପଣଙ୍କୁ ଖାଇବା ପରେ କରିବା ଉଚିତ ନୁହେଁ । ଆସନ୍ତୁ ଆମେ ଜାଣିବା କଣ ଅଟେ ସେହି ଦୁଇଟି କାମ ।

କିଛି ଲୋକଙ୍କୁ ଖାଇବାପରେ ଚା ପିଇବାର ଅଭ୍ୟାସ ରହିଥାଏ । ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଏହା ଏକ ଖରାପ ଅଭ୍ୟାସ ଅଟେ । ଏହା ଦ୍ଵାରା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । କିଛି ଲୋକଙ୍କୁ ଖାଇବାପରେ ଶୋଇବାର ଅଭ୍ୟାସ ଥାଏ । ଏହା ମଧ୍ୟ ଏକ ଖରାପ ଅଭ୍ୟାସ ଅଟେ । ଏହା ଦ୍ଵାରା ଛାତିରେ ଯନ୍ତ୍ରଣା ହୋଇଥାଏ ।