ନିର୍ଭାୟା କେସ : ଚାରି ଜଣ ଦୋଷୀଙ୍କର ଡେଥ ୱାରେଣ୍ଟ ଜାରି, ୨୨ ଜାନୁୟାରୀରେ ଫାସି

ଦେଶର ରାଜଧାନୀ ଦିଲ୍ଲୀରେ ୧୬ ଡିସେମ୍ବର ୨୦୧୨ରେ ହୋଇଥିବା ନିର୍ଭୟା ମାମଲାରେ ଚାରି ଜଣ ଦୋଷୀଙ୍କର ଡେଥ ୱାରେଣ୍ଟ ଜାରି କରି ଦିଆଯାଇଛି । ପଟିୟାଲା ହାଉସ ଅଦାଲତ ଫାସି ପାଇଁ ୨୨ ଜାନୁୟାରୀ, ୨୦୨୦ର ତାରିଖ ସକାଳ ୭ ଟା ସମୟରେ ସମୟ ଧାର୍ଯ୍ୟ କରିଛନ୍ତି । କିନ୍ତୁ ସେମାନେ ଏହି ୧୪ ଦିନ ମଧ୍ୟରେ ଫାସି ବିରୁଦ୍ଧରେ ଆବେଦନ ପତ୍ର ଓ କ୍ୟୁରେଟିବ ପିଟିଶନ ଦାଖଲ କରି ପାରିବେ ।

ନିର୍ଭୟାଙ୍କର ମା’ ପଟିୟାଲା ହାଉସ ଅଦାଲତରେ ଆବେଦନ ପତ୍ର ଦେଇ ପ୍ରାର୍ଥନା କରିଥିଲେ କି ଜଲ୍ଦି ରୁ ଜଲ୍ଦି ଚାରି ଜଣ ଦୋଷୀଙ୍କ ପାଇଁ ଡେଥ ୱାରେଣ୍ଟ ଜାରି କରାଯାଉ । ଗ୍ୟାଙ୍ଗରେପ ଓ ହତ୍ୟା ମାମଲାରେ ଅଦାଲତ ଅକ୍ଷୟ, ପବନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂହକୁ ପୂର୍ବରୁ ହିଁ ଦୋଷୀ କରି ସାବ୍ୟସ୍ତ କରିଛି । କୋର୍ଟ ରୁମରେ ଥିବା ବରିଷ୍ଠ ପତ୍ରକାର ସୁଚିତ୍ର ମୋହଂତୀ କହିଲେ କି ଅଦାଲତ ଭିଡିଓ କନ୍ଫ୍ରେଂସିଂଗ ମାଧ୍ୟମରେ ଦୋଷୀମାନଙ୍କର ପକ୍ଷ ଶୁଣିଲେ ।

ଏହି ସମୟରେ ମିଡିଆକୁ ଭିଡିଓ କନ୍ଫ୍ରେଂସିଂଗ ରୁମରୁ ବାହାରକୁ ଯିବା ପାଇଁ କୁହାଗଲା । ଦୋଷୀମାନଙ୍କର ଓକିଲ ଏ.ପୀ. ସିଂହ କହିଲେ କି ସେ ଏହି ନିଷ୍ପତି ବିରୁଦ୍ଧରେ ସୁପ୍ରିମ କୋର୍ଟରେ କ୍ୟୁରେଟିବ ପିଟିଶନ ଦାଖଲ କରିବେ । ନିର୍ଭାୟାଙ୍କର ମା’ ଆଶା ଦେବୀଙ୍କର କହିବା ଅଟେ କି ସେ ସାତ ବର୍ଷ ହେବ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ଅପେକ୍ଷା କରିଥିଲେ । ସେ ଆଗକୁ କହିଲେ କି, “ମୋ ଝିଅକୁ ନ୍ୟାୟ ମିଳିଲା ।ଚାରି ଜଣ ଦୋଷୀଙ୍କୁ ଫାସି ମିଳିବା ଦ୍ଵାରା ଦେଶର ମହିଳାମାନଙ୍କୁ ଶକ୍ତି ମିଳିବ । ଏହି ନିଷ୍ପତି ଦ୍ଵାରା ଲୋକମାନଙ୍କର ନ୍ୟାୟପାଳିକା ଉପରେ ଆହୁରି ବି ବିଶ୍ଵାସ ମଝବୁତ ହେବ ।“

ଏହା ପୂର୍ବରୁ ଡିସେମ୍ବରରେ ସୁପ୍ରିମ କୋର୍ଟର ଜସ୍ଟିସ ଆର. ଭାନୁମତିଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ସଦସ୍ୟ ପୀଠ ଦୋଷୀ ଅକ୍ଷୟ କୁମାରର ପୁନର୍ବିଚାର ର ଆବେଦନ ପତ୍ରକୁ ଖାରଜ କରି କହିଥିଲେ କି, ‘ଦୋଷୀର ଦୋଷ ପ୍ରମାଣିତ ହୋଇ ସାରିଛି । ଅକ୍ଷୟ କୁମାର ଆବେଦନକୁ ଆମେ ଖାରଜ କରୁଛୁ । ତାଙ୍କର ଆବେଦନ ପତ୍ରକୁ ପୁଣି ଥରେ ବିଚାର କରିବା ଭଳି କିଛି ବି ନାହିଁ ।”

କଣ ଅଟେ ପୁରା ମାମଲା ?

୧୬ ଡିସେମ୍ବର ୨୦୧୨ ରାତିରେ ରାଜଧାନୀ ଦିଲ୍ଲୀରେ ୨୩ ବର୍ଷର ଏକ ମେଡିକାଲ ଛାତ୍ରୀ ସହ ୬ ଜଣ ପୁରୁଷ ଚାଲୁଥିବା ବସରେ ଗ୍ୟାଙ୍ଗରେପ କରିଥିଲେ । ଚାରି ଜଣ ଦୋଷୀମାନଙ୍କ ଛଡା ଏକ ପ୍ରମୁଖ ଆରୋପି ରାମ ସିଂହ ଟ୍ରାୟଲ ସମୟରେ ହିଁ ତିହାଡ ଜେଲରେ ଆତ୍ମହତ୍ୟା କରିଥିଲା । ଅନ୍ୟ ଏକ ଅନ୍ୟ ଆପରାଧୀ, ଯିଏ ଘଟଣା ସମୟରେ ନାବାଳକ ପ୍ରମାଣିତ ହୋଇଥିଲା, ତାକୁ ସୁଧାରଗୃହ ପଠାଇ ଦିଆ ଯାଇଥିଲା ।

ବର୍ଷ ୨୦୧୫ରେ ତାକୁ ସୁଧାରଗୃହରୁ ଛାଡି ଦିଆ ଯାଇଥିଲା । ଏହି ଅପରାଧୀର ନାମ ଜାହିର କରାଯାଇ ପାରିବ ନାହିଁ । ଏହାକୁ ଅଗଷ୍ଟ ୨୦୧୩ରେ ତିନି ବର୍ଷ ସୁଧାରଗୃହରେ ରହିବା ପାଇଁ ଦଣ୍ଡ ଦିଆ ଯାଇଥିଲା । ବର୍ତ୍ତମାନ ଏହି ଅପରାଧୀ ବୟସ୍କ ହୋଇ ଯାଇଛି, କିନ୍ତୁ ଠିକ ହୋଇଥିବା ନିୟମ ଅନୁସାରେ ତାହାର ଦଣ୍ଡ ପୁରା ହୋଇ ସାରିଛି । ବର୍ତ୍ତମାନ ସେ ଏକ ଚ୍ୟାରିଟି ସଂସ୍ଥା ସହ ଅଛି କାରଣ ବାହାରେ ତାହାର ସୁରକ୍ଷାକୁ ଡର ଅଛି ।