କ୍ରିକେଟ ରେ ଯଦି ଅମ୍ପାୟର ଭୁଲ ନିର୍ଣ୍ଣୟ ଦେଇଥାଏ, ତେବେ ଅମ୍ପାୟରକୁ କଣ ଦଣ୍ଡ ମିଳିଥାଏ, ଜାଣନ୍ତୁ

ସାଧାରଣତଃ ସବୁ ଭାରତୀୟ କ୍ରିକେଟ ଦେଖିବା ପାଇଁ ଭଲ ପାଆନ୍ତି । ହେଲେ ଆପଣ ମାନେ କଣ ଜାଣିଛନ୍ତି କ୍ରିକେଟ ରେ ଯଦି ଅମ୍ପାୟର ଭୁଲ ନିର୍ଣ୍ଣୟ ନେବ, ତେବେ ଅମ୍ପାୟରକୁ କଣ ଶାସ୍ତି ମିଳିବ । ଆଇସିସି ଦ୍ଵାରା ନିର୍ଦ୍ଧାରିତ ହୋଇଥିବା ସବୁ ଅମ୍ପାୟର ଯିଏ ଅଲଗା ଅଲଗା ଦେଶରେ ଆୟୋଜିତ ହେଉଥିବା ଚମ୍ପିୟାନ ଟ୍ରୋଫି, ବିଶ୍ଵ କପ ଟେଷ୍ଟ, ଏକଦିବସୀୟ ଓ ଟି 20ରେ ଅମ୍ପ୍ୟାରିଂ କରିଥାନ୍ତି ସେମାନେ ସମସ୍ତେ ପ୍ରଶିକ୍ଷିତ ଅମ୍ପାୟର ହୋଇଥାନ୍ତି । ଅଧିକାଂଶ ତ ପୂର୍ବ ଖେଳାଳିମାନେ ହିଁ ଅମ୍ପ୍ୟାରିଂ କରନ୍ତି ।

କିନ୍ତୁ ଭୁଲ ତ ମଣିଷ ଦ୍ଵାରା ହିଁ ହୋଇଥାଏ । ଆଇସିସି ଅମ୍ପାୟରମାନଙ୍କର ନିର୍ଣ୍ଣୟ ଦକ୍ଷତାକୁ ବଢେଇବା ପାଇଁ ପଏଣ୍ଟ ସିଷ୍ଟମ କରିଛି ଯାହା ଅନୁସାରେ ଯଦି କୌଣସି ଅମ୍ପାୟର ଭୁଲ ନିସ୍ପତି ନେଇଥାଏ ତେବେ ସେଥିପାଇଁ ସମ୍ବନ୍ଧିତ ଅମ୍ପାୟର ର କିଛି ପଏଣ୍ଟ କଟା ଯାଇଥାଏ ।

ଏହି ପ୍ରକାରରେ ଯଦି ଗୋଟିଏ ବର୍ଷରେ ଅଧିକାଂଶ ଥର ଏହା ହୋଇଥାଏ, ତେବେ ଏକ ନିର୍ଦ୍ଧାରିତ ଅବଧି ପାଇଁ ସେହି ଅମ୍ପାୟରକୁ ଅମ୍ପ୍ୟାରିଂ କରିବାକୁ ଦିଆ ଯାଇନଥାଏ । ଏହିପରି ଭାବରେ ଅମ୍ପାୟରମାନଙ୍କୁ ଭୁଲ ନିସ୍ପତି ପାଇଁ ଶାସ୍ତି ମିଳିଥାଏ ।