ମେହେନ୍ଦି ଦ୍ଵାରା ଚୁଟିକୁ କଳା କରିବାର ସଠିକ ଉପାୟ ବିଷୟରେ ୯୯ % ଲୋକମାନେ ଜାଣି ନାହାନ୍ତି, ଆପଣ ଏବେ ହିଁ ଜାଣି ନିଅନ୍ତୁ

ଏଥିରେ କୌଣସି ସନ୍ଦେହ ନାହିଁ କି ସୁନ୍ଦର ଓ ଚମକଦାର ଚୁଟି ନାରୀର ସୁନ୍ଦରତାକୁ ଦ୍ଵିଗୁଣିତ କରିଦିଏ । ପୁରାତନ ସମୟରେ ଚୁଟିର ଦେଖାଶୁଣା କରିବା ପାଇଁ ମହିଳାମାନେ ବିଭିନ୍ନ ପ୍ରକାରର ଉପାୟ କରୁଥିଲେ । ଯେଉଁଥିରେ ଚୁଟି ବାସ୍ତବରେ କଳା, ଘନ, ମଝବୁତ ଓ ଚମକଦାର ରହୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ ସମସ୍ତେ ବିଭିନ୍ନ ପ୍ରକାରର ସାମ୍ପୋ ଓ ଅନ୍ୟ କେତେକ ଜିନିଷ ଚୁଟିର ଦେଖାଶୁଣା ପାଇଁ ବ୍ୟବହାର କରୁଛନ୍ତି ।

ଏହା ଦ୍ଵାରା ଚୁଟିକୁ ପୋଷକ ତତ୍ଵ ମିଳିନଥାଏ ଓ ସମୟ ପୂର୍ବରୁ ହିଁ ଝଡିବାକୁ ଲାଗିଥାଏ । ଏହା ସହିତ ଚୁଟି ଧଳା ବି ହେବାକୁ ଲାଗେ । ବୟସ ବଢିବା ସହିତ ଚୁଟି ଧଳା ହେବା ସ୍ଵାଭାବିକ ଅଟେ । କିନ୍ତୁ କମ ବୟସରେ ଚୁଟି ଧଳା ହୋଇଯିବା ଦ୍ଵାରା ବ୍ୟକ୍ତିତ୍ଵର ଆକର୍ଷଣ କମ ହୋଇଯାଏ । କହିବାକୁ ଗଲେ ଚୁଟି ଆମର ସୁନ୍ଦରତାକୁ ଦ୍ଵିଗୁଣିତ କରିଥାଏ ସେଥିପାଇଁ ସମସ୍ତେ ଚାହାନ୍ତି କି ତାଙ୍କର ଚୁଟି ସବୁବେଳେ ସୁନ୍ଦର, କଳା ଓ ଘନ ରହିଥାଉ ।

କିନ୍ତୁ ଫ୍ୟାସନ ଚକ୍କରରେ ଲୋକମାନେ ଆଜିକାଲି ବଜାରରେ ମିଳୁଥିବା କେମିକାଲ ଯୁକ୍ତ ସାମ୍ପୋ ଓ ତେଲର ବ୍ୟବହାର କରୁଛନ୍ତି । ଯାହା ଦ୍ଵାରା ସେମାନଙ୍କର ଚୁଟି ସମୟ ପୂର୍ବରୁ ହିଁ ଧଳା ଓ ଝଡିବାକୁ ଲାଗିଥାଏ । ଯେତେବେଳେ କୌଣସି ବ୍ୟକ୍ତିର ଚୁଟି ଧଳା ହେବାକୁ ଲାଗେ ତେବେ ଲୋକମାନେ ତାକୁ ମେହେନ୍ଦି ଲଗାଇବାକୁ କୁହନ୍ତି କିନ୍ତୁ ତାହା ଗୋଟିଏ କିମ୍ବା ଦୁଇ ମାସରୁ ଅଧିକ ଦିନ ରୁହେ ନାହିଁ ଓ ଚୁଟି ପୁଣି ଥରେ ଧଳା ଦେଖାଯାଏ ।

ସେଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବୁ ଯାହା ଦ୍ଵାରା ଚୁଟି ସବୁଦିନ ପାଇଁ କଳା ହୋଇଯିବ । ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଅଁଳା ପାଉଡର ନେବାକୁ ପଡିବ । ଏହା ପରେ ଏହି ପାଉଡରକୁ ଅଧ ଲିଟର ପାଣିରେ ମିକ୍ସ କରି ଭଲ ଭାବରେ ପେସ୍ଟ କରି ନିଅନ୍ତୁ, କିନ୍ତୁ ଏହି ପେସ୍ଟକୁ କରିବା ମାତ୍ରେ ହିଁ ଚୁଟିରେ ଲଗାଇବେ ନାହିଁ । ଏହାକୁ ରାତିସାରା ପାଣିରେ ମିକ୍ସ କରି ରଖି ଦିଅନ୍ତୁ ଓ ପୁଣି ସକାଳୁ ଉଠି ଏହାକୁ ଗ୍ୟାସ ଉପରେ ରଖି ଗରମ କରନ୍ତୁ ।

ଯାହା ଦ୍ଵାରା ଏହି ପେସ୍ଟ ପୂର୍ବ ଅପେକ୍ଷା ଅଧିକ ଗାଢା ହୋଇଯିବ । ଏହା ପରେ ଏଥିରେ ଅତି କମରେ ଗୋଟିଏ ଚାମଚ ରିଠା ପାଉଡର ମିଶାଇ ଦିଅନ୍ତୁ ଓ ବର୍ତ୍ତମାନ ଏହି ପେସ୍ଟକୁ ଭଲ ଭାବରେ ମିକ୍ସ କରି ଥଣ୍ଡା କରିବା ପାଇଁ ରଖି ଦିଅନ୍ତୁ । ଯେତେବେଳେ ଏହି ପେସ୍ଟ ଧଣ୍ଡା ହୋଇଯିବ ତେବେ ଏହି ପେସ୍ଟରେ ଲେମ୍ବୁ ରସ ମିଶାନ୍ତୁ ଓ ଏହାକୁ ଚୁଟିରେ ଲଗାନ୍ତୁ ।

ଧ୍ୟାନ ରଖିବେ କି ଏହି ପେସ୍ଟକୁ ଆପଣଙ୍କୁ ଚୁଟିର ମୂଳରୁ ନେଇ ଚୁଟିର ଶେଷ ପର୍ଯ୍ୟନ୍ତ ଲଗାଇବାର ଅଛି । କିଛି ଘଣ୍ଟା ପରେ ଏହା ଶୁଖିଯିବା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ଏହାକୁ ଆପଣ ସପ୍ତାହକୁ ୨ ଥର କରନ୍ତୁ ଏହା ପରେ ଧୀରେ ଧୀରେ ଆପଣଙ୍କ ଚୁଟି କଳା ହୋଇଯିବ । ଏହା ସହିତ ଚୁଟିରେ ପ୍ରାକୃତିକ ଚମକ ଓ ମଜବୁତ ବି ଆସିଯିବ । ଏହାର ସବୁଠୁ ବଡ ଲାଭ ଏହା ଅଟେ କି ଏହା ପୂରାପୂରି ପ୍ରାକୃତିକ ହେବା କାରଣରୁ ଆପଣଙ୍କର ଚୁଟିକୁ ଏହା କ୍ଷତି ପହଞ୍ଚାଇବ ନାହିଁ । ଆପଣଙ୍କର ମୁଣ୍ଡକୁ ବି ଥଣ୍ଡା ରଖିବ ।