ଆତଙ୍କି ମସୂଦ ଅଜହର ପୁଣି କହିଲା ଏମିତି କଥା, କହିଲା କି ‘ପାକିସ୍ତାନ ଭାରତକୁ ଡରିବାର ଦରକାର ନାହିଁ, କାରଣ PM ମୋଦୀ…’

ପୁଲୱାମା ଆକ୍ରମଣ ପରେ ପ୍ରଥମ ଥର ଆତଙ୍କି ମସୂଦ ଅଜହର ଏକ ବଡ ବୟାନ ଦେଇଛି । ଆତଙ୍କି ମସୂଦ ଅଜହର ପୁଣି ଥରେ ଏକ ଅଡିଓ ଜାରି କରି ପିଏମ ମୋଦୀଙ୍କ ପାଇଁ ଏକ ବଡ କଥା କହିଛି । ଏହା ସହିତ କହିଛି କି ପାକିସ୍ତାନକୁ ଡରିବା ଦରକାର ନାହିଁ । ଏବଂ ଏହା ବି କହିଛି କି ଭାରତ ଆମର ଚାହିଁଲେ ବି କିଛି କରି ପାରିବ ନାହିଁ । ଆତଙ୍କି ମସୂଦ ଅଜହରର ଏହି ଅଡିଓ ସାମନାକୁ ଆସିବା ପରେ ଏହା ଦୁନିଆରେ ବହୁତ ଉଥଲ ପୁଥଲ ମଚାଇ ଦେଇଛି ।

ଅଡିଓ ଜାରି କରି ମସୂଦ ଅଜହରର କହିବା ଅଟେ କି ସେ କାହା ତଳେ କାମ କରୁ ନାହିଁ କି ନା ହିଁ ପୁଲୱାମା ଆତଙ୍କି ଆଦିଲ ଡାରଙ୍କ ସହ ସେ କେବେ ବି ଦେଖା କରିଛି । ଏବଂ ଏହି ଅଡିଓରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ନେଇ ବି ବଡ ବୟାନ ଦେଇଛି । ଏହି ଅଡିଓ ସାମନାକୁ ଆସିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ଆହୁରି ବି ବଢି ଯାଇଛି ।

କାଶ୍ମୀରରେ ପିଏମ ମୋଦୀ ଫେଲ ହୋଇଗଲେ

ଆତଙ୍କି ମସୂଦ ଅଜହର ନିଜର ଅଡିଓରେ କହିଛି କି ପୁଲୱାମାରେ ଯେଉଁ ଆକ୍ରମଣ ହୋଇଛି, ତାହାର ଫଳ ପିଏମ ମୋଦୀଙ୍କୁ ୨୦୧୯ରେ ଲୋକସଭା ଇଲେକ୍ସନରେ ଭୋଗିବାକୁ ପଡିବ । ଏହା ଛଡା ପିଏମ ମୋଦୀଙ୍କର ନୀତି କାଶ୍ମୀରରେ ପୂରାପୂରି ଫେଲ ହୋଇ ଯାଇଛି । ସେଥିପାଇଁ ସେ ଏହିଭଳି ଭବାରେ ବୟାନ ଦେଉଛି ।

ଆତଙ୍କି ମସୂଦ ଅଜହରର କହିବା ଅଟେ କି ସେ ପାକିସ୍ତାନକୁ କେବେ ବି ଯୁଧ୍ୟ ଭିତରକୁ ଠେଲିବାକୁ ଚାହୁଁ ନାହିଁ ଏବଂ ସେ କେବେ ବି ଆଦିଲ ଡାର ସହିତ ଦେଖା କରି ନାହିଁ, ଯାହାକୁ ପୁଲୱାମା ଆତଙ୍କି ଆକ୍ରମଣର ମାସ୍ଟରମାଇଂଡ ବୋଲି କୁହା ଯାଉଛି ।

ପାକିସ୍ତାନ ସହିତ ଅଛି ଚୀନ

ଆତଙ୍କି ମସୂଦ ଅଜହର ପାକିସ୍ତାନୀ ନାମରେ ଏକ ସନ୍ଦେଶ ଜାରି କରିଛି, ଏବଂ କହୁଛି କି ଆପଣମାନଙ୍କୁ ଡରିବା ଦରକାର ନାହିଁ, କାରଣ ଚୀନ ପାକିସ୍ତାନ ସହିତ ଅଛି ଏବଂ ଯେତେବେଳେ ପର୍ଯ୍ୟନ୍ତ ଚୀନ ଆମ ସହିତ ଅଛି, ସେତେବେଳେ ପର୍ଯ୍ୟନ୍ତ ଡରିବା ଦରକାର ନାହିଁ । ଏହା ଛଡା ସେ ଏହି ଅଡିଓରେ ପାକିସ୍ତାନ ସରକାର, ଇମରାନ ଖାନ ଏବଂ ପାକିସ୍ତାନୀ ମିଡିୟାକୁ ଡରପୋକ ବୋଲି କହିଛି ।

ଟ୍ରଂପ ଦେଲେ ପାକିସ୍ତାନକୁ ଝଟକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ପୁଲୱାମା ଆକ୍ରମଣ ଉପରେ କହିଛନ୍ତି କି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇ ଯାଇଛି, କିନ୍ତୁ ଆମକୁ ଶାନ୍ତି ଦରକାର । ଯାହାର ଚେଷ୍ଟା ଆମକୁ କରିବା ପଡିବ । ଏହା ଛଡା ପାକିସ୍ତାନକୁ ଝଟକା ଦେଇ ଟ୍ରଂପ ଆମେରିକା ତରଫରୁ ପାକିସ୍ତାନକୁ ଦିଆଯାଉଥିବା ସାହାର୍ଯ୍ୟକୁ ତତ୍କାଳ ବନ୍ଦ କରି ଦେଇଛନ୍ତି, ଯେଉଁଥିରେ ପାକିସ୍ତାନର ଅଣ୍ଟା ପୁରା ପୁରି ଭାଙ୍ଗି ଯାଇଛି ।

ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟର କରନ୍ତୁ ଓ ଆଗକୁ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ କୁ ଲାଇକ କରନ୍ତୁ ।