ସର୍ଜିକାଲ ସ୍ଟ୍ରାଇକ 2.0 : ଜାଗା POK, ସମୟ ରାତି 3.30, ମିରାଜ ବିମାନ ପାକିସ୍ତାନ ରେ ପଶି ବର୍ଷାଇଲେ ବମ, ଉଡେଇଲେ … ପଢନ୍ତୁ ପୁରା ଖବର, ଗର୍ବରେ ଗୋଟେ ସେୟାର କରନ୍ତୁ

ଭାରତୀୟ ବାୟୁସେନା ପାକିସ୍ଥାନ ରେ ପଶି ଜୈସ-ଏ-ମହମ୍ମଦ ର କ୍ୟାମ୍ପ ସବୁକୁ ଧ୍ଵଂସ କରିଛି । ଭାରତୀୟ ବାୟୁସେନାର ସୂଚନା ଅନୁସାରେ 26 ଫେବୃୟାରୀକୁ ଭୋର 3.30 ରେ 12 ଟି ମିରାଜ 2000 ଭାରତୀୟ ଲଢେଇ ବିମାନ ଏଲଓସି ପାର କରି ଆତଙ୍କବାଦୀ କ୍ୟାମ୍ପ ଗୁଡିକ ଉପରେ ଲକ୍ଷ ଭେଦି ସେଗୁଡିକୁ ସଂପୂର୍ଣ୍ଣ ରୂପେ ବର୍ବାଦ କରିଛି । ସୂଚନା ଅନୁସାରେ ବାୟୁସେନା ହାରାହାରି 21 ମିନିଟ ପର୍ଯ୍ୟନ୍ତ ଏହି ଅପରେସନ କୁ ଜାରି ରଖିଥିଲା । ଏହି ସମୟରେ 12ଟି ମିରାଜ ବିମାନ 1000 କିଲୋ ବମ ପାକାଇ ପାକିସ୍ଥାନରେ ବହୁତ ଆତଙ୍କି କ୍ୟାମ୍ପ କୁ ଧ୍ଵଂସ କରିଛି । ସୂଚନା ଅନୁସାରେ ଏଥିରେ 300 ଆତଙ୍କି ନିହତ ହୋଇଛନ୍ତି । ଏହା ପରେ ଭାରତୀୟ ବାୟୁସେନାର ଏୟାର ଡ଼ିଫେନ୍ସ ସିଷ୍ଟମ ହାଇ ଆଲର୍ଟ ରେ ଅଛି । ଯଦି ପାକିସ୍ଥାନୀ ବାୟୁସେନା କୌଣସି ପ୍ରକାରର ଜବାବ ଦେବ ତେବେ ତାକୁ କଡା ଜବାବ ଦିଆଯିବ ।

ଏହା ପୂର୍ବରୁ ପାକିସ୍ଥାନ ସେନାକୁ ପ୍ରବକ୍ତା ମେଜର ଜେନେରାଲ ଆସିଫ ଗଫୁର କହିଥିଲେ କି ଭାରତୀୟ ବାୟୁ ସେନା ନିୟନ୍ତ୍ରଣ ରେଖା (LOC) କୁ ଉଲଂଘନ କରିଛି । ଗଫୁର ଟ୍ଵିଟ କରି କହିଛି କି, ‘ଭାରତୀୟ ବାୟୁ ସେନା ନିୟନ୍ତ୍ରଣ ରେଖାକୁ ଉଲଂଘନ କରିଛି । ପାକିସ୍ଥାନ ବାୟୁସେନା ତୁରନ୍ତ ଜବାବ ଦେଲା ଭାରତୀୟ ବିମାନ ଫେରି ଗଲେ ।

ଆଉ ଏକ ଟ୍ଵିଟ ରେ ଗଫୁର କହିଲା କି, ‘ମୁଜାଫ୍ଫରାବାଦ ସେକ୍ଟରରୁ ଭାରତୀୟ ବିମାନର ଅନଧିକାର  ପ୍ରବେଶ ।  ପାକିସ୍ଥାନ ବାୟୁ ସେନା ଦ୍ଵାରା ସମୟରେ ପ୍ରଭାବୀ ପ୍ରତିକ୍ରିୟା ର ସାମ୍ନା କରି ପେଲୋଡ ଜାରି କରାଗଲା, ଯାହା ବାଲାକୋଟ ପାଖରେ ଗଳିଛି ।

ଏହା ବ୍ୟତୀତ ପାକିସ୍ତାନ ରଜୋରୀ  ଆଉ ପୁଞ୍ଛ ଜିଲ୍ଲା ର ନିୟନ୍ତ୍ରଣ ରେଖାରେ ସଂଘର୍ଷ ବିରାମ ର ଉଲଂଘନ କରିଛି । ପାକିସ୍ଥାନ ରାତିସାରା ସୀମା ପାରି କିଛି ଘାଟି ଉପରେ ଗୁଳିଚାଳନା କରିଛି । 14 ଫେବୃୟାରୀ କୁ ଜାମ୍ମୁ କାଶ୍ମୀର ରେ ହୋଇଥିବା ଆତଙ୍କି ଆକ୍ରମଣରେ 40 ଯବାନ ସହିଦ ହୋଇ ଯାଇଥିଲେ । ଜୈସ-ଏ-ମହମ୍ମଦ ଏହା କରାଇଥିଲା ।

ସମାଜବାଦୀପାର୍ଟି ପ୍ରମୁଖ ଓ ଉତ୍ତର ପ୍ରଦେଶ ର ପୂର୍ବ ମୁଖ୍ୟ ମନ୍ତ୍ରୀ ଅଖିଳେଶ ଯାଦବ ଏହି ଅପରେସନ ପାଇଁ ବାୟୁସେନାକୁ ସ୍ଵାଗତ ଜଣାଇଛନ୍ତି ।

ବିଜେପି ନେତା ଓ ବଲିଉଡ ଅଭିନେତା ପରେଶ ରାୱାଲ ଟ୍ଵିଟ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହା ପାଇଁ ଅଭିନନ୍ଦନ ଜଣାଇ ଛନ୍ତି । ଯାହା ମଧ୍ୟରୁ ବାଲାକୋଟ କୁ ନଷ୍ଟ କରାଯାଇଛି ।

ଦିଲ୍ଲୀ ର ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିବାଲ ବି ଟ୍ଵିଟ କରି ଭାରତୀୟ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ଵିଟ କରି ଭାରତୀୟ ବାୟୁସେନାକୁ ସାଲୁଟ କରିଛନ୍ତି ।

ସୂଚନା ଅନୁସାରେ ଏହି ଅପରେସନ ପୂର୍ବରୁ ଜୈସ-ଏ-ମହମ୍ମଦ ର ମୁଖ୍ୟ ମୌଲାନା ମସୁଦ ଅଜହର କୌଣସି ସୁରକ୍ଷିତ ଜାଗାକୁ ପଳାୟନ କରିଛି ।

ଆପଣଙ୍କୁ ଜଣାଇ ଦେଉଛୁ କି ଗୁପ୍ତ ଏଜେନ୍ସିମାନଙ୍କୁ ପାକିସ୍ଥାନ ରେ ଥିବା 13 ଟି ଆତଙ୍କି ଲଞ୍ଚ ପ୍ୟାଡ ର ସୂଚନା ଥିଲା ।

ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆଗକୁ ଅପଡେଟ ପାଇଁ ପେଜକୁ ଲାଇକ କରନ୍ତୁ ।

2 thoughts on “ସର୍ଜିକାଲ ସ୍ଟ୍ରାଇକ 2.0 : ଜାଗା POK, ସମୟ ରାତି 3.30, ମିରାଜ ବିମାନ ପାକିସ୍ତାନ ରେ ପଶି ବର୍ଷାଇଲେ ବମ, ଉଡେଇଲେ … ପଢନ୍ତୁ ପୁରା ଖବର, ଗର୍ବରେ ଗୋଟେ ସେୟାର କରନ୍ତୁ”

Comments are closed.