ସୂର୍ଯ୍ୟ ପରାଗ ୨୦୨୦, ଗୋଟିଏ ମାସରେ ଦୁଇଟି ଗ୍ରହଣ ବା ପରାଗ ହୋଇଥାଏ ଅଶୁଭ, ଏମିତି ରହିବ ଆପଣଙ୍କ ଉପରେ ଏହାର ପ୍ରଭାବ

କହିବାକୁ ଗଲେ ଜୁନ ମାସରେ ଦ୍ଵିତୀୟ ଥର ପରାଗ ଲାଗିବାକୁ ଯାଉଛି । ୫ ଜୁନର ଚନ୍ଦ୍ର ପରାଗ ଲାଗିଥିଲା । ଏହା ପରେ ୨୧ ଜୁନକୁ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୋଟିଏ ମାସରେ ଦୁଇଟି ପରାଗ ଲାଗିବା ଅଶୁଭ ହୋଇଥାଏ । କିନ୍ତୁ କହିବାକୁ ଗଲେ ଏହି ବର୍ଷ ଗୋଟିଏ ମାସ ମଧ୍ୟରେ ୨ଟି ପରାଗ ଲାଗିବ । ଏହା ସହିତ ୫ ଜୁଲାଇ ୨୦୨୦କୁ ବି ପୁଣିଥରେ ଚନ୍ଦ୍ର ପରାଗ ଲାଗିବ ।

ଏହି ବର୍ଷ ମୋଟ ୬ଟି ପରାଗ ଲାଗିବ । ଯେଉଁଥିରେ ଚାରୋଟି ଚନ୍ଦ୍ର ପରାଗ ଓ ଦୁଇଟି ସୂର୍ଯ୍ୟ ପରାଗ । ଦୁଇଟି ଚନ୍ଦ୍ର ପରାଗ ହୋଇ ସାରିଛି । ପ୍ରଥମ ଚନ୍ଦ୍ର ପରାଗ ୧୦ ଜାନୁୟାରୀକୁ ଲାଗିଥିଲା ଓ ଦ୍ଵିତୀୟ ଚନ୍ଦ୍ର ପରାଗ ୫ ଜୁନକୁ ଲାଗିଥିଲା । ଏହା ପରେ ବର୍ତ୍ତମାନ ୨୧ ଜୁନକୁ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଜ୍ୟୋତିଷୀଙ୍କ ଦ୍ରୁଷ୍ଟିରେ ଗୋଟିଏ ମାସରେ ଦୁଇଟି କିମ୍ବା ଦୁଇଟିରୁ ଅଧିକ ପରାଗ ଶୁଭ ହୋଇ ନ ଥାଏ ।

ଏହି ପରାଗ ଭବିଷ୍ୟତରେ ଆସୁଥିବା ସମସ୍ୟା ବିଷୟରେ ସଂକେତ ଦେଇଥାଏ । ଜୁନ ମାସର ଯଦି କଥାବାର୍ତ୍ତା କରିବା ତେବେ ଦୁଇଟି ପରାଗ ଲାଗୁଛି । ୨୧ ଜୁନ ୨୦୨୦କୁ ସୂର୍ଯ୍ୟ ପରାଗ ଲଗାଉଛି । ଏହା ପରେ ୫ ଜୁଲାଇକୁ ପୁଣି ଥରେ ଚନ୍ଦ୍ର ପରାଗ ଲାଗୁଛି । ସୂର୍ଯ୍ୟ ପରାଗ ସୁତକ କାଳ ମାନ୍ୟ ହେବ । ୨୧ ଜୁନକୁ ଲାଗିବା ବାଲା ସୂର୍ଯ୍ୟ ପରାଗ ମିଥୁନ ରାଶିରେ ଲାଗୁଛି । ଏହି କାରଣରୁ ମିଥୁନ ରାଶି ପୀଡିତ ହେବ ।

ଅର୍ଥାତ ଏହି ପରାଗ କାରଣରୁ ମିଥୁନ ରାଶିର ଜାତକକୁ ସମସ୍ୟା ବଢିପାରେ । ଗୋଟିଏ ମାସରେ ଦୁଇଟି ପରାଗ ପ୍ରାକୃତିକ ବିପର୍ଯୟର କାରଣ ବି ହୋଇଥାଏ । ଏହାର ଅତିରିକ୍ତ ସୀମା ବିବାଦ ଓ ଅନ୍ୟ କିଛି ସ୍ଥିତି ଆଡକୁ ବି ସଂକେତ ଦେଉଛି । ଦୁଇଟି ପରାଗ କେତେକ କ୍ଷେତ୍ରରେ ହାନିର ସୂଚକ ବି ହୋଇଥାଏ । ସେଥିପାଇଁ ଏହାର ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଭଗବାନ ଶିବ ଓ ଭଗବାନ ବିଷ୍ଣୁଙ୍କ ଉପାସନା କରିବା ଉଚିତ । ଏହିଭଳି କରିବା ଦ୍ଵାରା ସମସ୍ତ ସମସ୍ୟା ଦୂର ହୋଇଯାଏ ।

ଏହି ସମୟ ଲାଗିବ ସୂର୍ଯ୍ୟ ପରାଗ

ସୂର୍ଯ୍ୟ ପରାଗ ଆରମ୍ଭ ସମୟ – ସକାଳ ୧୦ : ୨୦ ମିନିଟ

ପରମଗ୍ରାସ – ଦ୍ଵିପହର ୧୨ : ୦୨ ମିନିଟ

ପରାଗ ଶେଷ ହେବାର ସମୟ – ଦ୍ଵିପହର ୧ : ୪୯ ମିନିଟ

ଖଣ୍ଡଗ୍ରାସର ଅବଧି – ୦୩ ଘଣ୍ଟା ୨୮ ମିନିଟ ୩୬ ସେକନ୍ଡ

ସୂର୍ଯ୍ୟ ପରାଗର ସୁତକ କାଳ – ୨୦ ଜୁନ ରାତି ୯ : ୫୨ ମିନିଟରେ ଆରମ୍ଭ

ସୁତକ ସମାପ୍ତ – ୨୧ ଜୁନ ଦ୍ଵିପହର ୧ : ୪୯ ମିନିଟ ପର୍ଯ୍ୟନ୍ତ, ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।