ମାସିକ ଧର୍ମରେ କେତେ ଦିନରେ ସ୍ନାନ କରିବା ଓ କେତେ ଦିନରେ ପୂଜା କରିବାର ନିୟମ ରହିଛି ?

ମାସିକ ଧର୍ମ ଅର୍ଥାତ ଋତୁସ୍ରାବ ସମୟରେ ମହିଳାମାନଙ୍କୁ ଅଶୁଭ ବୋଲି କୁହାଯାଏ । ଋତୁସ୍ରାବ ସମୟରେ ମହିଳାମାନେ କାହିଁକି ଅଶୁଦ୍ଧ ହୋଇଥାନ୍ତି, ସେମାନେ କେବେ ଶୁଦ୍ଧ ହୁଅନ୍ତି ଓ ସେମାନେ କେବେ ଭଗବାନଙ୍କ ପୂଜା ଅର୍ଚନା କରିବା ଉଚିତ ଆଜି ଆମେ ଆପଣଙ୍କୁ ଏହି ସବୁ ବିଷୟରେ କହିବୁ । ଋତୁସ୍ରାବ ସମୟର ପ୍ରଥମ ଦିନରେ ନାରୀଙ୍କୁ ଚାଣ୍ଡାଳି ବୋଲି କୁହାଯାଏ, ସେହିଭଳି ଦ୍ଵିତୀୟ ଦିନରେ ବ୍ରହ୍ମଗାଥିନୀ, ତୃତୀୟ ଦିନରେ ରଜକୀ, ଚତୁର୍ଥ ଦିନରେ ସେମାନେ ଶୁଭ ହୋଇଥାନ୍ତି ।

ପଞ୍ଚମ ଦିନରେ ସେମାନେ ଭଗବାନଙ୍କ ପୂଜା ଇତ୍ଯାଦି କରିବା ପାରିବେ । ପୂର୍ବ ସମୟରେ ୩ ରୁ ୪ ଦିନ ମଧ୍ୟରେ ମହିଳାମାନଙ୍କର ଋତୁସ୍ରାବ ବନ୍ଦ ହୋଇ ଯାଉ ଥିଲା । ଏହାକୁ ଦ୍ରୁଷ୍ଟିରେ ରଖି ଶାସ୍ତ୍ରବିଦମାନେ ପଞ୍ଚମ ଦିନରେ ଦେବକାର୍ଯ୍ୟ କରିବା ପାଇଁ ଅନୁମତି ଦେଉ ଥିଲେ ।

କିନ୍ତୁ ଆଜିକାଲିର ଜୀବନଶୈଳୀ, ବାହାର ଖାଦ୍ୟ, ଖରାପ ପରିବେଶ, ଡିପ୍ରେସନ, ନିଦ ନ ଆସିବା ଇତ୍ୟାଦି କାରଣ ଯୋଗୁ ଆମର ଋତୁସ୍ରାବ ସଠିକ ସମୟରେ ହେଉ ନାହିଁ । ଏମିତିରେ ୭ ରୁ ୮ ଦିନ ପର୍ଯ୍ୟନ୍ତ ପିରିୟଡ ରହୁଛି । ଏହି ଦିନ ମଧ୍ୟରେ କୌଣସି ବି ଶୁଭ କାର୍ଯ୍ୟ ଓ ପୂଜା କାର୍ଯ୍ୟ କରିବା ଉଚିତ ନୁହେଁ । ଯେତେ ଦିନ ପର୍ଯ୍ୟନ୍ତ ଆପଣଙ୍କ ପିରିୟଡ ସମ୍ପୂର୍ଣ ରୂପରେ ବନ୍ଦ ହୋଇ ଯାଇ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଆପଣ ପୂଜା କରନ୍ତୁ ନାହିଁ ।

କହିଦେଉଛୁ କି ଡାକ୍ତରମାନଙ୍କ ଅନୁସାରେ ପିରିୟଡ ହେବା ପରେ ସଙ୍ଗେ ସଙ୍ଗେ ସ୍ନାନ କରନ୍ତୁ ନାହିଁ ଓ ଶରୀରକୁ ଉଷୁମ ରଖନ୍ତୁ । କାରଣ ସେହି ସମୟରେ ଆମର ଶରୀରର ବହୁତ କମଜୋର ହୋଇଯାଏ ସେଥିପାଇଁ ଆମକୁ ବିଶ୍ରାମ ନବା ପାଇଁ କୁହାଯାଏ । ଆଗକାଳର ଲୋକମାନେ ପିରିୟଡ ହେବାର ୩ ଦିନ ପର୍ଯ୍ୟନ୍ତ ମହିଳାମାନଙ୍କୁ ଗୋଟିଏ ଅଲଗା ଘରେ, ଅଲଗା ବିଛଣା ବ୍ୟବହାର ଓ ବସ୍ତ୍ର ପିନ୍ଧିବା ପାଇଁ କହୁଥିଲ ।

ଏହା ପଛରେ ବୈଜ୍ଞାନିକ ଓ ଧାର୍ମିକ ଉଭୟ କାରଣ ଅଛି । ଋତୁସ୍ରାବ ସମୟରେ ମହିଳାମାନଙ୍କ ପାଇଁ ପ୍ରଥମ ତିନି ଦିନ ବହୁତ କଷ୍ଟଭରା ହୋଇଥାଏ ଓ ଆପଣ ଦୁର୍ବଳ ଅନୁଭବ କରନ୍ତି । ଏହି ସମୟରେ ଯଦି ଆପଣ ଘରର ସମସ୍ତ କାର୍ଯ୍ୟ କରିବେ ତେବେ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ । ଏଥିରୁ ମୁକ୍ତି ଦେବା ପାଇଁ ମହିଳାମାନଙ୍କୁ ବିଶ୍ରାମ ଦିଆଯାଏ । ଋତୁସ୍ରାବର ଚତୁର୍ଥ ଦିନରେ ମହିଳାମାନେ ଶୁଦ୍ଧ ହୋଇଥାନ୍ତି ।

ଶୁଦ୍ଧ ହେବା ପାଇଁ ସେମାନେ ମୁଣ୍ଡ ହୋଇ ସ୍ନାନ କରିଥାନ୍ତି । ହଳଦୀ ଓ ତେଲ ଲଗାଇ ସ୍ନାନ କରନ୍ତୁ । କହିଦେଉଛୁ କି ମାସିକ ଧର୍ମର ତିନି ଦିନ ପର୍ଯ୍ୟନ୍ତ କୌଣସି ବି ପ୍ରକାରର ସଫା ସଫି କାମ କରିବେ ନାହିଁ ।