ଏହାକୁ ବନେଇ କିଛି ଦିନ ପିଇ ନିଅନ୍ତୁ, ସବୁଦିନ ପାଇଁ ଆଖିରୁ ଚଷମା ଓଲ୍ହେଇ ଯିବ ! ସଂପୂର୍ଣ୍ଣ ପ୍ରକୃତିକ ଉପଚାର ! (Health Tips)

ଯଦି ଆପଣ ନିଜର ଆଖିକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ମସ୍ତିଷ୍କକୁ ସୁସ୍ଥ ରଖନ୍ତୁ । କାରଣ ମସ୍ତିଷ୍କ ଠିକ ରହିଲେ ଆପଣଙ୍କ ଚକ୍ଷୁ ରୋଗ ହବ ନାହିଁ । କୁହାଯାଏ କି ଚକ୍ଷୁ ଦୋଷ କାରଣରୁ ବେଳେ ବେଳେ ମୁଣ୍ଡ ବିନ୍ଧି ଥାଏ ଓ ଏଥିପାଇଁ ଚଷମା ପିନ୍ଧିବା ଉଚିତ । କିନ୍ତୁ କହିଦେଉଛୁ କି ଚଷମା ପିନ୍ଧିଲେ ବି ମୁଣ୍ଡ ବିନ୍ଧା ଦୂର ହୁଏ ନାହିଁ । ଏହା ଅଳ୍ପ ଆରାମ ଦେଇଥାଏ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଆୟୁର୍ବେଦିକ କ୍ଷୀର ବିଷୟରେ କହିବୁ । ଯାହାକୁ ସେବନ କରିଲେ ଆପଣଙ୍କ ଚକ୍ଷୁ ସମ୍ବନ୍ଧିତ ସମସ୍ୟା ଧୀରେ ଧୀରେ କମ ହୋଇଯିବ ।

ଏହି ରେମେଡିକୁ ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମେ ଆଲମଣ୍ଡ ବାଦାମ ଦରକାର । ଯାହାକୁ କାବୁଲି ବାଦାମ ବି କୁହାଯାଏ । ଆଲମଣ୍ଡ ବାଦାମରେ ଭିଟାମିନ E ଭରପୁର ମାତ୍ରାରେ ଥାଏ । ଯାହାକି ଚକ୍ଷୁ ସମ୍ବନ୍ଧିତ ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

ସକାଳେ ୫ ରୁ ୭ ଟି ଆଲମଣ୍ଡ ବାଦାମକୁ ଅଳ୍ପ ପାଣିରେ ଦେଇ ଛାଡି ଦିଅନ୍ତୁ । ରାତିରେ ଆପଣ ଯେତେବେଳେ ଏହି ରେମେଡିକୁ ତିଆରି କରିବେ ତେବେ ସେହି ସମୟରେ ଆପଣ ଆଲମଣ୍ଡର ଚୋପା ଛଡାଇ ଦିଅନ୍ତୁ ଓ ଆଲମନ୍ଦ ବାଦାମକୁ ଗ୍ରାଇଡିଙ୍ଗ କରି ଦିଅନ୍ତୁ । ଏହା ପରେ ଦୁଇ ଚାମଚ ପାନ ମାଧୁରୀ, ଛୋଟ ଖଣ୍ଡ ମିଶିରି ନେଇ ତାକୁ ବି ଗ୍ରାଇଡିଙ୍ଗ କରି ଦିଅନ୍ତୁ । କିନ୍ତୁ କହିଦେଉଛୁ କି ପାନ ମାଧୁରୀକୁ ବ୍ୟବହାର କରିବା ପୂର୍ବରୁ ଆପଣ ସେହି ପାନ ମାଧୁରୀକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ ।

ଏହା ସହିତ ଆପଣଙ୍କୁ ଏକ ଗ୍ଳାସ କ୍ଷୀର ଦରକାର । ଏହି ରେମେଡିକୁ ତିଆରି କରିବା ପାଇଁ ଆପଣ ପ୍ରଥମେ ଗୋଟିଏ ପାତ୍ରରେ ଏକ ଗ୍ଳାସ କ୍ଷୀର ନେଇ ତାକୁ ଗରମ କରନ୍ତୁ । କ୍ଷୀର ଅଳ୍ପ ଗରମ ହେବା ପରେ ଏଥିରେ କାବୁଲି ବାଦାମର ଗୁଣ୍ଡ ମିଶାଇ ଦିଅନ୍ତୁ । ଏଥିରେ ପାନ ମାଧୁରୀ ଓ ମିଶିରି ଗୁଣ୍ଡ ମିଶାନ୍ତୁ । ବର୍ତ୍ତମାନ ଏହି ସବୁ ଜିନିଷକୁ କ୍ଷୀରରେ ଭଲ ଭାବରେ ମିଶାଇ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ବର୍ତ୍ତମାନ ଆପଣ ଗ୍ୟାସକୁ ବନ୍ଦ କରି ଗୋଟିଏ ଗ୍ଳାସରେ ଏହି କ୍ଷୀରକୁ ଢାଳି ଦିଅନ୍ତୁ ।

ବର୍ତ୍ତମାନ ଆପଣଙ୍କ ରେମିଡି ପ୍ରସ୍ତୁତ ହୋଇ ଯାଇଛି । ଏହି ରେମିଡିକୁ ତିଆରି କରି ଆପଣ ରାତିରେ ଏହି କ୍ଷୀରକୁ ସେବନ କରନ୍ତୁ । କ୍ଷୀର ପିଇବା ପରେ କେବେ ବି ପାଣି ପିଇବେ ନାହିଁ । ଅନ୍ୟ କୌଣସି ଖାଦ୍ୟ ପଦାର୍ଥ ବି ସେବନ କରିବେ ନାହିଁ । ଦୁଇରୁ ତିନି ମାସ ଏହାକୁ ସେବନ କରୁଛନ୍ତି ତେବେ ଆପଣ ଚଷମା ପିନ୍ଧିବା ଛାଡି ଦେବେ ଓ ଆପଣ ଆଖି ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ । ଏହି ଆୟୁର୍ବେଦିକ କ୍ଷୀର ପିଇବା ସହ କିଛି ଫଳର ବି ସେବନ କରନ୍ତୁ । ଯେମିତି କି ଅଙ୍ଗୁର, କଦଳୀ, ଅମୃତଭଣ୍ଡା, ଗାଜର, ଅଁଳା ସେବନ କରନ୍ତୁ ।