ମନୁଷ୍ୟର ଏହି 4 ଟି ଜିନିଷ ପ୍ରତି ଭୋକ କେବେବି ପୁରା ହୋଇ ନଥାଏ

ଚାଣକ୍ୟ ନୀତି ଚାଣକ୍ୟ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳ କରିବା ପାଇଁ କିଛି ଉପଦେଶ ଦିଆ ଯାଇଛି । ଯେମିତି କି ସମସ୍ତେ ଜାଣିଛନ୍ତି କି ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ଯିଏ ନିଜର ନୀତି ଗୁଡିକ ଦ୍ଵାରା ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ । ତାଙ୍କର ଏହି ନୀତିବାଣୀ ମନୁଷ୍ୟକୁ ସମାଜରେ ପ୍ରତିଷ୍ଠିତ ହେବା ପାଇଁ କିମ୍ବା ଅନ୍ୟ କୌଣସି କାମରେ ନିଶ୍ଚିତ ଦରକାର ହୋଇଥାଏ । ଆସନ୍ତୁ ଜାଣିବା ତାଙ୍କର କିଛି ନୀତି ଗୁଡିକ ବିଷୟରେ ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ମନୁଷ୍ୟର ଏହି ୪ଟି ଜିନିଷ ପ୍ରତି ଭୋକ କେବେ ବି ସମାପ୍ତ ହୁଏ ନାହିଁ । ସେ ଗୁଡିକ ହେଲା ଧନ, ଜୀବନ, ବାସନା, ଭୋକ । ଏହି ସମସ୍ତ ଜିନିଷ ଗୁଡିକ ତାକୁ ଯେତେ ମାତ୍ରାରେ ମିଳିଲେ ବି ତାହାର ଲାଳସା କେବେ ବି ପୁରା ହୁଏ ନାହିଁ ।

ଚାଣକ୍ୟ ଆଗକୁ କୁହନ୍ତି କି ଜୀବନରେ କେବେ ବି ଅସମୟ ଆସିପାରେ ସେଥିପାଇଁ ଏହିଭଳି ପରିସ୍ଥିତି ପାଇଁ କିଛି ଧନ ସଞ୍ଚିତ କରି ରଖିବା ଉଚିତ । ଯେତେବେଳେ ବି ମନୁଷ୍ୟର ଖରାପ ସମୟ ଆସିଥାଏ ସେତେବେଳେ ତାହାର ନିଜ ଲୋକମାନେ ବି ପର ହୋଇ ଯାଆନ୍ତି । କିନ୍ତୁ ଯଦି ତାହା ପାଖରେ ଟଙ୍କା ଥିବ ତେବେ ସେ ଏହି ସମୟର ସାମ୍ନା କରି ପାରିବ ।

ଚାଣକ୍ୟ କୁହନ୍ତି କି ମଣିଷକୁ ବହୁତ ସିଧା ସାଧ ହେବା ଉଚିତ ନୁହେଁ କାରଣ  ସିଧା ଲୋକଙ୍କୁ ଅନ୍ୟମାନେ ବହୁତ ହଇରାଣ କରନ୍ତି ଓ ଲୋକ ତାକୁ ପାଗଳ ବୋଲି ବି କହନ୍ତି । ଯେମିତି ଜଙ୍ଗଲରେ ବଙ୍କା ଗଛ ଅପେକ୍ଷା ସିଧା ଗଛକୁ କାଟିବାରେ ସହଜ ହେଉଥିବାରୁ ଲୋକମାନେ ତାକୁ ହିଁ ଆଗ କାଟନ୍ତି । ଠିକ ସେହିଭଳି ଆପଣ ଏତେ ବି ସିଧା ସାଧା ହୁଅନ୍ତୁ ନାହିଁ କି ଲୋକମାନେ ଆପଣଙ୍କୁ ଲୁଟିକି ଖାଇଯିବେ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ପେଚା ଦିନରେ ଦେଖି ପାରେ ନାହିଁ କିନ୍ତୁ ଏଥିରେ ସୂର୍ଯ୍ୟର କଣ ଦୋଷ ଅଛି । ଚାତକ ମୁଂହରେ ବର୍ଷର ଗୋଟିଏ ବି ବୁନ୍ଦା ପାଣି ପଡେନି ଏଥିରେ ବାଦଲର କଣ ଦୋଷ । ଏହା ସବୁ ବିଧାତାର ଇଛା ଅଟେ ।

ଚାଣକ୍ୟ କହନ୍ତି ଈଶ୍ୱର ହିଁ ସବୁକିଛି ସେ ଚାହିଁଲେ ରାଜାକୁ ଚାକର ଓ ଚାକରକୁ ରାଜା କରି ପାରିବେ ଓ ଗରିବଙ୍କୁ ଧନୀ ଓ ଧନୀକୁ ଗରିବ କରି ପାରିବେ । ସେଥିପାଇଁ ଇଶ୍ଵରଙ୍କ ଉପରେ ବିଶ୍ଵାସ କରିବା ଉଚିତ । ସେ ସମସ୍ତଙ୍କର ଯତ୍ନ ନିଅନ୍ତି । ଚାଣକ୍ୟ କହନ୍ତି ସବୁ ପାହାଡ଼ ଭିତରେ ହୀରା ନ ଥାଏ କି ସବୁ ହାତୀ ମସ୍ତକରେ ମୁକ୍ତା ନ ଥାଏ । ସେହିଭଳି ସବୁ ଜାଗାରେ ଭଲ ମଣିଷ ନ ଥାନ୍ତି ଓ ସବୁ ଚମକୁ ଥିବା ଜିନିଷ ସୁନା ନୁହେଁ । ଚାଣକ୍ୟ କୁହନ୍ତି କିଛି ପାଗଳ ଲୋକ କିଛି ପଥରକୁ ହିଁ ରତ୍ନ ମାନି ନେଇଛନ୍ତି ।

 

କିନ୍ତୁ ଅସଲି ରତ୍ନ ତ ଖାଦ୍ୟ, ପାଣି ଓ ଜ୍ଞାନ ହିଁ ହୋଇଥାଏ । ଏହି ତିନୋଟି ଜିନିଷ ଠାରୁ କିଛି ବଡ ରତ୍ନ ଆଉ କିଛି ବି ନାହିଁ । ପାପ ପୁଣ୍ୟରେ ତଫାତ କଣ ଅଛି, ମୋର ମିତ୍ର କିଏ ଶତ୍ରୁ କିଏ, ମୋର କେଉଁ କାର୍ଯ୍ୟରେ ଲାଭ ହେବ ଓ କ୍ଷତି ହେବ ଏହା ବିଷୟରେ ଚିନ୍ତା କରି ମନୁଷ୍ୟକୁ ସବୁ କାର୍ଯ୍ୟ କରିବା ଉଚିତ । କଠିନ କାମ ପଡିଲେ ସେବକର, ସଙ୍କଟ ସମୟରେ ଭାଇ ବନ୍ଧୁଙ୍କର, ଅସୁବିଧାରେ ସାଙ୍ଗ ସାଥୀଙ୍କର ତଥା ଧନର କ୍ଷୟ ହେଲା ପରେ ସ୍ତ୍ରୀ ର ପରୀକ୍ଷା ହୋଇଥାଏ ।

ଚାଣକ୍ୟ କୁହନ୍ତି କି ସିଂହ ଠାରୁ ଗୋଟିଏ, ବଗ ଠାରୁ ଚାରି, କାଉ ଠାରୁ ପାଞ୍ଚ, କୁକୁର ଠାରୁ ଛ ଓ ବାଘ ଠାରୁ ତିନୋଟି ଗୁଣ ସବୁବେଳେ ଶିଖିବା ଉଚିତ ।  କାମ ଅଳ୍ପ କର କିନ୍ତୁ ମନ ଲଗେଇ କରିବା ଉଚିତ । ମନୁଷ୍ୟକୁ ଏହା ସିଂହ ଠାରୁ ଶିଖିବା ଉଚିତ । ସମୟ ଅନୁସାରେ ନିଜର ଶକ୍ତି ଅନୁସାରେ କାମ କରିବା ଗୁଣ ବଗ ଠାରୁ, ସଠିକ ସମୟରେ ଉଠିବା ଶୋଇବା ଝଗଡା ଓ ଭୋଜନ କରିବା ଏହି ସବୁ କୁକୁଡା ଠାରୁ ଶିଖିବା ଉଚିତ, ସମୟ ପୂର୍ବରୁ ସଞ୍ଚୟ କରିବା, ଅନ୍ୟମାନଙ୍କ ବିଶ୍ୱାସ ନ କରିବା ଏହା କାଉ ଠାରୁ, ବହୁତ ଭୋକ ଲାଗିଲେ ବି ସନ୍ତୁଷ୍ଟ ରହିବା, ମାଲିକର ବିଶ୍ୱାସୀ ହେବା ଏହା କୁକୁର ଠାରୁ ଶିଖିବା ଉଚିତ ।

ଚାଣକ୍ୟ କୁହନ୍ତି କି ଯଦି ଟଙ୍କା ନଷ୍ଟ ହୋଇଯାଏ, ମନର ଶାନ୍ତି ଭାଙ୍ଗି ଯାଏ ତେବେ ଏହି ସବୁ କଥାକୁ ବୁଦ୍ଧିମାନ ଲୋକମାନେ କାହାକୁ ବି କୁହନ୍ତି ନାହିଁ । ଚାଣକ୍ୟ କୁହନ୍ତି କି ନିଜ ହାତ ଦ୍ଵାରା କରିଥିବା କାମ ସର୍ବଶ୍ରେଷ୍ଠ ହୋଇଥାଏ । ସେଥିପାଇଁ ନିଜ କାମ ନିଜେ କରିବା ଉଚିତ । ଅଯଥା ଖର୍ଚ୍ଚ କରୁଥିବା ଲୋକ ଓ ଅନ୍ୟ ଲୋକମାନଙ୍କ ସହ ଝଗଡା କରନ୍ତି ସେମାନେ କେବେ ବି ସୁଖରେ ରୁହନ୍ତି ନାହିଁ ।

ଏହା ଛଡା ସବୁବେଳେ ଗୁରୁଙ୍କର ସେବା କରିବା ଉଚିତ । କୌଣସି କାମ ଆରମ୍ଭ କରିବା ପୂର୍ବରୁ ନିଜକୁ ପ୍ରଶ୍ନ କରିବା ଉଚିତ ଏହି କାମ ମୁଁ କାହିଁକି କରୁଛି, ଏଥିରେ ମୋତେ କଣ ଲାଭ ମିଳିବ ଏହି ସମସ୍ତ ପ୍ରଶ୍ନର ଜବାବ ନିଜେ ଖୋଜିବା ଉଚିତ । ଏହା ପରେ କାମ ଆରମ୍ଭ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।