କରୋନା ମଧ୍ୟରେ ମଣିଷର ଅବସ୍ଥା ଖରାପ, କିନ୍ତୁ ସିଂହ ଭାଲୁ ପଶୁ ପକ୍ଷୀ ଏମାନେ ସବୁଠୁ ଅଧିକ ଖୁସିରେ, ହେଲେ କାହିଁକି?

ଯେଉଁଠି ମନୁଷ୍ୟମାନଙ୍କ ଉପରେ କରୋନାର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଲା, ଅନ୍ୟ ପଟେ ଜଙ୍ଗଲରେ ରହୁଥିବା ପଶୁ ଓ ପକ୍ଷୀମାନଙ୍କ ଉପରେ ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଲା । ଯଦି ଇନ୍ଦୋରର ଜୁ ଅର୍ଥାତ ପ୍ରାଣୀ ସଂଗ୍ରହାଲୟର କଥାବାର୍ତ୍ତା କରିବା ତେବେ ଏଠି ବହୁତ ସଂଖ୍ୟାରେ ଜଙ୍ଗଲରେ ବାସ କରୁଥିବା ପଶୁ, ପକ୍ଷୀ ଓ ପ୍ରାଣୀମାନେ ବାସ କରୁଛନ୍ତି । କରୋନା କାରଣରୁ ଦେଶରେ ଲକଡାଉନ ଚାଲି ଥିଲା ଓ ସରକାରଙ୍କ ନିର୍ଦେଶ ଅନୁସାରେ ସମସ୍ତ ଚିଡିଆଖାନା ବି ବନ୍ଦ ଥିଲା ।

ଯେଉଁ କାରଣରୁ ଏହି ପଶୁ ପକ୍ଷୀମାନେ ମନୁଷ୍ୟଙ୍କ ଠାରୁ ଅଲଗା ରହିଲେ । କେବଳ ସେହି ବ୍ୟକ୍ତିମାନେ ଏମାନଙ୍କ ପାଖପାଖି ରହିଲେ ଯେଉଁମାନେ ଏମାନଙ୍କ ଭୋଜନ ଇତ୍ୟାଦିର ବ୍ୟବସ୍ଥା କରୁଥିଲେ ।

ଲକଡାଉନ ଦିନରେ ଏହି ପ୍ରାଣୀମାନଙ୍କ ପାଇଁ ସମୟ ଅନ୍ୟ ଦିନ ଠାରୁ ବହୁତ ଭଲ ଥିଲା । କାରଣ ଏମାନଙ୍କୁ କେହି ବି ଦେଖିବାକୁ ଆସିଲେ ନାହିଁ । ଯାହା ଦ୍ଵାରା ଏମାନଙ୍କୁ ଜଙ୍ଗଲ ଭଳି ଶାନ୍ତ ପରିବେଶ ମିଳିଲା । କହିବାକୁ ଗଲେ କରୋନା ସମୟରେ କିଛି ଭଲ ଜିନିଷ ବି ହୋଇଛି ଓ କିଛି ଖରାପ ବି ହୋଇଛି । ଏହି ପଶୁମାନଙ୍କୁ ଜୁ ମଧ୍ୟରେ ହିଁ ଏକ ଶାନ୍ତ ଜଙ୍ଗଲର ପରିବେଶ ମିଳିଥିଲା । ଏମାନଙ୍କ ସ୍ୱାସ୍ଥ୍ୟ ବି ବାକି ଦିନ ଅପେକ୍ଷା ବହୁତ ଭଲ ରହିଛି ।

କିନ୍ତୁ ଏହି କରୋନା ସମୟରେ ଜୁ କୁ ଆର୍ଥିକ ଅସୁବିଧା ବି ହେଉ ଥିଲା । କିନ୍ତୁ ପଶୁମାନଙ୍କ ଖାଦ୍ୟ ଉପରେ ଏହାର କୌଣସି ବି ପ୍ରକାରର ପ୍ରଭାବ ପଡି ନାହିଁ । ସମସ୍ତ ପଶୁ ପକ୍ଷୀମାନଙ୍କୁ ସେମାନଙ୍କ ଡାଇଟ ପ୍ଳାନ ଅନୁସାରେ ହିଁ ଭୋଜନ ଦିଆ ଯାଇଛି । ଏମିତିରେ ଉଚିତ ସମୟରେ ଭୋଜନ ଓ ଜୁ ରେ କେହି ବି ଉପସ୍ଥିତ ନ ରହିବାରୁ ଜୁ ରେ ରହୁଥିବା ସବୁ ପଶୁ ପକ୍ଷୀ ନିଜକୁ ସୁରକ୍ଷିତ ମନେ କରୁଥିଲେ । ଏହି ସମୟରେ ସେମାନେ ଅତ୍ୟଧିକ ଖୁସି ବି ନଜର ଆସୁ ଥିଲେ ।

ଏହି କରୋନା ସମୟରେ ଯେଉଁଠି ମନୁଷ୍ୟମାନେ ଘରେ ରହି ନିଜକୁ ଅଶାନ୍ତ ଅନୁଭବ କରୁଥିଲେ । କିନ୍ତୁ ଅନ୍ୟ ପଟେ ପ୍ରାଣୀ ସଂଗ୍ରହାଲୟର ନିୟମ ମଧ୍ୟରେ ରହି ଏହି ପ୍ରାଣୀ ଓ ଅନ୍ୟ ଜୀବମାନେ ନିଜକୁ ଅଧିକ ସୁରକ୍ଷିତ ଓ ଖୁସି ଅନୁଭବ କରୁଥିଲେ । କରୋନା କାଳ ମଧ୍ୟରେ ଏହି ପଶୁମାନଙ୍କୁ ଏକ ଅସଲ ଜଙ୍ଗଲର ପରିବେଶ ମିଳିଛି । ଆପଣଙ୍କୁ କହିଦେଉଛୁ କି ଇନ୍ଦୋରର ଜୁ ଅର୍ଥାତ ପ୍ରାଣୀ ସଂଗ୍ରହାଲୟକୁ କରୋନା କାଳ ମଧ୍ୟରେ ପାଖପାଖି ୨ କୋଟି ରଙ୍କା କ୍ଷତି ହୋଇଛି । ଇନ୍ଦୋରର ଜୁ ଅର୍ଥାତ ପ୍ରାଣୀ ସଂଗ୍ରହାଲୟରେ ୬୪୨ ପଶୁ ଓ ପକ୍ଷୀ ଅଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।