ଓଡିଆ ଢଗ ଢମାଳି, କଣ ଆପଣଙ୍କୁ ଜଣାଅଛି ଏହି ମଜାଦାର 8ଟି ପ୍ରଶ୍ନର ଉତ୍ତର

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଚୁ ଢଗ ଢମାଳି ର କେତେକ ପ୍ରଶ୍ନ ଏବଂ ଉତ୍ତର । ଏହି ପ୍ରଶ୍ନ ଉତ୍ତର ବହୁତ୍ ମଜାଦାର ଏବଂ ଶିକ୍ଷଣୀୟ ମଧ୍ୟ । ଏହି ପ୍ରଶ୍ନ ଉତ୍ତର ଜାଣିବା ପରେ ଏହାକୁ ନିଜ ପିରିବର ଲୋକ, ସାଙ୍ଗ ସାଥି ଙ୍କ ସହିତ ଆଲୋଚନା କରନ୍ତୁ ଏବଂ ଖୁସି ବାଣ୍ଟନ୍ତୁ । ତେବେ ଚାଲନ୍ତୁ ଜାଣିବା ଏହି ପ୍ରଶ୍ନ ଉତ୍ତର ।

ପ୍ରଶ୍ନ ୧:- ଏଭଳି ସ୍ଥାନରେ ଘର କରିଅଛି ସେହି ଯାଉଥାଏ ସେହି ଆସୁଥାଏ ଦେଖି ନ ପାରନ୍ତି କେହି?

ଉତ୍ତର:- ନିଃଶ୍ୱାସ

ପ୍ରଶ୍ନ ୨:- ଦଉଡ଼ି ଗଲି ଦଉଡ଼ି ଗଲି ନାନା ଭାଇ ଘର ବିଲକୁ ଗାମୁଛା କାନିରେ ବାନ୍ଧି ଆଣିଲି ଧୋବା ଫରଫର ଫୁଲକୁ?

ଉତ୍ତର:- ଛତୁ

ପ୍ରଶ୍ନ ୩:- କ୍ଷୀର ସମୁଦ୍ରରେ କରେ ମୁଁ ବାସ ଦେଖନ୍ତିନି ମତେ କେହି ସମୁଦ୍ର ମନ୍ଥରେ ହୋଇଲେ ଶେଷ ମୋ ରୂପ ଦେଖିକି ତୁହି?

ଉତ୍ତର:- ଲହୁଣୀ

ପ୍ରଶ୍ନ ୪:- ଗୁମ୍ଫା ଭିତରେ ତାହାରି ଘର ବତିଶି ପ୍ରହରୀ ଜଗନ୍ତୀ ଦ୍ଵାର?

ଉତ୍ତର:- ଜିଭ

ପ୍ରଶ୍ନ ୫:- କାଟି କରି ତା ମୁଣ୍ଡ ଦେଲି ତାକୁ ମୃତ ହସିଲା ସେ କିରି କିରି, ଯେତେ କାଟିଲେ ବି ପାରିବନି ମତେ ମାରି?

ଉତ୍ତର:- ନଖ

ପ୍ରଶ୍ନ ୬:- ଟିକି ଟିକି ସାନ ଝରକା ଦୁଇଟି ଖୋଲିଲେ ଦୁନିଆ ଦିଶେ ବନ୍ଦ କରିଦେଲେ ଟିକିଏ ତାହାକୁ ଅନ୍ଧାର ମାଡି ଆସେ?

ଉତ୍ତର:- ଆମର ଦୁଇଟି ଆଖି

ପ୍ରଶ୍ନ ୭:- ପୋଷା ମାନେ କିନ୍ତୁ ନୁହେଁ ସେ ପ୍ରାଣୀ, ଶୁଖିଲା ଖାଏ ସେ ପିଏନି ପାଣି ପେଚା ନୁହଁ କିନ୍ତୁ ଅନ୍ଧାର ଦେଖେ ସାହାଯ୍ୟ କରେ ସେ ରଖିଲେ ପାଖେ?

ଉତ୍ତର:- ଟର୍ଚ୍ଚ

ପ୍ରଶ୍ନ ୮:- ସଳଖ ମୋର ଗୋଡ଼ ମୁହଁଟି ବଙ୍କା, ବଙ୍କା ଲୋକର ପାଖରେ ଥିଲେ ନଥାଏ ତାର ଶଙ୍ଖା ?

ଉତ୍ତର:- ବାଙ୍କୁଲି ବାଡି

ଏହା ଥିଲା ଆଜିର କିଛି ଢଗ ଢମାଳି ର ମଜାଦାର ପ୍ରଶ୍ନ ଉତ୍ତର ତେବେ ଆଶା କରୁଛୁ ଆପଣଙ୍କୁ ନିଶ୍ଚିତ ପସନ୍ଦ ଆସିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।