ମନୁଷ୍ୟ କୁ ସବୁବେଳେ ଏହି ୯ ଟି କଥା ଗୁପ୍ତ ରଖିବା ଉଚିତ, ନହେଲେ ବର୍ବାଦୀ ସୁନିଶ୍ଚିତ- Shukra Niti 

ମହାନ ଗୁରୁ ଶୁକ୍ରଚାର୍ଯ୍ୟଙ୍କ ନୀତି ଅନୁସାରେ ମନୁଷ୍ୟକୁ ଏହି ୯ ଟି କଥା ସବୁବେଳେ ଅନ୍ୟମାନଙ୍କ ଠାରୁ ଗୁପ୍ତ ରଖିବା ଉଚିତ । ଏହି ଗୁପ୍ତ କଥା ଅନ୍ୟକୁ କହିଦେଲେ ସବୁ ବେଳେ ସମସ୍ୟାରେ ପଡିଥାଏ । ଯେତେ ଆପଣାର ହୋଇଥିଲେ ବି ଏହି ଗୁପ୍ତ କଥା କାହାକୁ କହିବା ଉଚିତ ନୁହେଁ । କଥା କଥାରେ କିଛି ବ୍ୟକ୍ତି କିଛି ଏପରି ନିଜର ଗୁରୁତ୍ୱପୂର୍ଣ୍ଣ ଗୁପ୍ତ କଥା କହି ଦେଇଥାନ୍ତି ଯାହାକୁ ଆଧାର କରି ଅନ୍ୟମାନେ ସେହି ବ୍ୟକ୍ତିକୁ ବହୁତ ହଇରାଣ କରିଥାନ୍ତି ତ ଏବେ ଆସନ୍ତୁ ଜାଣିବା ସେହି ୯ଟି  ଗୁପ୍ତ କଥା ବିଷୟରେ ।

ଆୟୁ- ସାଧାରଣ ଭାବେ କୌଣସି ବୁଦ୍ଧିମାନ ବ୍ୟକ୍ତି କୁ ନିଜର ଆଉ ବିଷୟରେ ଅନ୍ୟ ମାନଙ୍କ କେବେବି ଜଣାଇବା ଉଚିତ ନୁହେଁ । କାହିଁକି ନା ଆୟୁ ମାଧ୍ୟମ ରୁ ମନୁଷ୍ୟର କ୍ଷମତା ବିଷୟ ରେ ଜାଣି ହୁଏ । ଯଦି ବୟସରେ ବ୍ୟକ୍ତି ବଡ଼ ହୋଇ କୌଣସି କାର୍ଯ୍ୟରେ ଅକ୍ଷମ ହୋଇଥାଏ ତେବେ ତାକୁ ଅପମାନିତ କାରାଯାଇଥାଏ । ଆୟୁ ବା ବୟସରୁ ହିଁ ତାର ବୁଦ୍ଧିମତା ବିଷୟରେ ଜଣା ପଡେ । ଏଥିପାଇଁ ଛୋଟ ଆୟୁର ବ୍ୟକ୍ତିଙ୍କ ଠାରୁ ବି ଅପମାନିତ ହେବାକୁ ପଡିପାରେ । ଏଥିପାଇଁ ମନୁଷ୍ୟକୁ ନିଜର ଆୟୁକୁ ସମସ୍ତଙ୍କ ଠାରୁ ଗୁପ୍ତ ରଖିବା ଉଚିତ ।

ଘରର ଭେଦ

ମନୁଷ୍ୟ ନିଜ ଘରର କଲି କୁ ବାହାରେ ପ୍ରକାଶ କରିଦିଏ ବା କାହାଠାରୁ ଏହା ବିଷୟରେ ପରାମର୍ଶ ନେଇଥାଏ । ଏହା କରିବା ଦ୍ୱାରା ଅନ୍ୟମାନେ ଏହାର ଫାଇଦା ଉଠାଇ ଆପଙ୍କ ଘରେ ଆହୁରି ସମସ୍ୟା ସୃଷ୍ଟି କରି ପାରନ୍ତି ।

ଧନ

ମନୁଷ୍ୟକୁ ନିଜର ରୋଜଗାର ବା ଧନ ବିଷୟରେ ଅନ୍ୟକୁ କହିବା ଉଚିତ ନୁହେଁ । ଧନରୁ ହିଁ ପରିଚୟ ମିଳିଥାଏ । ଯଦି ଆପଣଙ୍କର ରୋଜଗାର କାମ ଅଛି ତେବେ ଲୋକ ମାନେ ଆପଣଙ୍କୁ ତୁଚ୍ଛ ମନେ କରନ୍ତି । ଅଧିକ ରୋଜଗାର ଥିଲେ ଲୋକ ମସନେ ଉଧାର ମାଗିବାକୁ ଆସିପାରନ୍ତି । ଔଷଧ ମନୁଷ୍ୟକୁ ନିଜର ଔଷଧ ବା ଗମ୍ଭୀର ରୋଗ ବିଷୟରେ କାହାକୁ କହିବା ଉଚିତ ନୁହେଁ କାହିଁକି ଏହାଦ୍ୱାରା ଆପଣଙ୍କୁ ଲୋକମାନେ ଘୃଣା କରିପାରନ୍ତି ।

ଦାନ

କୌଣସି ଦେଇଥିବା ଦାନକୁ ଗୁପ୍ତ ରଖିବା ଉଚିତ କାହିଁକି ନା ଅନ୍ୟକୁ ଦେଇଥିବା ଦାନ ପ୍ରକାଶ କରିଲେ ଏହାର କୌଣସି ଲାଭ ମିଳେ ନାହିଁ ।

ମନ୍ତ୍ର

ମନୁଷ୍ୟକୁ ନିଜ ଗୁରୁ ଦ୍ୱାରା ଦେଇଥିବା ମନ୍ତ୍ରକୁ ଅନ୍ୟକୁ କହିଦେଲେ ସେହି ମନ୍ତ୍ରର ପ୍ରଭାବ କମି ଯାଇଥାଏ ।

ମାନ

ମନୁଷ୍ୟକୁ ନିଜ ମାନ ସମ୍ମାନକୁ ଅନ୍ୟ ଆଗରେ ଦେଖେଇହେବା ଉଚିତ ନୁହେଁ କାରଣ ଯଦି ଆପଣ କୌଣସି ଭୁଲ କରି ବସନ୍ତି ତେବେ ଅନ୍ୟ ମାନେ ଆପଣଙ୍କୁ ବହୁତ ଦବନାମ କରିବେ ।

ଅପମାନ

ମନୁଷ୍ୟକୁ ଅପମାନ ବିଷୟରେ କାହାକୁ କହିବା ଉଚିତ ନୁହେଁ । କାହିଁକି ନା ଏହା ସମାଜରେ ପ୍ରଚାର ହୋଇଗଲେ ଆପଣ କାହାକୁ ମୁହଁ ଦେଖାଇ ପାରିବେ ନାହିଁ ।

କାମ କ୍ରିୟା

ମନୁଷ୍ୟକୁ ନିଜ ସ୍ତ୍ରୀ ସହ ଅନ୍ତରଙ୍ଗ ସମ୍ପର୍କ ବା ପ୍ରେମ ସମ୍ପର୍କ କାହାକୁ କହିବା ଉଚିତ ନୁହେଁ । ସ୍ୱାମୀ ଦ୍ୱାରା ସ୍ତ୍ରୀ ଯଦି ସନ୍ତୁଷ୍ଟ ନୁହେଁ କିମ୍ବା ସ୍ତ୍ରୀ ର ବ୍ୟବହାର ଅତ୍ୟନ୍ତ କାମୁକ ପ୍ରାକୃତିର ହୋଇଥାଏ , ଏହା ବାହାରେ ପ୍ରକାଶ ହୋଇଗଲେ ଅନର୍ଥ ହୋଇଥାଏ । ଏଥିପାଇଁ ଏହି ୯ ଟି ଗୁପ୍ତ କଥା ମନୁଷ୍ୟ କାହାକୁ କହିବା ଉଚିତ ନୁହେଁ ।

ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଟି ପସନ୍ଦ ଆସିଥିବ ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରି ନିଅନ୍ତୁ ଏବଂ ଏହାକୁ ସେୟାର୍ ମଧ୍ୟ କରନ୍ତୁ ଧନ୍ୟବାଦ ।