ମଣିଷ ଜୀବନ ନଷ୍ଟ ହେବାର ୩ ଟି କାରଣ, ଗୀତାରେ ନିଜେ ଶ୍ରୀକୃଷ୍ଣ ହିଁ କହିଛନ୍ତି

୫୦୦୦ ବର୍ଷ ପୂର୍ବେ ଭଗବାନ ଶ୍ରୀ କୃଷ୍ଣ ଶ୍ରୀମଦଭଗବତଗୀତାରେ ମଣିଷର ଜୀବନ ବର୍ବାଦ ହେବାର ତିନୋଟି କାରଣ ବିଷୟରେ ଉଲ୍ଲେଖ କରିଛନ୍ତି । ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ତିନୋଟି କାରଣକୁ ଏକ ଛୋଟ କାହାଣୀ ମାଧ୍ୟମରେ କହିବାକୁ ଯାଉଛୁ ।

ଦିନେ ଜଣେ ରାଜା ହିମାଳୟରେ ତପସ୍ୟା କରୁଥିବା ଜଣେ ତପସ୍ଵୀ ପାଖକୁ ଆସିଲେ, ଯିଏକି ବହୁତ କ୍ରୋଧିତ ଏବଂ କ୍ରୂର ଥିଲେ । କିନ୍ତୁ ଯେତେବେଳେ ସେ ସନ୍ୟାସୀଙ୍କ ସହ ଦେଖା କରିଲେ ସେତେବେଳେ ତାଙ୍କର ମନ ଶାନ୍ତ ହୋଇଗଲା ଓ ସେ ଖୁସି ଅନୁଭବ କଲେ । ଏହା ପରେ ସେ ସେହି ସନ୍ୟାସୀଙ୍କୁ ଡାକି ନିଜ ଦରବାରରେ ଭୋଜନ କରିବାକୁ ଦେଲେ ।

ସନ୍ୟାସୀ ଜଣକ ଭୋଜନ ସାରି ଯିବା ସମୟରେ ରାଜା ଜଣକ କହିଲେ କି ଆପଣ ଆମ ବଗିଚାରେ ସବୁଦିନ ପାଇଁ ରହି ପାରିବେ । ମୁଁ ଆପଣଙ୍କର ସମସ୍ତ ଦରକାରୀ ଜିନିଷ ଯୋଗାଇ ଦେବି । ଏହା ପରେ ସନ୍ୟାସୀ ଜଣକ ରାଜାଙ୍କ କଥାରେ ରାଜି ହୋଇଗଲେ ଏବଂ ବଗିଚାରେ ରାଜାଙ୍କ ସନ୍ୟାସୀଙ୍କ ପାଇଁ ଏକ ଚାଳଘର ପ୍ରସ୍ତୁତ କରିଦେଲେ ଏବଂ ରାଜା ସବୁଦିନ ସନ୍ୟାସୀଙ୍କର ସେବା ମଧ୍ୟ କରିବାକୁ ଲାଗିଲେ ।

ଦିନେ ରାଜା ପଡୋଶୀ ରାଜ୍ୟ ଚାଲିଗଲେ ଏବଂ ରାଣୀଙ୍କୁ ସନ୍ୟାସୀଙ୍କର ସେବା କରିବା ପାଇଁ ନିର୍ଦେଶ ଦେଲେ । ରାଣୀ ସବୁଦିନ ଭୋଜନ ପ୍ରସ୍ତୁତ କରି ସନ୍ୟାସୀଙ୍କୁ ପଠାଇ ଦେଉଥିଲେ । ଦିନେ ଭୋଜନ ଆସିବାରେ ବିଳମ୍ବ ହେବାରୁ ସନ୍ୟାସୀ ଜଣକ ବହୁତ କ୍ରୋଧିତ ହୋଇଗଲେ । ଏହା ପରେ ସେବକ ସନ୍ୟାସୀଙ୍କୁ କ୍ଷମା ମାଗିଲେ ।

ଏହା ପରେ ପୁଣି ଦିନେ ରାଣୀ ଗାଧୋଇବାକୁ ଚାଲିଗଲେ ଏବଂ ସନ୍ୟାସୀଙ୍କୁ ଭୋଜନ ପଠାଇବାକୁ ଭୁଲିଗଲେ । ଏହା ପରେ ଭୋଜନ ନ ଆସିବାରୁ ସନ୍ୟାସୀ ଅପେକ୍ଷା କରି ଶେଷରେ ରାଜମହଲକୁ ଗଲେ । ହଠାତ ସନ୍ୟାସୀଙ୍କର ନଜର ରାଣୀଙ୍କ ଉପରେ ପଡିଲା ଏବଂ ସେ ରାଣୀଙ୍କର ଅଦ୍ଭୁତ ରୂପକୁ ଦେଖି ଚକିତ ଗଲେ । ରାଣୀଙ୍କର ସୁନ୍ଦରତାରେ ସନ୍ୟାସୀ ଜଣକ ମୋହିତ ହୋଇଗଲେ ।

ରାଜା କିଛି ଦିନ ପରେ ଫେରିଆସିଥିଲେ ଏବଂ ସନ୍ୟାସୀ ଜଣକ ରାଜାଙ୍କୁ କହିଲେ କି ମୁଁ ରାଣୀଙ୍କ ବିନା ବଞ୍ଚି ପାରିବି ନାହିଁ । ରାଜା ସନ୍ୟାସୀଙ୍କୁ ରାଣୀ ପ୍ରଦାନ କରିଦେଲେ । ଏହା ପରେ ସନ୍ୟାସୀ ଜଣକ ଯେତେବେଳେ ରାଣୀଙ୍କୁ ନେଇ ନିଜ ଚାଳଘରେ ପହଞ୍ଚିଲେ ସେତେବେଳେ ରାଣୀ କହିଲେ କି ଆମର ରହିବା ପାଇଁ କୌଣସି ଘର ନାହିଁ । ଏହା ପରେ ସନ୍ୟାସୀ ରାଜାଙ୍କୁ ଯାଇ କହିଲେ କି ଆମର ରହିବା ପାଇଁ ଘର ଓ କିଛି ସାମଗ୍ରୀ ଦରକାର ।

ଏହା ପରେ ରାଜା ତାଙ୍କର ସମସ୍ତ ସୁବିଧା କରିଦେଲେ । ସନ୍ୟାସୀ ଏବଂ ରାଣୀ ନୂଆ ଘରକୁ ଚାଲିଗଲେ । ରାଣୀ କହିଲେ କି ଆପଣ ଜାଣି ପାରୁଛନ୍ତି କି ଆପଣ କଣ ଥିଲେ କଣ ହୋଇଗଲେ । ଆପଣ ଜଣେ ମହାନ ସନ୍ୟାସୀ ଥିଲେ କିନ୍ତୁ ଆଜି ଆପଣ ନିଜ କାମନାରେ ମୋର ଗୁଲାମ ହୋଇଗଲେ । ଏହା ପରେ ସନ୍ୟାସୀ ଜଣକ ଚିନ୍ତା କରିଲେ କି ମୁଁ ସମସ୍ତ ସୁଖ ସୁବିଧା ଛାଡି ଦେଇ ଶାନ୍ତି ପାଇଁ ହିମାଳୟକୁ ଚାଲି ଯାଇଥିଲି ।

ମୋତେ ଜଙ୍ଗଲରେ ଠିକ ସମୟରେ ଖାଇବାକୁ ମିଳୁ ନଥିଲା । କିନ୍ତୁ ଆଜି ମୁଁ ଏଠି କଣ କରୁଛି । ସନ୍ୟାସୀ ଜଣକ ନିଜର ଭୁଲ ଜାଣି ପାରି ରାଜାଙ୍କୁ ରାଣୀ ଫେରାଇ ଦେଲେ । ସନ୍ୟାସୀ ଜଣକ କହିଲେ କି ଏଠାରେ ମୁଁ ସମସ୍ତ ସୁଖ ସୁବିଧା ପାଇଲି ଓ ଏ ସବୁର ମୋହରେ ଫସିଗଲି । ଏହି ସବୁ ପାଇବାର ଲୋଭ ବଢିଲା ଏବଂ ଯେତେବେଳେ ଏହି ସବୁ ପାଇଲି ନାହିଁ ସେତେବେଳେ କ୍ରୋଧ ବଢିଲା । ଠିକ ଏହି କଥା ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦଭଗବତଗୀତାରେ କହିଛନ୍ତି କି ନର୍କର ତିନୋଟି ଦ୍ଵାର ଓ ତାହା ହେଉଛି ଲୋଭ, କ୍ରୋଧ, କାମନା ।

ସାଙ୍ଗମାନେ ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ । ସେଆର କରିବେ ଅନ୍ୟମାନଙ୍କ ସହିତ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।