ଆଜିର ରାଶିଫଳ 11 ଏପ୍ରିଲ 2019, ଗୁରୁବାର – ମା ଲକ୍ଷ୍ମୀ ଏହି ୪ଟି ରାଶି ଉପରେ କୃପା କରିବେ

ମେଷ

ଆଜିର ଦିନ ଆତ୍ମନିର୍ଭରତାର ଦିନ ଅଟେ । ମନେରଖନ୍ତୁ ନିଜର ସବୁ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିଜେ ସମାପନ କରନ୍ତୁ । ଯଦି ଏହି କାର୍ଯ୍ୟ ପାଇଁ ଆପଣ ଆଉ କାହା ଉପରେ ନିର୍ଭର କରିବେ ତାହାହେଲେ ଆପଣ ନିରାଶ ହେବେ । ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ଆପଣ କେତେ କଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ ବିଷୟରେ ଚ଼ିନ୍ତା କରିବେ ଏବଂ ଭବିଷ୍ୟତରେ କଣ କରିବେ ମଧ୍ୟ ଯୋଜନା କରିବେ । ଆପଣ ଭବିଷ୍ୟତରେ ଉପଯୁକ୍ତ ପାଇବା ପାଇଁ ଏହା ସାହାଯ୍ୟ କରିବ । ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ । ଯଶ କୀର୍ତ୍ତି ପ୍ରାପ୍ତ ହେବାରେ ସରଳତା ରହିବ । ବ୍ୟାପାର କ୍ଷେତ୍ରରେ ଭାଗିଦାରୀ ସହିତ ସମ୍ବନ୍ଧ ସକାରାତ୍ମକ ରହିବ । ବସ୍ତ୍ରାଭୂଷଣର କ୍ରୟରେ ମନ ଆନନ୍ଦିତ ହେବ । ପ୍ରତିକାର-ଗୁଡ଼ ଓ ଗହମ ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ବୃଷ

ଆଜି ଆପଣ ହଠାତ୍ କୌଣସି ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ ଯାହାଦ୍ୱାରା ଆପଣ ବହୁତ ଖୁସି ହେବେ । ଆଜି ଆପଣ ପୁରୁଣା ବନ୍ଧୁଙ୍କ ସହିତ ପୁରୁଣା ସ୍ମୃତି ସବୁମନେ ପକାଇପାରନ୍ତି । ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ । ମାନସିକ ରୂପରେ ଦ୍ଵିଧା ଅନୁଭବ ହେବାରୁ କୌଣସି ନିଶ୍ଚିତ ନିର୍ଣ୍ଣୟ ନେବାରେ କଷ୍ଟ ହୋଇପାରେ । ନିରର୍ଥକ ଖର୍ଚ୍ଚରୁ ବଞ୍ଚନ୍ତୁ । ବାଣୀ ଉପରେ ନିୟନ୍ତ୍ରଣ ନ ରଖିବାରେ ପରିଜନମାନଙ୍କ ସହିତ ମନମାଳିନ୍ୟ ହେବାର ଆଶଂକା ଅଛି, ପ୍ରତିକାର-ଗୁଡ଼ ଓ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ

ମିଥୁନ

ଆଜି ଆପଣଙ୍କର ହିଁ ଦିନ , କାରଣ ସମସ୍ତଙ୍କର ଆଖି ଆଜି ଆପଣଙ୍କର ସଫଳତା ଏବଂ ଯୋଗ୍ୟତା ପାଇଁ ଆପଣଙ୍କୁ ନୂଆ ପରିଚ଼ୟ ମିଳିବ । ଆଜି ଆପଣ ନିଜର ପ୍ରିୟଜନଙ୍କ ସହିତ ସମୟ ବିତାଇବେ । ଏହି ଅବସରର ପୁରା ଲାଭ ଉଠାନ୍ତୁ । ଯଦି ଆପଣଙ୍କ ବନ୍ଧୁ କିମ୍ବା ଆତ୍ମୀୟସଜ୍ଜନ ବିଦେଶରୁ ଆସୁଥାନ୍ତି , ତେବେ ବୋଧହୁଏ ସେ ଆଜି ଆପଣଙ୍କ ଘରକୁ ଆପଣଙ୍କୁ ଭେଟିବା ପାଇଁ ଆସିବେ । ସେଥିପାଇଁ ନିଜ ଘରକୁ ସଫାସୁତୁରା କରନ୍ତୁ । ଆଜି ଦିନ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥତାର ଅନୁଭବ କରିପାରନ୍ତି । ବ୍ୟର୍ଥ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ, ପ୍ରତିକାର-ଗାଈକୁ କିଛି ଖାଦ୍ୟ ଦେବେ ।

କର୍କଟ

ଆଜି ଆପଣ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟଟି ପୁରଣ ନକରିପାରନ୍ତି ସେଥି ପାଇଁ ସଚ଼େତନ ହେବା ଆବଶ୍ୟକ । ଯଦି ଆପଣ କୌଣସି ଚ଼ାକିରୀ କିମ୍ବା ଛାତ୍ରବୃତ୍ତି ପାଇଁ ଆବେଦନ କରୁଛନ୍ତି ତାହେଲେ ସତର୍କ ରୁହନ୍ତୁ । କୌଣସି ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଯଦି ଆପଣ କୌଣସି ବଡ଼ ଝଗଡ଼ାରେ ନା ଅଡ଼ୁଆରେ ପଡ଼ିଯାଇଛନ୍ତି , ତେବେ ତାକୁ ଶୀଘ୍ର ଠିକ୍ କରନ୍ତୁ । ଶାରୀରିକ ଏବଂ ମାନସିକ ରୂପରେ ଆପଣଙ୍କ ସ୍ଵାସ୍ଥ୍ୟ ପ୍ରସନ୍ନତାରେ ପୂର୍ଣ୍ଣ ରହିବ । ଉତ୍ସାହପୂର୍ଣ୍ଣ ବାତାବରଣ ହେବାରୁ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବାର ପ୍ରେରଣା ମିଳିବ । ପାରିବାରିକ ବାତାବରଣରେ ସୁଖ-ଶାନ୍ତି ବନି ରହିବ ।

ସିଂହ

ଆଜି ଆପଣଙ୍କ ଘରେ ସୁଖ ଶାନ୍ତିର ବାତାବରଣ ହୋଇପାରିଛି । ନିଜ ପରିବାର ସାଂଗରେ କଟାଉଥିବା ସମୟର ପରିପୂର୍ଣ୍ଣ ଆନନ୍ଦ ନିଅ । ଆପଣ ବିଦେଶୀ କଥା ହେବେ ଏବଂ ପରସ୍ପର ଭିତରେ ମଜା କରିବେ । ଆପଣ ଛୋଟ ଛୋଟ ଖୁସି ନିଜ ପରିବାରର ଲୋକଙ୍କ ସହିତ ବାଣ୍ଟିବେ । ଆପଣଙ୍କୁ ବିଦେଶ ଯିବା ପାଇଁ ନିମନ୍ତ୍ରଣ ମିଳିପାରେ ସେଥିପାଇଁ ସଜାଗ୍ ରୁହନ୍ତୁ ଏବଂ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । କିନ୍ତୁ ଆପଣଙ୍କୁ ମିତବ୍ୟୟୀ ହେବାକୁ ପଡ଼ିବ । ଆପଣଙ୍କ ସ୍ଵାସ୍ଥ୍ୟ ଆଜି ଭଲ ରହିବ । ବ୍ୟବସାୟିକ କ୍ଷେତ୍ରରେ ଲାଭ ହେବ । ସାଥିରେ କାମ କରୁଥିବା ଲୋକଙ୍କର ସହଯୋଗ ପ୍ରାପ୍ତ ହେବ । ପରିଜନମାନଙ୍କ ସହିତ ଆପଣ ସମୟ ଆନନ୍ଦପୂର୍ବକ ବିତାଇ ପାରିବେ । ପ୍ରତିକାର-କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ ।

କନ୍ୟା

ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ । ଆଜି ଆପଣ ନିଜକୁ ପରିସ୍ଥିତି ସହିତ ଖାପଖୁଆଇ ଚ଼ଳିବାକୁ ଚ଼େଷ୍ଟା କରନ୍ତୁ । ଅସୁବିଧାଟି ଆସୁଥିବ ଏବଂ ଯାଉଥିବ କିନ୍ତୁ ଆପଣ ଏହାଜାଣିସାରିଛନ୍ତି ସକାରାତ୍ମକ ଭାବନା ରଖିଲେ ଆମେ ଆମ ଅସୁବିଧା ଗୁଡ଼ିକୁ ଭଲ ଭାବରେ ସମ୍ଭାଳି ପାରିବା । ଆଜିର ଦିନ ଆନନ୍ଦର ଦିନ ଅଟେ । ବ୍ୟାପାର ଏବଂ ଆୟରେ ବୃଦ୍ଧି ହେବ । ଆଜି ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର କୃପା ରହିବ । ପରିଜନ ଏବଂ ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦର ବାତାବରଣ ରହିବ । ନୂଆ ସଂପର୍କ ଏବଂ ପରିଚୟ ବ୍ୟାପାର କ୍ଷେତ୍ରରେ ଲାଭପ୍ରଦ ରହିବ । ଛୋଟ ଯାତ୍ରା ଆନନ୍ଦଦାୟୀ ରହିବ । ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ ।

ତୁଳା

ଆଜି ଆପଣଙ୍କୁ ଲାଗିବ ଯେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କର ଆଖପାଖ ଲୋକଙ୍କୁ ମଧ୍ୟ ଏହାହିଁ ଲାଗିବ । ଆଜି ଆପଣ ନିଜ ପରିବାର ଏବଂ କାର୍ଯ୍ୟାଳୟର ଲୋକମାନଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ପ୍ରମାଣିତ ହେବେ । ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ । ଆଜିର ଦିନ ଭାଗ୍ୟ ବୃଦ୍ଧି ହେବାର ଦିନ ଅଟେ । ବିଦେଶ କିମ୍ବା ଦୂର ଦେଶରୁ ଶୁଭ ସମାଚାର ପ୍ରାପ୍ତ ହେବ । ଛୋଟ ପ୍ରବାସ କିମ୍ବା କୌଣସି ଧାର୍ମିକ ଯାତ୍ରାଯୋଗୁଁ ମନର ପ୍ରସନ୍ନତାରେ ବୃଦ୍ଧି ହେବ । ଶାରୀରିକ ରୂପରେ ମଧ୍ୟ ଆଜି ସୁସ୍ଥ ରହିବେ । ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ ।

ବିଛା

ଆଜି ଆପଣଙ୍କ ମନ ଓ ମସ୍ତିସ୍କ ଖୁବ୍ ମଜ୍ଜାରେ ରହିବ । ଆପଣଙ୍କ ମନ କାମରେ ବିଲକୁଲ ଲାଗିବନି ହୁଏତ ଆପଣ ନିଜ ଦାୟୀତ୍ତ୍ୱମାନ ମଧ୍ୟ ଉତ୍ତମ ରୁପେ ତୁଲାଇ ପାରିବେନି । ଆଜି ଦିନରେ ଆପଣଙ୍କର ମାନସିକ ଦୁଶ୍ଚିନ୍ତା ଅଧିକ ହେଇପାରେ । ପରିବାର ସଦଶ୍ୟ ମାନଙ୍କ ସହ ସମୟ ବିତାଇ ପାରନ୍ତି । ସାମୟିକ ନିରାପତ୍ତାର ଅଭାବ ଅନୁଭବ କରିବେ । କିନ୍ତୁ ଏହା ଖୁବ୍ ଶିଘ୍ର ଦୂର ହୋଇଯିବ । ମାନସିକ ରୂପରେ ଆଜି ଆପଣର ଉତ୍ସାହର ଅଭାବ ରହିବ, ଯାହାଦ୍ୱାରା ମନରେ ଅଶାନ୍ତି ରହିବ । ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ । ସ୍ଥାବର ସଂପତ୍ତିର କାଗଜପତ୍ର କରିବା ସମୟରେ ବିଶେଷ ଧ୍ୟାନ ରଖିବେ । ମାନହାନି ନ ହେଉ ଏହାର ଧ୍ୟାନ ରଖିବେ, ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ । ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ । ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ

ଆଜି ଆପଣ ବିଶ୍ରାମ କରନ୍ତୁ କାରଣ ଆପଣଙ୍କୁ କିଛି ସମସ୍ୟା ପାଇଁ ଅସୁବିଧା ହୋଇ ପାରେ । ବେଶୀ ଚ଼ିନ୍ତା କରନାହିଁ, ଆପଣଙ୍କର ସମସ୍ତ ସମସ୍ୟା ଶୀଘ୍ରହିଁ ଶେଷ ହୋଇଯିବ । କାର୍ଯ୍ୟ ସମ୍ପର୍କିତ ଭ୍ରମଣ କିମ୍ବା ଦର୍ଶନୀୟ ସ୍ଥାନ ବିତେଇବା ପାଇଁ କୋଉଁ ଆଡେ ଯାଇପାରନ୍ତି । ଏପ୍ରକାର ଭ୍ରମଣ ଫଳପ୍ରଦ ଏବଂ ଉପଭୋଗ କରିବେ । ଯଦି କାର୍ଯ୍ୟ ସମ୍ପର୍କିତ ଭ୍ରମଣ ହୋଇଥାଏ ସୁଫଳମିଳିବ । ମିତ୍ର ଏବଂ ପରିଜନମାନଙ୍କ ସହିତ ଆଜିର ଦିନ ଆନନ୍ଦ ପୂର୍ବକ ସମାପ୍ତ ହେବ । କୌଣସି ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ମଧ୍ୟ ହୋଇପାରେ । ବ୍ୟବସାୟୀ ଲୋକମାନଙ୍କ ପାଇଁ ସମୟ ଅନୁକୂଳ ଅଟେ, ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର

ଆଜି ଆପଣଙ୍କ ମନ କରିବ ଯେ , ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଗିତ ବଜାନ୍ତୁ ଓ ବନ୍ଧୁମାନଙ୍କ ସହ ଖୁସି ମଜ୍ଜା କରନ୍ତୁ । ଆଜି ଆପଣଙ୍କ ମନ ବନ୍ଧୁମାନଙ୍କ ସହ ମଜ୍ଜା କରିବାକୁ ଚ଼ାହୁଁଛି । ଆଜିକାଲି ଆପଣଙ୍କ ସମ୍ପର୍କ ସୁଧାରିବାରେ ଲାଗିଛନ୍ତି ଯେଉଁଥି ପାଇଁ ଆପଣ ଖୁସି ଅଛନ୍ତି । ଆଜି ଆପଣ ଯେତେ ଅଧିକ ସମୟ ପାରିବେ ଆପଣଙ୍କ ପରିବାରଙ୍କ ସହ କଟାନ୍ତୁ । ଶାରୀରିକ ଏବଂ ମାନସିକ ରୂପରେ ଆଜି ସମ୍ପୂର୍ଣ୍ଣ ଦିନ ପ୍ରସନ୍ନତା ରହିବ । ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟର ପ୍ରଶଂସା ହେବାରୁ କାର୍ଯ୍ୟ ପ୍ରତି ଉତ୍ସାହ ମଧ୍ୟ ବଢ଼ିବ । ସାଥିରେ କାମ କରୁଥିବା ଲୋକଙ୍କର ମଧ୍ୟ ସହଯୋଗ ପ୍ରାପ୍ତ ହେବ । ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ ।

କୁମ୍ଭ

ଭବିଷ୍ୟତର ଯୋଜନା କରିବା ପାଇଁ ଏହି ସମୟ ଉପଯୁକ୍ତ ।  ଆପଣଙ୍କ ମଧ୍ୟରୁ ଯେଉଁ ଲୋକମାନେ ଖରାପ ପରିସ୍ଥିତିର ସାମ୍ନାକରୁଛନ୍ତି, ସେମାନେ ନିଜର ରଣନୀତିରେ ପରିବର୍ତ୍ତନ ଆଣିବା ଉଚ଼ିତ୍ । ଏହା ଦ୍ୱାରା ଆପଣ ସହଜରେ ଲକ୍ଷ ପ୍ରାପ୍ତି କରିପାରିବେ । ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ , କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ସ୍ଵାସ୍ଥ୍ୟ ପ୍ରତି ଆଜି ଅଧିକ ଧ୍ୟାନ ରଖିବାର ଆବଶ୍ୟକତା ଅଛି । ସ୍ଵାସ୍ଥ୍ୟ ପଛରେ ଧନର ଖର୍ଚ୍ଚ ମଧ୍ୟ ହୋଇପାରେ । ଆଜି ଖାଇବା ପିଇବା ଘରେ ହିଁ କରନ୍ତୁ ତେବେ ଭଲ ହେବ । ଆଧ୍ୟାତ୍ମିକତା ପ୍ରତି ରୁଚି, ଧ୍ୟାନ ତଥା ଜପ ଆପଣଙ୍କୁ ଉଚିତ ମାର୍ଗକୁ ନେଇପାରିବ.ପ୍ରତିକାର-ବେଲ କାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ମୀନ

ଛାତ୍ରମାନେ ଯଦି ଖେଳ କୁଦ କରିବାକୁ କିମ୍ବା ସିନେମା ଦେଖିବାକୁ ଚାହୁଁଛନ୍ତି , ଏସମୟକୁ ଉପଯୁକ୍ତ ବ୍ୟବହାର କରନ୍ତୁ । ଆପଣ ମାନସିକ କ୍ଳାନ୍ତି ଭୋଗକରି ପାରନ୍ତି କିନ୍ତୁ ଅଧ୍ୟୟନକୁ ଅବହେଳା କରନ୍ତୁ ନାହିଁ । ଯଦି ଆପଣଙ୍କର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତ ହେବା ଆପଣ ଦେଖିବାକୁ ପାଇବେ । ଏହି ସୁସମ୍ପର୍କ ଦୁଇ ପକ୍ଷର ଚ଼େଷ୍ଟାର ପରିଣାମ ସୂରୂପ ହେବ । ବାଦ-ବିବାଦରେ ଫସନ୍ତୁ ନାହିଁ । ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ । ବିଦ୍ୟାର୍ଥିମାନଙ୍କପାଇଁ ଅଭ୍ୟାସରେ ସଫଳତା ପ୍ରାପ୍ତ ହେବାରେ ତାଙ୍କର ଉତ୍ସାହରେ ବୃଦ୍ଧି ହେବ । ପ୍ରତିକାର-ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ ।