ମୋଦୀଙ୍କ ବିଷୟରେ କହିଲେ କିଛି ଏମିତି… ଭାଇରାଲ ହେଲା ଆଫଗାନି ଭାଇଙ୍କ ନୂଆ ଭିଡିଓ

ବର୍ତ୍ତମାନ ଲୋକସଭା ନିର୍ବାଚନ ୨୦୧୯ର ସମୟ ଚାଲିଛି । ସେଥିପାଇଁ ବର୍ତ୍ତମାନ ସମସ୍ତେ ନିଜ ପାର୍ଟିକୁ ଉଞ୍ଚା ଦେଖାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହି ସମୟରେ ବହୁତ ଲୋକମାନେ ପିଏମ ମୋଦୀଙ୍କର ପ୍ରଶଂସା ବି କରୁଛନ୍ତି । ଯେଉଁଥିରେ କେବଳ ଭାରତ ଲୋକମାନେ ସାମିଲ ନାହାନ୍ତି ଅନ୍ୟ ଦେଶର ଲୋକମାନେ ବି ସାମିଲ ଅଛନ୍ତି । ସୋସିୟାଲ ମିଡିୟାରେ ଗତ କିଛି ଦିନ ହେବ ଆଫଗାନି ଭାଇର ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଯେଉଁଥିରେ ସେ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରୁଛନ୍ତି ।

ଭାଇରାଲ ହେଲା ଆଫଗାନି ଭାଇର ନୂଆ ଭିଡିଓ

ଆଫଗାନି ଭାଇଙ୍କର ଏକ ନୂଆ ଭିଡିଓ ଆସିଛି ଯେଉଁଥିରେ ସେ ପୁଣିଥରେ ମୋଦୀଙ୍କର ପ୍ରଶଂସା କରୁଛନ୍ତି । ସେ ପିଏମ ମୋଦୀଙ୍କ ପ୍ରଶଂସାରେ କହିଲେ କି – ମୋଦୀଙ୍କୁ ଜଣା ଅଛି ସାପ (ଆତଙ୍କି)ର ଫଣାକୁ କେମିତି ମରା ଯାଇଥାଏ । ଭୋଟ କରିବା ପାଇଁ ଅପିଲ କରିବା ସହିତ ଆଫଗାନି ଭାଇ ରାହୁଲ ଗାନ୍ଧୀଙ୍କୁ ଜଣେ ଭଲ ବ୍ୟକ୍ତି ବୋଲି ମଧ୍ୟ କହିଛନ୍ତି, କିନ୍ତୁ ନରେନ୍ଦ୍ର ମୋଦୀଙ୍କୁ ଟକ୍କର ଦେବା ପାଇଁ ତାଙ୍କର ସାହାସ ନାହିଁ ।

ସେ ଆଗକୁ କହିଲେ କି ନରେନ୍ଦ୍ର ମୋଦୀ ସମସ୍ତ ଦେଶମାନଙ୍କ ସହ ଭାଇଚାରାର ସମ୍ପର୍କ କରିଛନ୍ତି । ଏହିଭଳି ଅବସର ସେ ପାକିସ୍ତାନକୁ ବି ଦେଇଥିଲେ କିନ୍ତୁ ସେ ନିଜର ଅଭ୍ୟାସକୁ ବଦଲାଇଲା ନାହିଁ । ପାକିସ୍ତାନ କେବେ ବି ଭାରତର ବନ୍ଧୁ ହୋଇ ପାରିବ ନାହିଁ କିନ୍ତୁ ଆଫଗାନ ଭାରତର ଭଲ ବନ୍ଧୁ ହୋଇ ପାରିବ । ଭିଡିଓରେ ଆଫଗାନିଙ୍କର ହସ ଦେଖି ଜଣା ପଡୁଛି କି ସେ ପାକିସ୍ତାନକୁ କେତେ ଘୃଣା କରନ୍ତି ।

ଏହି ଭିଡିଓକୁ ବହୁତ ଲୋକମାନେ ସବୁ ପେଜରେ ଏବଂ ଗ୍ରୁପରେ ଶେୟାର କରୁଛନ୍ତି । କାରଣ ଏହି ବ୍ୟକ୍ତି ଜଣକ ସବୁବେଳେ ଭାରତ ପାଇଁ ଭଲ କଥା କହିଥାନ୍ତି ଓ ସବୁଠୁ ବଡ କଥା ଏହା ଅଟେ କି ଏହି ଭିଡିଓରେ ସେ ଭାରତର ସବୁଠୁ ବଡ ନେତା ପିଏମ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରୁଛନ୍ତି । ଏହି କାରଣରୁ ଲୋକମାନେ ଏହି ଭିଡିଓକୁ ପସନ୍ଦ କରୁଛନ୍ତି ଓ ଶେୟାର ମଧ୍ୟ କରୁଛନ୍ତି ।

ଭିଡିଓ ଦେଖିଲା ପରେ ଆପଣଙ୍କ ମତାମତ କମେଣ୍ଟ କରିବେ । ଭଲ ଲାଗିଲେ ଶେୟର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଲେଖା ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।