ଘରର ଅଗଣାରେ କେବଳ ଲଗାଇ ଦିଅନ୍ତୁ ଏହି ୫ ଟି ଫୁଲ, ଯାହା ଦୂର କରିଦେବ ଆପଣଙ୍କ ଜୀବନର ସବୁ ଦୁଃଖ

ଘର ଅଗଣାର ବାତାବରଣ ଯଦି ଭଲ ଥିବ ତେବେ ଏହାର ପ୍ରଭାବ ଘରର ପରିସ୍ଥିତି ଉପରେ ପଡିଥାଏ ଏବଂ ଘରେ ରହୁଥିବା ଲୋକମାନଙ୍କର ଜୀବନ ଶାନ୍ତିରେ କଟିଥାଏ । ଯଦି ତଳେ ଦିଆଯାଇଥିବା ୫ଟି ଫୁଲ ଗଛକୁ ଆପଣ ନିଜ ଘରର ଅଗଣାରେ ଲଗାଇ ଦେଉଛନ୍ତି ତେବେ ଆପଣଙ୍କର ଜୀବନର ସମସ୍ତ ଚିନ୍ତା ଦୂର ହୋଇଯିବ ଓ ଆପଣଙ୍କ ଘରେ ସକାରାତ୍ମକ ଊର୍ଜା ପ୍ରବେଶ କରିବ ।

ଘରର ଅଗଣାରେ ଲଗାନ୍ତୁ ଏହି ୫ଟି ଫୁଲ

ପାରିଜାତ ଫୁଲ :

ଧଳା ରଙ୍ଗର ଏହି ଫୁଲକୁ ଘରର ଅଗଣାରେ ଲଗାଇବା ଦ୍ଵାରା ଘରେ ସକାରାତ୍ମକ ଊର୍ଜା ପ୍ରବେଶ କରିଥାଏ । ଘରର ପରିସ୍ଥିତି ଶାନ୍ତି ପୂର୍ବକ ରହିଥାଏ । ଏହି ଫୁଲକୁ ବହୁତ ଶୁଭ ବୋଲି କୁହାଯାଏ । କାରଣ ଏହାର ସୁଗନ୍ଧରେ ମଣିଷର ସମସ୍ତ ଚିନ୍ତା ଦୂର ହୋଇଯାଏ । ଏହି ଫୁଲ କେବଳ ରାତିରେ ହିଁ ଫୁଟି ଥାଏ ଓ ସକାଳ ହେଲେ ଶୁଖିଯାଏ ।

ଚମ୍ପା ଫୁଲ :

ଚମ୍ପା ଫୁଲ ଦେଖିବାକୁ ଧଳା ଓ ହଳଦିଆ ରଙ୍ଗର ହୋଇଥାଏ ଏବଂ ଏହି ଫୁଲରୁ ବହୁତ ସୁନ୍ଦର ସୁଗନ୍ଧ ମଧ୍ୟ ଆସିଥାଏ । ଏହି ଫୁଲଗଛକୁ ଘରର ଅଗଣାରେ ଲଗାଇବା ଦ୍ଵାରା ଘରର ବାତାବରଣ ଶୁଦ୍ଧ ରହିଥାଏ । ଏହି ଫୁଲର ସବୁଠୁ ଖାସ କଥା ଏହା ଅଟେ କି ଏହି ଫୁଲ ଉପରେ ମହୁମାଛି ବସନ୍ତି ନାହିଁ ।

ରାତିରାଣୀ ଫୁଲ :

ରାତିରାଣୀ ଫୁଲକୁ ଯଦି ଘରର ଅଗଣାରେ ଲଗାଯାଏ ତେବେ ଘରର ବାତାବରଣ ସବୁଦିନ ପାଇଁ ଶାନ୍ତ ରହିଥାଏ । ଘରର ଲୋକମାନଙ୍କ ମଧ୍ୟରେ ଝଗଡା ମଧ୍ୟ ହୁଏ ନାହିଁ । ବାସ୍ତୁ ଶାସ୍ତ୍ରରେ ଏହି ଫୁଲକୁ ବହୁତ ଲକି ବୋଲି କୁହାଯାଇଛି ।

ରଜନୀଗନ୍ଧା ଫୁଲ :

ରଜନୀଗନ୍ଧା ଫୁଲ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ ଓ ଲୋକମାନେ ଏହି ଫୁଲକୁ ନିଜ ଘରେ ଲଗାଇବାକୁ ପସନ୍ଦ ବି କରିଥାନ୍ତି । ଭଗବାନଙ୍କୁ ମଧ୍ୟ ରଜନିଗନ୍ଧା ଫୁଲ ଅର୍ପଣ କରାଯାଏ । ଯଦି ଆପଣ ଏହି ଫୁଲ ଗଛକୁ ନିଜ ଅଗଣାରେ ଲଗାଉଛନ୍ତି ତେବେ ଆପଣଙ୍କ ଜୀବନରେ କେବଳ ଖୁସି ହିଁ ଖୁସି ରହିବ ।

ମଲ୍ଲି ଫୁଲ :

ମଲ୍ଲି ଫୁଲ ଗରମ ଦିନରେ ଫୁଟି ଥାଏ ଓ ଏହାର ସୁଗନ୍ଧ ବହୁତ ଭଲ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଫୁଲକୁ ଘରେ ରଖିବା ଶୁଭ ହୋଇଥାଏ । ଆପଣ ଗରମ ଦିନରେ ଘର ଅଗଣାରେ ଏହି ଫୁଲ ଗଛକୁ ଲଗାନ୍ତୁ । ଏହାର ସୁଗନ୍ଧ ଆପଣଙ୍କ ମନକୁ ଶାନ୍ତ କରିଥାଏ ।